ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Feb 17, 2026 22:12 IST
ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
/sambad/media/post_attachments/indiatoday/images/story/202602/narendra-modi--tarique-rahman-17352638-16x9_0-661230.jpg?VersionId=Hj_SQpYB4DOcaoe4efDG6.XuvMUfm7hG&size=690:388)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ତାରିକ ରହମାନ ଏବଂ ତାଙ୍କର ପରିବାରକୁ ଭାରତକୁ ସରକାରୀ ଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ନିଜସ୍ବ ସୁବିଧାରେ ଭାରତ ଆସିବାକୁ ଏହି ନିମନ୍ତ୍ରଣ ଦେଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ନେତା ତାରିକ ରହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭାରତ ତରଫରୁ ଏହି ସମାରୋହରେ ସାମିଲ ହେବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଢାକା ଯାଇଥିଲେ।
-
Feb 17, 2026 22:04 IST
ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
/filters:format(webp)/sambad/media/media_files/2026/02/17/1breaking-news-wednesday-2026-02-17-20-09-35.jpg)
ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମର ସଚ୍ଚିଦାନନ୍ଦ କହଁର(ବୁନୁ)ଙ୍କ ଶବ କରୁ ମିଙ୍ଗିଆ ନିକଟ କାଡିମୁଣ୍ଡା ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଗତ ରବିବାର ଦିନ ବୁନୁଙ୍କ ନିଖୋଜ ନେଇ ଘୁ ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ପରିବାର ଲୋକ କରିଥିଲେ। ତେବେ ଆଜି କୁରୁମିଙ୍ଗିଆ ଗ୍ରାମର ଜଣେ ବ୍ୟକ୍ତି ମଇଁଷି ଚରେଇବା ପାଇଁ ଯାଇଥିବା ବେଳେ ସଂଧ୍ୟା ସମୟରେ କାଡ଼ିମୁଣ୍ଡା ନିକଟରେ ଶବକୁ ଦେଖି ପରିବାରକୁ ସୂଚନା ଦେଇଥିଲେ। ସେପଟେ ପୁଲିସ ଗତକାଲି ଓ ଆଜି ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲା। ଆଜି ତାଙ୍କର ମୃତ ଶରୀର ପଡ଼ିଥିବା ନେଇ ଜଣା ପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
-
Feb 17, 2026 20:55 IST
ରାଜ୍ୟସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ
ନବରଙ୍ଗପୁର: ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ‘ଅଗ୍ରଗାମୀ’ ତରଫରୁ ଏକ ରାଜ୍ୟ ସ୍ତରୀୟ ମହିଳା ପ୍ରାକୃତିକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ସହାୟକ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ, ଅତିରିକ୍ତ କୃଷି ଅଧିକାରୀ ଲକିରାଣୀ ଶତପଥୀ, ମାଣ୍ଡିଆ ରାଣୀ ଡ.ରାଇମତି ଘିଉରିଆ , ଅଗ୍ରଗାମୀର ନିର୍ଦେଶକ ଅଚ୍ୟୁତ ଦାସ, ବିଦ୍ୟା ଦାସ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା ସହିତ କୋରାପୁଟ, ମାଲକାନଗିରି, ରାୟଗଡ଼ା, କେଉଁଝର, କଳାହାଣ୍ଡି ଆଦି ଜିଲ୍ଲାରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ମହିଳାମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ୨୦୨୬ କୁ ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଭାବେ ଆଖ୍ୟା ଦିଆଯାଇଛି। ଏହି ଅବସରରେ ମହିଳା ଚାଷୀମାନଙ୍କୁ ସମ୍ମାନିତ କରିବାପାଇଁ ଓ ଚାଷ କ୍ଷେତ୍ରରେ ସେମାନଙ୍କର ଅବଦାନ କୁ ଆମେ ଯେପରି ଭୁଲି ନ ଯାଉ ସେଥିପାଇଁ ଏହା ହେଉଛି ଅଗ୍ରଗାମୀ ତରଫରୁ ଏକ ଛୋଟ ପ୍ରୟାସ।
/filters:format(webp)/sambad/media/media_files/2026/02/17/ngp-agrgamie-2-2026-02-17-20-54-57.jpg)
ଚାଷ କ୍ଷେତ୍ରରେ ମହିଳା ମାନଙ୍କର ଅବଦାନ, ଜୈବିକ ଚାଷ ର ଉପାଦେୟତା, ଶ୍ରୀ ପଦ୍ଧତି ରେ ଧାନ ଓ ମାଣ୍ଡିଆ ଚାଷ, ଫେମିଲି ଫାର୍ମ ର ବିକାଶ, ବିହନ ସଂରକ୍ଷଣ, ଛତୁ ଚାଷ ଆଦି କରି ସ୍ବାବଲମ୍ବୀ ହେବାକୁ ଜିଲ୍ଲାପାଳ ଓ ଡ. ଘୀଉରିଆ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଏହି ପରିପେକ୍ଷୀରେ ଅଗ୍ରଗାମୀ ତରଫରୁ ୪ ଗୋଟି ପ୍ରଦର୍ଶନୀ ଷ୍ଟଲ ମଧ୍ୟ କରାଯାଇଥିଲେ। ସେହି ଷ୍ଟଲରେ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆ ର ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଜୈବିକଖତ ପ୍ରଦର୍ଶନୀ, ନବଗାମି କୃଷକ ଉତ୍ପାଦକ କମ୍ପାନି ଓ ଛତୁ ଚାଷ ର ଏକ ଷ୍ଟଲ ମଧ୍ୟ କରାଯାଇ ପ୍ରଦର୍ଶନ କରାଯାଇଥିଲା। ଅଗ୍ରଗାମୀ ର କୁଳସ୍ବାମୀ ଜଗନ୍ନାଥ ଜେନା ପରିଚାଳନା କରିଥିଲେ।
-
Feb 17, 2026 20:40 IST
ମହିଳାଙ୍କ ଭ୍ୟାନିଟ ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ
/filters:format(webp)/sambad/media/media_files/2026/02/16/1breaking-news-thursday-2026-02-16-16-28-11.jpg)
ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା କାକଡମ୍ବା ଛକ ନିକଟରେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ମହିଳାଙ୍କ ହାତରୁ ଭ୍ୟାନିଟ ବ୍ୟାଗକୁ ଦୁର୍ବୃତ୍ତ ଝାମ୍ପି ନେଇଥିବା ଜଣାପଡିଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ଅମ୍ବାଦଳା ଥାନା ଅନ୍ତର୍ଗତ ଇଚ୍ଛାପୁର ପଂଚାୟତ କାକଡମ୍ବା ଗ୍ରାମର ନୀଳନ୍ତି କୁମାର। ମହିଳା ଜଣଙ୍କ ନିଜ ଘରୁ କୌଣସି କାମରେ ଚାଲି ଚାଲି ଅମ୍ବାଦଳା ଯାଉଥିବା ବେଳେ ଜଣେ ଦୁର୍ବୃତ୍ତ ମହିଳା ଜଣଙ୍କ ପଛପଟୁ ଧକା ଦେବାରୁ ତଳେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ତାଙ୍କ ହାତରୁ ଭ୍ୟାନିଟ ବ୍ୟାଗ ଝାମ୍ପି ନେଇଯାଇଥିଲେ। ଏହା ପରେ ମହିଳା ଜଣଙ୍କ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଭ୍ୟାନିଟରେ ତେଇଶି ହଜାର ଟଙ୍କା ମୋବାଇଲ ଫୋନ ରହିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଅମ୍ବାଦଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତର ଧକାରେ ମହିଳା ଜଣଙ୍କ ପଡିଯିବାରୁ ତାଙ୍କ ଗୋଡ଼ ଏବଂ ବେକରେ ମାଡ଼ ବାଜି ଥିବା ଜଣା ପଡିଛି।
-
Feb 17, 2026 20:27 IST
ସରପଞ୍ଚ, ଶତାଧିକ ମହିଳା ଘେରିଲେ ଜଳଯୋଗାଣ କାର୍ଯ୍ୟଳୟ
/filters:format(webp)/sambad/media/media_files/2026/02/17/1002963489-2026-02-17-20-27-44.jpg)
ରାଇରଙ୍ଗପୁର/ଜାମଦା: ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଚିନ୍ତା। ଜନ ପ୍ରତିନିଧି ସରପଞ୍ଚଙ୍କ ଅଭିଯୋଗକୁ ବେଖାତିର କରୁଛନ୍ତି ଜାମଦା ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ। ପାନୀୟ ଜଳ ପାଇଁ ସରପଞ୍ଚ ଓ ଶତାଧିକ ମହିଳାଙ୍କୁ ଧରି ଜଳଯୋଗାଣ କାର୍ଯ୍ୟଳୟ ଘେରାଉ କରିଛନ୍ତି। ଅଭିଯୋଗ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଳଗାଁ ଗ୍ରାମ ପଞ୍ଚାୟତର କାନଖା ଗ୍ରାମରେ ଦୀର୍ଘଦିନରୁ ସରକାରଙ୍କ ଲକ୍ଷାଧିକ ଟଙ୍କା ବ୍ଯୟରେ ନିର୍ମିତ ହୋଇଛି ବସୁଧା ଟାଙ୍କି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ପାଇଁ ବନ୍ଦ ପଡିଛି ପ୍ରକଳ୍ପ। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଗ୍ରାମବାସୀ ନୟାନ୍ତ, ଶେଷରେ ବାଧ୍ୟ ହୋଇ ଶତାଧିକ ମହିଳାଙ୍କୁ ସହିତ ସରପଞ୍ଚ ଆସି ଘେରାଉ କଲେ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ। ଏଭଳି ଅଭାବନୀୟ ଚିତ୍ରର ଅଭିଯୋଗ ନେଇ ଜଳ ଯୋଗାଣ କାର୍ଯ୍ୟଳୟରେ ଗ୍ରାମବାସୀ ଜାମଦା ବ୍ଲକ କାନଖା ଗ୍ରାମର ଶତାଧିକ ମହିଳା କାର୍ଯ୍ୟଳୟରେ ଆସି ଘେରାଉ କରିବା ପରେ ରାଇରଙ୍ଗପୁର ଜଳ ଯୋଗାଣ ବିଭାଗର ନିର୍ବାହୀ ଅଧିକାରୀ ସଙ୍ଗେ ସଙ୍ଗେ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରପଞ୍ଚ ବିଭାଗ କୁ ନିନ୍ଦା କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗ୍ରାମବାସୀଙ୍କୁ ପାନୀୟ ଜଳ କେବେ ମିଳୁଛି?
-
Feb 17, 2026 20:20 IST
ସମରା ସର୍ବକନିଷ୍ଠ ଶତକ ହାସଲକାରୀ
କାନାଡାର ୧୯ ବର୍ଷୀୟ ଯୁବକ ଯୁବରାଜ ସମରା ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ସର୍ବକନିଷ୍ଠ ଶତକ ହାସଲକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ମଙ୍ଗଳବାର ଚେନ୍ନାଇରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଯୁବରାଜ ୬୫ ବଲ୍ରେ ୧୧୦ ରନ୍ର ପାଳି ଖେଳିବାରୁ କାନାଡ଼ା ୧୭୩/୪ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ତାଙ୍କର ଏହି ଶତକ ଦଳକୁ ବିଜୟ ଦେଇ ପାରି ନଥିଲେ ମଧ୍ୟ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ ସେ। ୫୮ ବଲ୍ରୁ ଶତକ ଅର୍ଜନ କରି ସେ (୧୯ ବର୍ଷ ୧୧୪ ଦିନ) ଟ୍ବେଣ୍ଟି-୨୦ ବିଶ୍ବକପ୍ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ପୂର୍ବରୁ ଏହି ରେକର୍ଡ ପାକିସ୍ତାନର ଶେହଜାଦ ଅହମଦ (୨୨ ବର୍ଷ)ଙ୍କ ନାମରେ ଥିଲା। ସେ ୨୦୧୪ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ଏହି ରେକର୍ଡ କରିଥିଲେ। ୩୬ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସମ୍ରା ପ୍ରଥମ ୱିକେଟ୍ରେ ଦିଲପ୍ରୀତ ବଜୱାଙ୍କ ସହ ୧୧୬ ରନ୍ର ଭାଗୀଦାର ଗଢ଼ିଥିଲେ। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏକ ପୂର୍ଣ୍ଣ ରାଷ୍ଟ୍ର ଦଳ ବିପକ୍ଷରେ ସହଯୋଗୀ ରାଷ୍ଟ୍ରର ପ୍ରଥମ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରର ରେକର୍ଡ ହୋଇଥିଲା।
sports -
Feb 17, 2026 20:07 IST
୭୭ ଗ୍ରାମର ଧଳାଜହର ଜବତ, ଦୁଇ ଗିରଫ
/filters:format(webp)/sambad/media/media_files/2026/02/17/whatsapp-image-2026-02-17-20-02-26.jpeg)
ଜଗତସିଂହପୁର: ଅବକାରୀ ରେଞ୍ଜ ଏବଂ ବାଲିକୁଦା ଅବକାରୀ ଥାନା ବାଲିକୁଦା ଥାନା ଅନ୍ତର୍ଗତ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରି ୭୭ ଗ୍ରାମର ବ୍ରାଉନସୁଗାର ଜବତ କରିଚନ୍ତି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ମଙ୍ଗଳବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ବିଶେଷ ସୂତ୍ରକୁ ଆଧାର କରି ମାଛଗାଁ ବଜାରରେ ଚଢଉ କରି ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ସିଙ୍ଗିତାଲିଆ ଗ୍ରାମର ଧର୍ମାନନ୍ଦ ସାହୁଙ୍କ ପୁଅ ସୁର୍ଦଶନ ସାହୁ (୫୪) ଙ୍କଠାରୁ ୫୨ ଗ୍ରାମର ବ୍ରାଉନସୁଗାର ଓ ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ (ଓଡି-୧୩-ଜି-୭୩୭୧) ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତଙ୍କ ଠାରୁ ତଥ୍ଯ ସଂଗ୍ରହ କରି ତାଙ୍କର ସହଯୋଗୀ ଆମ୍ବଶାଳ ଗ୍ରାମର ବେଣୁଧର ଦାସଙ୍କ ପୁଅ ହୃଷୀକେଶ ଦାସ (୩୮)ଙ୍କୁ ଗିରଫ କରିବା ସହ ଯାଞ୍ଚ ପରେ ତାଙ୍କ ଠାରୁ ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଦୁଇଟି ଅଲଗା ମାମଲାରେ ଅଦାଲତ ଚାଲଣ କରାଯାଇଥିବା ବେଳେ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଦ୍ବୟଙ୍କ ଙ୍କ ଜାମିନ ନାମଞ୍ଜୁର କରି କାରାଗାରକୁ ପଠାଇଛନ୍ତି। ଆଜିର ଏହି ଚଢଉରେ କନଷ୍ଟେବଳ ଜୟଦେବ ପାତ୍ର, ଦୀନବନ୍ଧୁ ସେଠୀ, ପ୍ରତିମା ଜେନା, ଶୁଭଶ୍ରୀ ବିଶ୍ବାଳ, ଅନୁରାଗ ସୂର୍ୟବଂଶୀ ପ୍ରମୁଖ ସାମିଲ ଥିଲେ।
-
Feb 17, 2026 19:42 IST
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
Photograph: (sambad.in) ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ କାସୀପୁର ଥାନା ମାଣ୍ଡିବିଶି ଗାଁର ରାଜେଶ ବାଗ। ରାୟାଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଛକ ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଦୁର୍ଘଟଣା। ରାଜେଶ ତାଙ୍କ ସମ୍ପର୍କୀୟଙ୍କ ସହିତ ରାୟାଗଡା ଠାରୁ ନିଜ ଗାଁ ମାଣ୍ଡିବିଶି କୁ ଫେରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକା ହୋଇଥିଲା। ଦୁର୍ଘଟଣାରେ ରାଜେଶ ତଳେ ଛିଟିକି ପଡ଼ିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ରାଜେଶ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେଶର ମୃତ୍ୟୁ ହୋଇଥିଲା।
-
Feb 17, 2026 19:23 IST
ପୂର୍ବତନ ପିଇଓଙ୍କୁ ୩ବର୍ଷ ଜେଲ୍ଦଣ୍ଡ
/filters:format(webp)/sambad/media/media_files/2026/02/13/01breaking6-2026-02-13-17-10-31.jpeg)
- ଭିଜିଲାନ୍ସ କୋର୍ଟରେ ପୂର୍ବତନ ପିଇଓ ଦୋଷୀସାବ୍ୟସ୍ତ
- ପୂର୍ବତନ ପିଇଓ କ୍ୟାଶାମା ପ୍ରସାଦ ଦୁରିଆଙ୍କୁ ୩ବର୍ଷ ଜେଲ୍ଦଣ୍ଡ, ୫୦ ହଜାର ଜରିମାନା
- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ କ୍ୟାଶାମା
- ୨୦ହଜାର ଟଙ୍କାର ବିଲ୍ ପାଇଁ ଲାଞ୍ଚ ନେଇଥିଲେ ୬ହଜାର ଟଙ୍କା
- କୋରାପୁଟ ଭିଜିଲାନ୍ସ ୨୦୨୧ ଅକ୍ଟୋବର ୨୦ରେ ରୁଜୁ କରିଥିଲା ମାମଲା
-
Feb 17, 2026 19:16 IST
ମିଟର ଭଡା ଛାଡ଼ ୩ କିଲୋୱାଟକୁ ବୃଦ୍ଧି ହେଉ: ଶକ୍ତି ସମୀକ୍ଷକ
ଭୁବନେଶ୍ବର: ଆସନ୍ତା ବର୍ଷ (୨୦୨୬-୨୭)ର ଖୁଚୁରା ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପାଇଁ ଆଜି ଷଷ୍ଟ ଦିନରେ ବାଲେଶ୍ଵର ଠାରେ ଟିପିଏନଓଡ଼ିଏଲ ( ଟାଟା ପାୱାର ଉତ୍ତର ଓଡିଶା ବିତରଣ କମ୍ପାନି)ର ରାଜସ୍ୱ ଆବଶ୍ୟକତା ଓ ଟାରିଫ ଦରଖାସ୍ତ ଉପରେ ଓଇଆରସି ଜନଶୁଣାଣି କରିଛନ୍ତି। ଜନଶୁଣାଣି ପ୍ରାରମ୍ଭରେ ଟିପିଏନଓଡ଼ିଏଲ ତରଫରୁ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଗଜାନନ କାଲେ ଓ ସାଧାରଣ ପରିଚାଳକ ମାଳଞ୍ଚା ଘୋସ ଦରଖାସ୍ତକୁ ଉପସ୍ଥାପନ କଲେ। ଟିପିଏନଓଡ଼ିଏଲ ୨୦୨୬-୨୭ରେ ଗ୍ରୀଡ୍କୋ ଠାରୁ ୮୮୫୪ ନିୟୁତ ୟୁନିଟ କ୍ରୟକରି ୭୮୦୨ ନିୟୁତ ୟୁନିଟ ଉପଭୋକ୍ତାଙ୍କୁ ବିକ୍ରି କରିବା ପାଇଁ ସମୁଦାୟ ୫୧୫୨ କୋଟିଟଙ୍କା ଆବଶ୍ୟକ କରୁଛି। ଚଳିତ ବର୍ଷପାଇଁ ବିତରଣ କ୍ଷତି ୧୨.୯୬% ଅନୁମୋଦନ ହୋଇଥିବାବେଳେ ଆସନ୍ତା ବର୍ଷପାଇଁ ୧୧.୮୮% ହେବ ବୋଲି କମ୍ପାନିକହିଛି।
ଚଳିତ ବର୍ଷର ଟାରିଫ ଅନୁସାରେ ଆସନ୍ତା ବର୍ଷରେ ୪୬୯୪ କୋଟିଟଙ୍କା ଉପଭୋକ୍ତାଙ୍କ ଠାରୁ ଅଦାୟ କରିବାକୁ କମ୍ପାନି ଯୋଜନା କରିଥିବାବେଳେ ଅଣ-ଟାରିଫ ଆୟ ବାବଦକୁ ୧୯୬ କୋଟିଟଙ୍କା ପାଇବ। ତେଣୁ କମ୍ପାନି ୪୮୮୯ କୋଟିଟଙ୍କା ସମୁଦାୟ ରାଜସ୍ୱ ଅଦାୟ ଆକଳନ କରି ନିଅଣ୍ଟ ରାଜସ୍ୱ ପରିମାଣକୁ ୨୬୩ କୋଟିଟଙ୍କା ଦର୍ଶାଇଛି। ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ ପାଇଁ କମ୍ପାନୀ ଆକଳନ କରିଥିବା ୧୪୮୬ କୋଟିଟଙ୍କା ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତକରି ଓଇଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା କହିଲେ ଟାଟା ଆସିବା ପୂର୍ବରୁ ଯାହା ଖର୍ଚ ହେଉଥିଲା ୫ ବର୍ଷପରେ ତାହା ବହୁଗୁଣରେ ବୃଦ୍ଧି ପାଇଛି କିନ୍ତୁ ତୁଳନାତ୍ମକ ଭାବେ ବିଦ୍ୟୁତସେବାର ମାନ ବୃଦ୍ଧି ହୋଇନାହି। ତେଣୁ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ କାଟ କରିବାକୁ କହିଲେ। ଓଡିଶାରେ ଟାଟା ପାୱାର ପରୋକ୍ଷ ଭାବେ ନିଯୁକ୍ତ କରିଥିବା ପ୍ରାୟ ୫୨୦୦୦ କର୍ମଚାରୀ ଓ ନିୟମିତ ଭାବେ କାର୍ଯ୍ୟ କରୁଥିବା ୧୩୫୦୦ କର୍ମଚାରୀ କଣ କରୁଛନ୍ତି ବୋଲି ପ୍ରଶ୍ନ କଲେ। କମ୍ପାନୀ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହେବାରୁ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଧେଶ ଦେଲେ। -
Feb 17, 2026 18:39 IST
ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତର ଓ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ
/filters:format(webp)/sambad/media/media_files/2026/02/13/1breaking-news-saturday-2026-02-13-22-52-20.jpg)
ସୋର: ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ସୋର ଥାନା ଆଙ୍ଗୁଳା ଗ୍ରାମର ମକରା ଦାସଙ୍କ ଘରକୁ ତାଙ୍କ ଶ୍ବଶୁର ଆସିଥିବା ବେଳେ ଅପରାହ୍ଣରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଜ୍ୱାଇଁ ମକରା ଓ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ସୁମନ୍ତ ଧଡା ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ଡାକ୍ତର ବିଳମ୍ବରେ ରୋଗୀ ଦେଖିବାକୁ ଆସିଥିବା କହି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଭିଡିଓ ଉତ୍ତୋଳନ କରିବା ସହିତ ଡାକ୍ତରଙ୍କୁ ଘେରିଥିଲେ। ଫଳରେ ଡାକ୍ତରଖାନା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ରିପୋର୍ଟ: ଅଭୟ ପତ୍ରୀ
-
Feb 17, 2026 18:37 IST
ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀଙ୍କୁ ୨ ବର୍ଷ ଜେଲ୍
ସୁନ୍ଦରଗଡ଼: ରାଉରକେଲା ବନଖଣ୍ଡ କୁଆରମୁଣ୍ଡା ବନାଞ୍ଚଳର ଅବସରପ୍ରାପ୍ତ ଅଧିକାରୀ ଭରତ କୁମାର ଘଡ଼େଇ (୬୪)ଙ୍କୁ ମଙ୍ଗଳବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟେ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ୧୯୯୭ରେ କୁଆରମୁଣ୍ଡାରେ ଶ୍ରୀ ଘଡ଼େଇ ବନାଞ୍ଚଳ ଅଧିକାରୀ ଥିବା ବେଳେ ମୂଲ୍ୟବାନ ବନସାମଗ୍ରୀ ସହ ଧରାପଡ଼ିଥିବା ଜଣେ ଅଭିଯୁକ୍ତକୁ ଅନୁକମ୍ପା ପ୍ରଦର୍ଶନ ପୂର୍ବକ କୌଣସି ମାମଲା ରୁଜୁ ନକରିବା ଓ ଜବତ ସାମଗ୍ରୀ ଛାଡ଼ିଦେଇଥିଲେ। ଏ ନେଇ ରାଉରକେଲା ଭିଜିଲାନ୍ସ ୩୦.୧୨.୧୯୯୭ରେ ଅଧିକାରୀଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାର ବିଚାର କରି କୋର୍ଟ ମଙ୍ଗଳବାର ଦଣ୍ଡାଦେଶ କରିଛନ୍ତି। ତେବେ ତାଙ୍କ ଅନ୍ୟ ଏକ ଭାରତୀୟ ଦଣ୍ଡବିଧି ଧାରା ୨୦୨ରୁ କୋର୍ଟ ମୁକ୍ତ କରି ଜାମିନ ଦେଇଛନ୍ତି। ରାଉରକେଲା ଭିଜିଲାନ୍ସ ୟୁନିଟ ମୁଖ୍ୟ ପୂର୍ବତନ ଡିଏସ୍ପି ବିଷ୍ଣୁଚରଣ ଦାଶ ମାମଲାର ତଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦେଇଥିବା ବେଳେ ସ୍ବତନ୍ତ୍ର ପିପି ଶ୍ୟାମସୁନ୍ଦର ମିଶ୍ର, ଉଦିତ ବଟୁଶର୍ମା ମାମଲା ପରିଚାଳନା କରିଥିଲେ। ସହକାରୀ ପିପି ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ।
ରିପୋର୍ଟ: ଡମ୍ବରୁଧର ନାୟକ
-
Feb 17, 2026 18:22 IST
ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ
/filters:format(webp)/sambad/media/media_files/2026/02/15/1breaking-news-monday-2026-02-15-22-43-55.jpg)
ଭଦ୍ରକ: ଭଦ୍ରକ କଲେଜ ରୋଡ୍ରେ ଏକ କମେଣ୍ଟ ମରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ଉଠାଇ ନେଇ ଆକ୍ରମଣ କରିବା ଘଟଣାରେ ଭଦ୍ରକ ନାଥ ସାହିର ସ୍ମୃତି ରଞ୍ଜନ ନାଥ ନାମକ ଜଣେ ଯୁବକଙ୍କୁ ଭଦ୍ରକ ପୁଲିସ ଅଟକ ରଖି ତଦନ୍ତ କରିଥିଲା। ଆଜି ଭୋର ସମୟରେ ଭଦ୍ରକର ଚରମ୍ପା ସ୍ଥିତ ରିଜର୍ଭ ବ୍ୟାରେକରୁ କୌଶଳ କ୍ରମେ ବ୍ୟାରେଜରେ ଅଟକ ଥିବା ସ୍ମୃତି ରଞ୍ଜନ କେଉଁଆଡେ ଫେରାର ହୋଇଯାଇଛି। ଆଜି ଭଦ୍ରକ ପୁଲିସ ପକ୍ଷରୁ ତାକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପୁଲିସ ପାଉ ନାହିଁ। ଏହି ଘଟଣାରେ ଭଦ୍ରକ ଏସ୍ପି ଆଜି ରିଜର୍ଭ ବ୍ୟାରେକ୍ର ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରୁଛନ୍ତି।
-
Feb 17, 2026 18:10 IST
ଟି-୨୦ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ
/filters:format(webp)/sambad/media/media_files/2026/02/14/1breaking-news-sunday-2026-02-14-22-48-27.jpg)
- ଟି୨୦ ବିଶ୍ବକପ୍ର ସୁପର-୮ରୁ ବାହାରିଲା ଅଷ୍ଟ୍ରେଲିଆ
- ବର୍ଷା ଧୋଇନେଲା ଜିମ୍ବାୱେ-ଆୟରଲ୍ୟାଣ୍ଡ ମ୍ୟାଚ୍
- ଟି୨୦ ବିଶ୍ବକପ୍-୨୦୨୬ରେ ବଡ଼ ବିପର୍ଯ୍ୟୟ
- ‘ଗ୍ରୁପ-ବି’ରେ ସୁପର-୮ରେ ସ୍ଥାନ ପାଇଲା ଜିମ୍ବାୱେ
- ‘ଗ୍ରୁପ-ବି’ରେ ଦ୍ବିତୀୟ ଦଳ ଭାବେ ସ୍ଥାନ ପାଇଲା ଜିମ୍ବାୱେ
- ‘ଗ୍ରୁପ-ବି’ରେ ପୂର୍ବରୁ ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା
-
Feb 17, 2026 17:49 IST
ପୂର୍ବତନ ଇଂଜିନିୟରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
/filters:format(webp)/sambad/media/media_files/2026/02/16/1breaking-news-thursday-2026-02-16-16-28-11.jpg)
- ପୂର୍ବତନ ଇଂଜିନିୟର ସିମାଦ୍ରୀ ନାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
- ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ
- ସିମାଦ୍ରୀ ନାୟକ ଥିଲେ ନବରଂଗପୁର ଜିଲ୍ଲା ଉମରକୋର୍ଟରେ ଇଂଜିନିୟର
- ଆର ଡବ୍ଲ୍ୟୁ ଡିଭିଜନରେ ଥିଲେ ଇଂଜିନିୟ
- ଚାର୍ଜସିଟରେ ସିମାଦ୍ରୀଙ୍କ ନାମରେ ଅଢ଼େଇ କୋଟିର ସ୍ଥାବର ଓ ଅସ୍ଥାବର ସଂପତ୍ତି
- ରାୟଗଡ଼ାରେ ବହୁତଳ କୋଠା, ନବରଂଗପୁରରେ ୨ଟି କୋଠା
- ରାୟଗଡ଼ାରେ ଗୋଟିଏ ଏବଂ ନବରଂଗପୁରରେ ୨ଟି ଜମିପ୍ଲଟ
- ବ୍ୟାଙ୍କ ଡିପୋଜିଟ୍ ଓ ସୁନାଗହଣା ଥିବା ଉଲ୍ଲେଖ
-
Feb 17, 2026 17:18 IST
ନାବାଳକର ଗଳା କାଟି ଅଭିଯୁକ୍ତ ଗିରଫ
/filters:format(webp)/sambad/media/media_files/2026/02/12/1breaking-news-friday-2026-02-12-22-47-47.jpg)
