3 Days Old Baby Girl Sold: ଆଗୁଆ ଜିଲ୍ଲାର ବିକଳ ଚିତ୍ର: ନବଜାତ ଶିଶୁକୁ ବିକ୍ରି ଅଭିଯୋଗ, ଉଦ୍ଧାର କଲେ ଜିଲ୍ଲା ପ୍ରଶାସନ

ରାଜ୍ୟର ଆଗୁଆ ଜିଲ୍ଲା ଭାବେ ଯାଜପୁର ଅନ୍ୟତମ। ମାତ୍ର ସାଧାରଣ ଲୋକ ଟିଏ ବଞ୍ଚିବାର ବା ମୌଳିକ ଅଧିକା ପାଇ ପାରୁ ନାହିଁ। ପାଖରେ ପହଞ୍ଚି ପାରୁ ନାହିଁ ସରକାରଙ୍କ ସଚେତନତା ବାର୍ତ୍ତା...

Newborn baby sold, rescued by district administration

Newborn baby sold, rescued by district administration Photograph: (sambad.in)

ଦଶରଥପୁର: ରାଜ୍ୟର  ଆଗୁଆ ଜିଲ୍ଲା ଭାବେ ଯାଜପୁର ଅନ୍ୟତମ। ମାତ୍ର ସାଧାରଣ ଲୋକ ଟିଏ ବଞ୍ଚିବାର  ବା ମୌଳିକ ଅଧିକା ପାଇ ପାରୁ ନାହିଁ। ପାଖରେ ପହଞ୍ଚି ପାରୁ ନାହିଁ ସରକାରଙ୍କ ସଚେତନତା ବାର୍ତ୍ତା।  ଯାଜପୁରର ଏପରି ବିକଳ ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି। 

ସୂଚନା ଅନୁସାରେ ଦଶରଥପୁର ବ୍ଲକର ଗୋପାଳପୁର ପଂଚାୟତ ବିଭୁତିପୁର ଗ୍ରାମର ନରେନ୍ଦ୍ର ଯେନା ଓ ସୁଲୋଚନା ଯେନାଙ୍କର ୩ ଦିନର ଶିଶୁ କନ୍ୟାକୁ ଯାଜପୁର ସ୍ଥିତ ତାଙ୍କ ଭଉଣୀଙ୍କୁ ବିକ୍ରି କରି ଦେଇଥିବାର ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ:Generosity of Hotel Staff: ହୋଟେଲ କର୍ମଚାରୀ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଫେରାଇଲେ: ରୁମ୍‌ରେ ଛାଡି ଯାଇଥିଲେ ଡାକ୍ତର

ସେହିପରି ୨୦୨୪ ମସିହା ଏପ୍ରିଲ ୪ ତାରିଖ ଏହି ବ୍ଲକର ବିହାରୀ ପଂଚାୟତ ସାଉଣ୍ଡି ଗ୍ରାମର ଦମ୍ପତି ସିଲୁ ଯେନା ଓ ସଞ୍ଜୁ ଯେନା ବିଂଝାରପୁର ବ୍ଲକ ଅଲକୁଣ୍ଡ ଥାନା ରଘୁନାଥପୁର ଗ୍ରାମର ଅନ୍ୟ ଏକ ଦମ୍ପତିଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହି ଉଭୟ ଘଟଣାରେ ଯାଜପୁର ଶିଶୁ ମଙ୍ଗଳ ସୁରକ୍ଷା କାର୍ଯ୍ୟଳୟ ଓ ଦଶରଥପୁର ସିଡିପିଓ କାର୍ଯ୍ୟଳୟ ପକ୍ଷରୁ ଚଢ଼ଉ କରାଯାଇ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇଛି।

ଶିଶୁ ବିନା ଖାଲି ହାତରେ ଘରକୁ ଫେରିଥିଲେ ମା’

ଦଶରଥପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁଯାୟୀ ନଭେମ୍ବର ୨୧ତାରିଖରେ ବିଭୁତିପୁର ଗ୍ରାମର ନରେନ୍ଦ୍ର ଜେନାଙ୍କ ପତ୍ନୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ କିନ୍ତୁ  ଦମ୍ପତି ଯେତେବେଳେ ଘରକୁ ଫେରିଥିଲେ ତାଙ୍କ ସହ ନବଜାତ ଶିଶୁଟି ନଥିଲା।

Newborn baby sold
Newborn baby sold Photograph: (sambad.in)

ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଶିଶୁଟିକୁ ଯାଜପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ୬୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଶୁଣିବାକୁ ମିଳିଥିଲା। ଯାହାକୁ କେନ୍ଦ୍ର କରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଛାନଭିନ ଆରମ୍ଭ କରିବା ସହ ସୋମବାର ଯାଜପୁର ଅଞ୍ଚଳରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରିଛି।

ଆହୁରି ପଢ଼ନ୍ତୁ:Dharmendra Passed Away: ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ, ୯୦ ବର୍ଷ ଛୁଇଁବା ଆଗରୁ ଶେଷନିଦ୍ରାରେ ହିନ୍ଦୀ ସିନେମାର ହି-ମ୍ୟାନ୍…

ଅନ୍ୟପଟେ ଶିଶୁଟିକୁ ନରେନ୍ଦ୍ର ତାଙ୍କ ସମ୍ପର୍କୀୟକୁ ଦେଇଥିବା ଶାନ୍ତିଲତା ସେଠି ଦଶରଥପୁର ବ୍ଲକ ଶିଶୁ ସୁରକ୍ଷା ଅଧିକାରୀଣୀ ସୂଚନା ଦେଇଛନ୍ତି। ଏ ନେଇ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି। ଦୁଃଖ ଓ ପରିତାପର ବିଷୟ ଅଭାବ ଅନାଟନରୁ ଏ ଭଳି ହୋଇ ଥିବା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ହେଉଛି। ଏଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe