Naveen's 'trust: ନବୀନଙ୍କ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ ଖେଳ

Advertisment

ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଇଁ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ର ସଂଜ୍ଞା କ’ଣ? ସିଏ ଯାହାକୁ ପସନ୍ଦ କରିବେ, ସେ ହେବ ‘ବିଶ୍ବସ୍ତ’। ସେ ଯାହାକୁ ଦୂରେଇ ଦେବେ, ସେ ହେବ ‘ବିଶ୍ବାସଘାତକ’।

ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଇଁ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ର ସଂଜ୍ଞା କ’ଣ? ସିଏ ଯାହାକୁ ପସନ୍ଦ କରିବେ, ସେ ହେବ ‘ବିଶ୍ବସ୍ତ’। ସେ ଯାହାକୁ ଦୂରେଇ ଦେବେ, ସେ ହେବ ‘ବିଶ୍ବାସଘାତକ’।

naveen

Naveen bothers about death of college girl Photograph: (sambad.in)

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଇଁ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ର ସଂଜ୍ଞା କ’ଣ? ସିଏ ଯାହାକୁ ପସନ୍ଦ କରିବେ, ସେ ହେବ ‘ବିଶ୍ବସ୍ତ’। ସେ ଯାହାକୁ ଦୂରେଇ ଦେବେ, ସେ ହେବ ‘ବିଶ୍ବାସଘାତକ’। ପୁଣି ନିଜ ଆବଶ୍ୟକତା ପାଇଁ ପାଖକୁ ନେଇଆସିଲେ ସେ ପୁଣି ପାଲଟିଯିବେ ‘ବିଶ୍ବସ୍ତ’। ନବୀନଙ୍କର ଏହି ‘ବିଶ୍ବସ୍ତ’ ଓ ‘ବିଶ୍ବାସଘାତ’ର ସାପଶିଡ଼ି ଖେଳ ଓଡ଼ିଶା ରାଜନୀତିରେ ଏକ ନୂଆ ଧାରା ସୃଷ୍ଟି କରିଛି। ଦଳ ଗଠନ ବେଳଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବରିଷ୍ଠ ଓ ଯୁବନେତା ଏହି ଖେଳର ଶିକାର ହୋଇଛନ୍ତି ଏବଂ ଏହା ଏବେବି ଜାରି ରହିଛି। ଯାହାର ସଦ୍ୟ ଶିକାର ହୋଇଛନ୍ତି ଯୁବ ବିଧାୟକ ଅରବିନ୍ଦ ମହାପାତ୍ର। ତାଙ୍କୁ ‘ବିଶ୍ବାସଘାତକ’ର ଆଖ୍ୟା ଦେବାକୁ ଚିରାଚରିତ ଢଙ୍ଗରେ ନବୀନ ନିଜ କଳବଳ ଲଗାଇଦେଇଛନ୍ତି। କେବଳ କ୍ଷମତାରେ ନଥିବାରୁ ଏହି ଉଦ୍ୟମ ଏ ଯାଏଁ ପ୍ରଭାବୀ ସାବ୍ୟସ୍ତ ହୋଇପାରିନି।   

Army vehicle falls into 200-foot ditch: ୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି: ୧୦ ଯବାନ ମୃତ

ଦଳର ସଭାପତି ଭାବେ ନବୀନ ଦଳ ପାଇଁ କେବେ କୌଣସି ନେତାଙ୍କ ଅବଦାନକୁ ସ୍ବୀକାର କରିବା ନଜିର ନାହିଁ। କେବଳ ଭିକେ ପାଣ୍ଡିଆନଙ୍କୁ ସେ ଏହି ସାର୍ଟିଫିକେଟ୍‌ ‌ଦେଇଥିଲେ। ନିର୍ବାଚନ ପରାଜୟ ପରେ ବି ଏପରି ସାର୍ଟିଫିକେଟ୍‌ ଆଉ ଏକ ରହସ୍ୟମୟ ପ୍ରସଙ୍ଗ। ରାଜନୀତିରେ ପାଦ ଦେବାଠାରୁ ନବୀନ ନିଜ ମର୍ଜିରେ ହିଁ ନେତାମାନଙ୍କ ଚରିତ୍ର ସ୍ଥିର କରୁଛନ୍ତି। ସେ ଯାହାକୁ ପସନ୍ଦ ନ କରିବେ, ତାଙ୍କୁ ବେଇମାନୀ ଓ ବିଶ୍ବାସଘାତକ ଆଖ୍ୟା ଦେବା ଲାଗି ଯେକୌଣସି ସ୍ତରକୁ ‌ଓହ୍ଲାଇବାକୁ ପଛାଇ ନାହାନ୍ତି। ସମସ୍ତଙ୍କ କ୍ଷେତ୍ରରେ ଗୋଟିଏ ଯୁକ୍ତି, ‘ନବୀନଙ୍କ ଦୟାରେ ସେମାନେ ନେତା ହୋଇଛନ୍ତି। ନଚେତ ସେମାନଙ୍କର କିଛି ଯୋଗ୍ୟତା ନାହିଁ।’ ନବୀନଙ୍କର ଏହି ଚରିତ୍ର ପାଇଁ ୨୪ ବର୍ଷ ଶାସନ ପରେ ବି ବିଜେଡିରେ ଆଗ ଧାଡ଼ିର ନେତା ସୃଷ୍ଟି ହୋଇ ପାରିନାହାନ୍ତି। ଯେଉଁଥି ପାଇଁ ବିରୋଧୀ ଦଳରେ ଥାଇ ମଧ୍ୟ
 ବିଜେଡି ପ୍ରଭାବୀ ସାବ୍ୟସ୍ତ ହୋଇପାରୁନି। ଯଦିଓ ୪/୫ ଜଣ ନେତା ନିଜ ଉଦ୍ୟମରେ ବିରୋଧୀଙ୍କ ସ୍ଥିତି ଜାହିର କରୁଛନ୍ତି, କିନ୍ତୁ ତାହା ଯଥେଷ୍ଟ ହୋଇ ପାରୁନାହିଁ। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ଲମ୍ବା ଅଭିଜ୍ଞତା ଥାଇ ବି ବିରୋଧୀ ଦଳ ନେତା ଭାବେ ନବୀନଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ବୋଲି ରାଜନୈତିକ ମହଲରେ ଖୋଲାଖୋଲି ମତପ୍ରକାଶ ପାଉଛି। 

