No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

Advertisment

ଏଣିକି ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ କି ଡିଜେଲ୍ । ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏଣିକି ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ କି ଡିଜେଲ୍ । ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

No Petrol Diesel

No Petrol Diesel Photograph: (sambad.in)

ଭୁବନେଶ୍ବର: ଏଣିକି ପ୍ରଦୂଷଣ ପ୍ରମାଣପତ୍ର ବା ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ମିଳିବନି ପେଟ୍ରୋଲ କି ଡିଜେଲ୍ । ରାଜ୍ୟରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ତୈଳ ବିକ୍ରୟକାରୀ କମ୍ପାନୀ ଗୁଡିକୁ ଚିଠି ଲେଖିଛି ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ । ପେଟ୍ରୋଲ ପମ୍ପରେ ପ୍ରଦୂଷଣ ସାର୍ଟିଫିକେଟ୍ ଦେଖାଇଲେ ପେଟ୍ରୋଲ କିମ୍ବା ଡିଜେଲ୍ ମିଳିବ ।

ଆହୁରି ପଢନ୍ତୁ- Cold Wave: କୁହୁଡ଼ିର ଚାଦର ଘୋଡ଼ି ଶୀତରେ ଥୁରୁଥୁରୁ ନବରଙ୍ଗପୁର... ସଞ୍ଜ ନଇଁଲେ ମାଡ଼ି ଆସୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

ଦିଲ୍ଲୀ ପରେ ଓଡ଼ିଶାରେ ଲାଗୁ

ଦିଲ୍ଲୀ ପରେ ଓଡ଼ିଶାରେ ଏହି ନିୟମ ଲାଗୁ ହେବ । ଏହା ଦ୍ବାରା ମୋଟର ଯାନ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଲାଗିବ ଅଙ୍କୁଶ ।  ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, କୌଣସି ପେଟ୍ରୋଲ ପମ୍ପରେ ତେଲ ଦିଆଯିବ ନାହିଁ ବୋଲି ଏସଟିଏ ଲେଖିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ।  ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । 

ଆହୁରି ପଢନ୍ତୁ- Corn Farming: ମକା ମଣ୍ଡି ଖୋଲିବାକୁ ଚାଷୀ ଓ ଜନ ପ୍ରତିନିଧିଙ୍କ ଦାବି: ପ୍ରଶାସନ  ପ୍ରକୃତ ଚାଷ ଲୁଚାଇବାରୁ ଚାଷୀ ଅଭାବୀ ବିକ୍ରୀର ଶୀକାର

ଅଧିକ ଦେଖନ୍ତୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe