Naxal who surrendered killed as posing a police informer Photograph: (sambad.in)
ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏହି ଅଞ୍ଚଳ ମାଲକାନଗିରି ସୀମାନ୍ତରେ ଥିବାବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ପୁଲିସର ଅପରେସନ ଜୋରଦାର ହେଉଥିବା ବେଳେ ଅନ୍ୟପଟେ ନକ୍ସଲ ନିଜର ଉପସ୍ଥିତ ଜାହିର କରିବା ପାଇଁ ହତ୍ୟା କରି ଚାଲିଛନ୍ତି। ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ଏରାପାଲୀ ଗ୍ରାମରେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପଶିଥିଲେ।
ଗାଁରେ ପଶି ଗ୍ରାମର ଆତ୍ମସମର୍ପଣ କରିଥିବା ନକ୍ସଲ ପୁନେମ ବୁଦରା(୨୮)କୁ ଖୋଜିଥିଲେ। ଘରେ ଶୋଇଥିବା ଅବସ୍ଥାରେ ପୁନେମକୁ ଘରୁ ଟାଣି ଆଣି ପୁଲିସ ଇନଫର୍ମର ଦର୍ଶାଇଥିଲେ।
ଆହୁରି ପଢ଼ନ୍ତୁ:Asurghati Waterfall: ଅସୁରଘାଟୀ ଜଳପ୍ରପାତକୁ ପ୍ଲାଷ୍ଟିକ ମନା
ପୁଲିସ ସହ ମିଶି ସଂଗଠନକୁ ଧ୍ବଂସ କରୁଛ
ତୁମେ ପୁଲିସ ସହ ମିଶି ସଂଗଠନକୁ ଧ୍ବଂସ କରିବାକୁ ଚାହିଁଛ ବୋଲି ଅଭିଯୋଗ କରିଥିଲେ। ସେଠାରେ ହିଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।
ଯାହାଫଳରେ ଘଟଣାସ୍ଥଳରେ ହିଁ ପୁନେମର ମୃତ୍ୟୁ ହୋଇଯାଇଥିଲା। ହତ୍ୟା ପରେ ଗ୍ରାମବାସୀଙ୍କୁ ଚେତାବନୀ ଦେଇ ନକ୍ସଲ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ଶନିବାର ସକାଳୁ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ଗ୍ରାମରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲମାନେ ଏବେ ନିଜ ନିଜ ପୈତୃକ ଗ୍ରାମରେ ରହୁଥିବା ବେଳେ ସେମାନେ ଏବେ ସୁରକ୍ଷିତ ନଥିବା କହିଛନ୍ତି। ଜିଲ୍ଲା ସଦର ମହକୁମାରେ ସେମାନେ ଆତ୍ମସମର୍ପଣ ପରେ ତାଲିମ ନେଇ ଗ୍ରାମରେ ଆସି କାମଧନ୍ଦା କରୁଛନ୍ତି। ତେବେ ନକ୍ସଲ ସେମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି।
ଆହୁରି ପଢ଼ନ୍ତୁ:Death Of Migrant Worker: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସମ୍ବଲପୁରରେ ପଶ୍ଚିମବଙ୍ଗ ପୁଲିସ୍ ଟିମ୍ କରିବେ ତଦନ୍ତ
ଗତ ୨୦ ଦିନରେ ଏହା ଦ୍ବିତୀୟ ହତ୍ୟା। ପୁଲିସ ଏହି ଅଂଚଳରେ ସୁରକ୍ଷାକର୍ମୀଙ୍କୁ ପଠାଇ ସର୍ଚ୍ଚ ଅପରେସନ ଜୋରଦାର କରୁଛି।
Follow Us