ଯାହାକୁ ନବୀନ ପସନ୍ଦ କରିବେ, ସେ ବିଶ୍ବସ୍ତ 
ଯାହାକୁ ଦୂରେଇ ଦେବେ, ସେ ବିଶ୍ବାସଘାତକ
ଦଳ ପାଇଁ କାହାରି ଅବଦାନକୁ ସ୍ବୀକାର କରୁନାହାନ୍ତି

ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କ ପ୍ରତି ବେଇମାନୀ କରିଛନ୍ତି ବୋଲି ନବୀନ ଖୋଲା ମଞ୍ଚରେ କହିଲେ। ଜୟଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ନଥିଲା ବେଳେ ସେ କିପରି ନବୀନଙ୍କ ପ୍ରତି ବେଇମାନୀ କଲେ, ତାହା ବୁଝାପଡ଼ିଲାନି। ୨୦୧୯ରେ କାକଟପୁରରେ ତୁଷାରକାନ୍ତି ବେହେରାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ତାଙ୍କୁ ଆଣି ବିଜେଡିରୁ ପ୍ରାର୍ଥୀ କରାଇବା ନିଷ୍ପତ୍ତି ନବୀନଙ୍କର ଠିକ୍ ଥିଲା। କିନ୍ତୁ ଜୟ ବିଜେପିରୁ ପ୍ରାର୍ଥୀ ହେବା ବେଇମାନୀ ଥିଲା। ନବୀନଙ୍କ ପାଇଁ ଏହି ବିଶ୍ବାସଘାତର ସଂଜ୍ଞା ସାଂଘାତିକ। ଗତ ନିର୍ବାଚନରେ ସେ ଅନେକ ବିଧାୟକଙ୍କ ଟିକେଟ କାଟିଦେଲେ। ବଡ଼ଚଣାରେ ଅମର ଶତପଥୀ ହୁଅନ୍ତୁ କି ନିମାପଡ଼ାରେ ସମୀର ଦାଶ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ହୁଅନ୍ତୁ ବା ପୂର୍ବତନ ବିଧାୟକ ଆକାଶ ଦାସନାୟକ; ଏମାନଙ୍କୁ ବିଜେଡି ଟିକେଟ ଦେଲାନି। ସେମାନେ ନିଜର ରାଜନୈତିକ ସ୍ଥିତି ଜାହିର କରିବାକୁ ପରବର୍ତ୍ତୀ ପଦକ୍ଷେପ ନେଲେ। କିନ୍ତୁ ସେମାନେ ନବୀନଙ୍କ ପ୍ରତି ବିଶ୍ବାସଘାତକତା କଲେ ବୋଲି ବିଜେଡି ପକ୍ଷରୁ ପ୍ରଚାର କରାଗଲା। ସେମିତି ଦଳରେ ଅବହେଳିତ ହୋଇ ଯେଉଁ ‌ନେତା ଦଳ ଛାଡ଼ିଛନ୍ତି, ସେମାନେ ବି ବେଇମାନ ଓ ବିଶ୍ବାସଘାତକ। ବିଜେଡି ଗଠନର ୨୮ ବର୍ଷ ଭିତରେ ଏହି ତାଲିକା‌ ବେଶ୍ ଲମ୍ବା। 

Jail controversy: ଅଣାୟତ୍ତ ହେଲାଣି ଚୌଦ୍ବାର ଜେଲ୍ ବିବାଦ: ଲିଗାଲ୍ ନୋଟିସ୍ ପଠାଇଲେ ଜେଲର୍

ନଳିନୀ ମହାନ୍ତି, କମଳା ଦାସଙ୍କ ସହ ପ୍ରଶାନ୍ତ ନନ୍ଦଙ୍କୁ ‘ଦୁର୍ନୀତିର ଛାୟା’ ଆ‌ରୋପ ଲଗାଇ ମନ୍ତ୍ରିମଣ୍ଡଳରୁ ବିଦା କରିଦେଲେ। ପୁଣି ପ୍ରଶାନ୍ତଙ୍କୁ କୋଳେଇ ‌ନେଇ ଦଳରୁ ସାଂସଦ କଲେ। ପ୍ୟାରୀମୋହନ ମହାପାତ୍ରଙ୍କ ସହ ମିଶି ବିଶ୍ବାସଘାତ କରିଥିବାରୁ ଦୁଇ ବିଧାୟକ ପ୍ରଭାତ ବିଶ୍ବାଳ ଓ ବିଭୂତି ବଳବନ୍ତରାୟଙ୍କୁ ଦଳରୁ ନିଲମ୍ବନ କଲେ। ଖାଲି ସେତିକି ନୁହେଁ, ସେମାନଙ୍କୁ ଖଳନାୟକ ସଜାଇଲେ। କିନ୍ତୁ ପ୍ରଭାତଙ୍କୁ ଡାକି ପୁଣି ୨୦୧୪ରେ ଟିକେଟ ଦେଲେ। ପରବର୍ତ୍ତୀ ସମୟରେ ୨୦୧୯ରେ ଜଟଣୀରୁ ବିଭୂତିଙ୍କୁ ବି ପ୍ରାର୍ଥୀ କଲେ। ନବୀନଙ୍କ ଆଖିରେ ବିଶ୍ବାସଘାତକ ସାଜିଥିବା ଏହି ନେତାମାନେ ପରେ ବିଶ୍ବସ୍ତ ପାଲଟିଗଲେ। ଅତନୁ ସବ୍ୟସାଚୀ ନାୟକଙ୍କୁ ‘ପ୍ୟାରୀ ଲୋକ’ କହି ମନ୍ତ୍ରିମଣ୍ଡଳରୁ ତଡ଼ି‌ଦେଲେ। ପୁଣି ୨୦୧୪ରେ ଟିକେଟ ଦେଇ ବିଧାୟକ କଲେ ଓ ମନ୍ତ୍ରିମଣ୍ଡଳରେ ସାମିଲ କଲେ। ପ୍ରଦୀପ ପାଣିଗ୍ରାହୀଙ୍କ ଘଟଣା ତ ଆହୁରି ସଙ୍ଗିନ। ଭିକେ ପାଣ୍ଡିଆନଙ୍କ ସହ ବିବାଦ ଯୋଗୁ ପ୍ରଦୀପଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା। ନବୀନ ତାଙ୍କୁ ଦଳରୁ ତଡ଼ିଦେଲେ। ନିଜର ରାଜନୈତିକ ସ୍ଥିତି ରଖିବା ପାଇଁ ସେ ଅନ୍ୟ ଦଳରେ ଯୋଗ ଦେଲେ। କିନ୍ତୁ ସେ ବିଶ୍ବାସଘାତକ ହୋଇଗଲେ। ଏହା ପଛର ଯୁକ୍ତି କ’ଣ, ତାହା ରାଜ‌ନୈତିକ ମହଲରେ କେହି ଜାଣିପାରୁ ନାହାନ୍ତି। 

ଏହା ସତ ଯେ ସବୁ ଆଞ୍ଚଳିକ ଦଳ ଜଣେ ଶୀର୍ଷ ନେତାଙ୍କ ମର୍ଜିରେ ଚାଲେ। ତାଙ୍କରି ଭାବମୂର୍ତ୍ତି ଓ ବ୍ୟକ୍ତିତ୍ବରେ ଦଳ ପରିଚାଳିତ ହୁଏ। କିନ୍ତୁ ଦଳ ଭିତରେ ସମସ୍ତଙ୍କୁ ଖଳନାୟକ ଓ ବିଶ୍ବାସଘାତକ ସଜାଇ ନିଜକୁ ମହାନାୟକ ଭାବେ ଉପସ୍ଥାପିତ କରିବାର କୌଣସି ସୁଯୋଗକୁ ନବୀନ ହାତଛଡ଼ା କରିନାହାନ୍ତି। ଏମିତି ଚିତ୍ର ଦିଆଯାଉଛି ଯେ ଯେମିତି ନବୀନ ଏକମାତ୍ର ଯୋଗ୍ୟ ଓ ବିଶ୍ବସ୍ତ ନେତା। ଆଉ ସମସ୍ତଙ୍କ ରକ୍ତରେ ବିଶ୍ବାସଘାତକତା ଭରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe