ବିପଦକୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ

Advertisment

ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ନିର୍ମାଣ ବେଳେ କିଲୋମିଟର ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତାର ନିର୍ମାଣ ଦୁଇ ବର୍ଷ ତଳେ ସରିଛି। ନିର୍ମାଣର ୨ ମାସ ନଯାଉଣୁ ବଲାସିଙ୍ଗା ଓ ମର୍ଯ୍ୟାଦାପୁର ଉଭୟପାର୍ଶ୍ଵର ପୋଲ ସଂଯୋଗୀକରଣ ରାସ୍ତା ପିଚୁ ଉଠି ଯାଇଥିଲା...

ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ନିର୍ମାଣ ବେଳେ କିଲୋମିଟର ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତାର ନିର୍ମାଣ ଦୁଇ ବର୍ଷ ତଳେ ସରିଛି। ନିର୍ମାଣର ୨ ମାସ ନଯାଉଣୁ ବଲାସିଙ୍ଗା ଓ ମର୍ଯ୍ୟାଦାପୁର ଉଭୟପାର୍ଶ୍ଵର ପୋଲ ସଂଯୋଗୀକରଣ ରାସ୍ତା ପିଚୁ ଉଠି ଯାଇଥିଲା...

National highways are inviting danger

National highways are inviting danger Photograph: (sambad.in)

ଜହ୍ନାପଙ୍କ: ବୌଦ୍ଧ ବଲାଙ୍ଗୀର ଜାତୀୟ ରାଜପଥ ନଂ ୫୭ର ନିର୍ମାଣ ବେଳେ କିଲୋମିଟର ପିଛା ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ରାସ୍ତାର ନିର୍ମାଣ ଦୁଇ ବର୍ଷ ତଳେ ସରିଛି।

ନିର୍ମାଣର ୨ ମାସ ନଯାଉଣୁ ବଲାସିଙ୍ଗା ଓ ମର୍ଯ୍ୟାଦାପୁର ଉଭୟପାର୍ଶ୍ଵର ପୋଲ ସଂଯୋଗୀକରଣ ରାସ୍ତା ପିଚୁ ଉଠି ଯାଇଥିଲା। ଦୁଇ ବର୍ଷ ମଧ୍ୟରେ ଏହାର ମରାମତି କାର୍ଯ୍ୟ ୨ ଥର ହୋଇ ସାରିଲାଣି।

ଏବେ ଉଭୟ ଗାଁ ମଝିରେ ଥିବା ସାଲୁଙ୍କି ପୋଲ ଉପରେ ମର୍ଯ୍ୟାଦପୁର ପାର୍ଶ୍ୱରେ ଏକ ଲୁହା ଏଙ୍ଗଲ ବିପଦପୂର୍ଣ୍ଣ ଭାବରେ ଉପରକୁ ଟେକି ହୋଇ ରହିଛି। କେତେବେଳେ ଯେ, ଏହା ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନରେ ମାଡ଼ ହୋଇ ଦୁର୍ଘଟଣାକୁ ଆମନ୍ତ୍ରଣ ନକରିବ କହି ହେବ ନାହିଁ।

ଦିନରେ ଦୁଇ ଚକିଆ ଓ ଚାରିଚକିଆ ଯାନ ପାର୍ଶ୍ୱ କାଟି ନେଉଥିବା ବେଳେ ରାତିରେ ଏହା ଲାଇଟରେ ସ୍ପଷ୍ଟ ଦେଖା ଯାଉ ନଥିବାରୁ ଚାଳକଙ୍କ ପ୍ରତି ବିପଦର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: ଏକା ସାଙ୍ଗରେ ଆସୁଛି ଦୁଇଟି ଲଘୁଚାପ

ଏହି ରାସ୍ତା ଓଡିଶାର ହୃଦୟ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟେହ ଏହି ରାସ୍ତା ଦେଇ ହଜାର ହଜାର ଯାନ ବାହାନ କଟକ, ଭୁବନେଶ୍ୱର,ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ଢେଙ୍କାନାଳ, ଅନୁଗୋଳ, ରାଉରକେଲା, ଭବାନୀପାଟଣା, ରାୟଗଡା, ରାୟପୁର, କୋରାପୁଟ, କଳାହାଣ୍ଡିକୁ ଚଳାଚଳ କରୁଥିବା ବେଳେ ଜାତୀୟ ରାଜପଥ ବିଭାଗ ଆଖି ବୁଜି ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଇ ମାସ ତଳେ ଏହି ସ୍ଥାନରେ ଏକ ବିପଦ ପୂର୍ଣ୍ଣ ଗର୍ତ୍ତ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଏହାକୁ ମରାମତି 

ଅଧିକ ପଢ଼ନ୍ତୁ: ଦିନକରେ ଭାରତରେ ବିକ୍ରି ହୁଏ ଯେତିକି କାର, ଏକ ମାସରେ ବି ପାକିସ୍ତାନ ବିକ୍ରି କରିପାରେନି

Boudh | Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe