କଟକ: ଆପଣଙ୍କ କ୍ରେଡିଟ୍ କାର୍ଡ ଲିମିଟ୍ ବୃଦ୍ଧି ପାଇଁ କେହି କ୍ରେଡିଟ୍‌ କାର୍ଡ କମ୍ପାନି ଅଧିକାରୀ ପରିଚୟରେ ଫୋନ୍ କରୁଛନ୍ତି କି? ଗ୍ରାହକଙ୍କୁ ଲିମିଟ୍‌ ବୃଦ୍ଧି କରିବା ପାଇଁ ରାଜି କରାଇବା ପରେ କମ୍ପାନିର ବରିଷ୍ଠ ଅଧିକାରୀ ତୁରନ୍ତ ଏ ନେଇ ଗ୍ରାହକଙ୍କୁ ଫୋନ୍ କରିବେ ବୋଲି  କୁହାଯାଉଛି। ଏହି ଫୋନ୍‌ କଲ୍‌କୁ ମର୍ଜ ଅର୍ଥାତ୍‌ କନଫରେନ୍ସରେ ରଖିବାକୁ ଗ୍ରାହକଙ୍କୁ କୁହାଯାଉଛି। କିନ୍ତୁ ବରିଷ୍ଠ ଅଧିକାରୀ ବଦଳରେ କଲ୍ ମାଧ୍ୟମରେ ଆଜିକାଲି ଆସୁଥିବା ଓଟିପିକୁ କ୍ରେଡିଟ୍ କାର୍ଡ ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତି ଶୁଣିଦେଉଛି। ଏହାପରେ ଗ୍ରାହକଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ସମସ୍ତ ଟଙ୍କା ହଡ଼ପ କରିନେଉଛି। ଏ ପ୍ରକାର ଠକେଇକୁ ‘କଲ୍ ମର୍ଜ’ ଠକେଇ କୁହାଯାଉଛି।

Advertisment

Youth Festival: ଯୁବ ଉତ୍ସବରେ ସଂସ୍କୃତି ଓ ଜ୍ଞାନର ଏକ ବିରଳ ସମନ୍ୱୟର ଝଲକ

‘କଲ୍ ମର୍ଜ’ ଠକେଇ ବାଦ୍ ବ୍ୟାଙ୍କରେ ଗ୍ରାହକଙ୍କ ଯେଉଁ ମୋବାଇଲ୍‌ ନମ୍ବର୍‌ ବ୍ୟାଙ୍କ ଆକାଉଣ୍ଟ ସହିତ ସ˚ଯୋଗ ହୋଇଛି ସେହି ନମ୍ବର୍‌କୁ ଓଟିପି ନ ଯିବାର ତିନୋଟି କାରଣ କ୍ରାଇମବ୍ରାଞ୍ଚ ସାମନାକୁ ଆଣିଛି। ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା ନମ୍ବରରେ ଜାଲି ଫଟୋ ଓ ପରିଚୟପତ୍ର ବ୍ୟବହାର କରି ଆଉ ଏକ ସିମ୍‌ ହାସଲ କରୁଛନ୍ତି ସାଇବର୍ ଅପରାଧୀ। ଅପରାଧୀମାନେ ଛୁଟି ଦିନରେ ହିଁ ଏଭଳି କାରବାର କରୁଛନ୍ତି। ଫଳରେ ଅପରାଧୀଙ୍କ ଡୁପ୍ଲିକେଟ୍‌ ସିମ୍‌ ଆକ୍ଟିଭେସନ୍‌ ସମୟରେ ଗ୍ରାହକଙ୍କ ଉକ୍ତ ନମ୍ବର ବ୍ଲକ୍‌ ହୋଇଯିବା ସ˚କ୍ରାନ୍ତରେ ମୋବାଇଲ୍‌ ସେବା ପ୍ରଦାନକାରୀ ସ˚ସ୍ଥା ସହିତ ଯୋଗାଯୋଗ କରି ତୁରନ୍ତ ସହଯୋଗ ପାଇପାରିବେ ନାହିଁ। ଛୁଟି ଦିନରେ ବ୍ୟାଙ୍କ ବନ୍ଦ ରହୁଥିବାରୁ ଜମାଖାତାର ବାଲାନ୍ସ ସ˚କ୍ରାନ୍ତରେ ଜାଣିବାକୁ ମଧ୍ୟ ସୁଯୋଗ ପାଇପାରିବେ ନାହିଁ। ଏହାକୁ ସିମ୍ କ୍ଲୋନିଂ କୁହାଯାଏ। ସେହିଭଳି ଆଉ ଏକ କୌଶଳ ହେଉଛି, ସାଇବର୍ ଅପରାଧୀମାନେ ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଗ୍ରାହକ ପୂର୍ବରୁ ବ୍ୟାଙ୍କରେ ଦେଇଥିବା ଫୋନ୍ ନମ୍ବରକୁ ବଦଳାଇ ଦେଉଛନ୍ତି।

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ଏହାଦ୍ବାରା ସାଇବର୍ ଅପରାଧୀ ବ୍ୟାଙ୍କ୍ ଗ୍ରାହକଙ୍କ ଆକାଉଣ୍ଟରୁ ଯେତେବେଳେ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍‌ସଫର୍ କରୁଛନ୍ତି, ସେତେବେଳେ ସମସ୍ତ ପ୍ରକାର ଟ୍ରାଞ୍ଜାକ୍ସନ୍‌ ସଂକ୍ରାନ୍ତ ମେସେଜ୍ ସାଇବର୍ ଅପରାଧୀର ଆକାଉଣ୍ଟକୁ ଯାଉଛି। ବ୍ୟାଙ୍କ ଗ୍ରାହକ ଯେପର୍ଯ୍ୟନ୍ତ ବ୍ୟାଙ୍କରେ ନିଜର ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରି ନାହାନ୍ତି, ସେ ପର୍ଯ୍ୟନ୍ତ ଆକାଉଣ୍ଟରୁ ଟଙ୍କା ଠକେଇ ସମ୍ପର୍କରେ ସୂଚନା ପାଇପାରିବେ ନାହିଁ। ଯେଭଳି ଗ୍ରାହକଙ୍କ ମୋବାଇଲ୍‌ରେ ଏନି ଡେସ୍କ ଓ ଟିମ୍ ଭ୍ୟୁଅର୍ ଆପ୍ଲିକେସନ୍ ଇନ୍‌ଷ୍ଟଲ୍‌ କରୁଛନ୍ତି ସେମିତି ଏସ୍‌ଏମ୍‌ଏସ୍‌ ଫରୱାର୍ଡର ନାଁରେ ଏକ ଆପ୍‌ ମଧ୍ୟ ଗ୍ରାହକଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରୁଛନ୍ତି। ଏହାଦ୍ବାରା ଗ୍ରାହକଙ୍କ ମୋବାଇଲ୍‌କୁ ଆସୁଥିବା ସମସ୍ତ ମେସେଜ୍ ସାଇବର୍ ଅପରାଧୀ ନିଜ ମୋବାଇଲକୁ ଟ୍ରାନ୍‌ସଫର୍ କରିନେବ। ସାଇବର୍ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି ଯେ ଏନି ଡେସ୍କ, ଏସ୍‌ଏମ୍‌ଏସ୍‌ ଫରୱାର୍ଡ ଭଳି ଆପ୍ଲିକେସନ୍ ମୋବାଇଲ୍‌ରେ ଇନ୍‌ଷ୍ଟଲ୍‌ କରିବା କଥା ନୁହେଁ। ଏହି ଆପ୍ଲିକେସନ୍‌ ମାଧ୍ୟମରେ ଗ୍ରାହକଙ୍କ ମୋବାଇଲ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ସାଇବର ଅପରାଧୀ ଟଙ୍କା ହଡ଼ପ କରିନେଉଛନ୍ତି। ଏବେ ହ୍ବାଟସ୍‌ଆପ୍‌ରେ ବୋନସ୍‌ ପଏଣ୍ଟ କ୍ରେଡିଟ୍‌ କାର୍ଡରେ ମିଳିବା ନେଇ ଏପିକେ ଫାଇଲ୍‌ ଆକାରରେ ଲିଙ୍କ୍‌ ଆସୁଛି। ଏଗୁଡ଼ିକ ଖୋଲିଲେ ମୋବାଇଲ୍‌ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସାଇବର୍‌ ଅପରାଧୀଙ୍କ ପାଖକୁ ଚାଲିଯାଉଥିବା ଶ୍ରୀ ସାହୁ କହିଛନ୍ତି।

fraud-case | Crime | Cyber Fraud