- ନାବାଳକକୁ ଗଳା କାଟିବା ଘଟଣାରେ ଅଭିଯୁକ୍ତ ଗିରଫ
- ଅଭିଯୁକ୍ତ ହେକେନ କୁଲେସିକାକୁ ଗିରଫ କଲା ପୁଲିସ
- ସାମାନ୍ୟ ବଚସାକୁ ନେଇ ଦଶମ ଶ୍ରେଣୀ ଛାତ୍ରକୁ ଆକ୍ରମଣ
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଅଘଟଣ
- ଟଙ୍କା ନେଣଦେଣକୁ ନେଇ ଛାତ୍ରର ଗଳା କାଟିଥିଲା ଯୁବକ
- ଡାକ୍ତରଖାନାରେ ଛାତ୍ରର ଚିକିତ୍ସା ଜାରି
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାରେ ମାମଲା ରୁଜୁ
-
Feb 17, 2026 16:04 IST
ଭୁବନେଶ୍ବରରେ ନାବାଳକ ନିଖୋଜ
/filters:format(webp)/sambad/media/media_files/2026/02/17/whatsapp-image-2026-02-17-16-03-55.jpeg)
- ଭୁବନେଶ୍ବରରେ ଗତକାଲି ଠାରୁ ନାବାଳକ ନିଖୋଜ
- ଏୟାରଫିଲ୍ଡ ଥାନା ଅଧୀନ ବୋତଣ୍ଡା ଅଞ୍ଚଳରୁ ନିଖୋଜ
- ନିଖୋଜ ନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ
- ନିଖୋଜ ଛାତ୍ର ହେଲେ ମିତ୍ରଭାନୁ ପଟ୍ଟନାୟକ
- ନିଖୋଜ ନେଇ ଅଭିଯୋଗ ଆଣିଲେ ବାପା ମହେନ୍ଦ୍ର ପଟ୍ଟନାୟକ
-
Feb 17, 2026 15:37 IST
ମନ୍ଦିରରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
/filters:format(webp)/sambad/media/media_files/2026/02/14/1breaking-news-sunday-2026-02-14-22-48-27.jpg)
- ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଉଗ୍ରରୂପ ନେଲା ବିବାଦ
- ମନ୍ଦିରରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
- ଖବର ପାଇ ଅଗ୍ନିଶମ ବାହିନୀ ଉପସ୍ଥିତ
- ଅଗ୍ନିଶମ ବାହିନୀର ନିଆଁ ଲିଭା ଜାରି
- ତେନ୍ତୁଳିଆ ଓ ବଗୁଲାପାରିରେ ଉତ୍ତେଜନା
- ପ୍ରାୟ ୨୦ ଜଣ ଲୋକ ଗୁରୁତର
- ପୁଲିସ ମୁତୟନ, ପରିସ୍ଥିତି ଅଣାୟତ୍ତ
-
Feb 17, 2026 15:36 IST
ଅନ୍ବେଷା ହଷ୍ଟେଲରୁ ଛାତ୍ର ନିଖୋଜ
/filters:format(webp)/sambad/media/media_files/2026/02/16/1breaking-news-thursday-2026-02-16-16-28-11.jpg)
ସୁନ୍ଦରଗଡ଼: ଆଜି ସକାଳ ୯ଟାରୁ ସ୍ଥାନୀୟ କିରେଇସ୍ଥ ଅନ୍ବେଷା ହଷ୍ଟେଲରୁ ଜଣେ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ସେ ଦୁଇଦିନ ହେଲା ଅସୁସ୍ଥ ଥିଲେ। ତାଙ୍କୁ ଔଷଧ ଦିଆଯାଇଥିଲା। ଖବର ପାଇ ତାଙ୍କୁ ନେବାକୁ ଆସିଥିଲେ ମା'। ହେଲେ ତା ପୂର୍ବରୁ ସେ କୁଆଡ଼େ ଚାଲିଯାଇଥିବା ସୂଚନା ମିଳିଛି। ଦର୍ଶନ ଏକାଡେମିରେ ଅଷ୍ଟମ ପଢ଼ୁଥିବା ଏହି ଛାତ୍ର ଜଣକ ହେଲେ ବଡ଼ଗାଁ କୁସ୍ତୁନାର ସଚିନ ଜୟପୁରିଆ। ହଷ୍ଟେଲରେ ୯ ଶହରୁ ଅଧିକ ପିଲା ରହି ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଇଥିଲେ। କିଛି ଅସୁସ୍ଥ ଛାତ୍ରଙ୍କ ସହ ସଚିନଙ୍କୁ ମଧ୍ଯ ଡାକ୍ତରଖାନା ନେବାକୁ ୱାର୍ଡେନ୍ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଛାତ୍ର ଜଣକ କୁଆଡ଼େ ଚାଲିଯାଇଥିବା ହଷ୍ଟେଲ ପରିଚାଳକ କହିଛନ୍ତି। ପୁଅକୁ ନେବାକୁ ଆସିଥିବା ମା ସୂଚନା ପାଇ ଚିନ୍ତିତ ହୋଇଥିବାବେଳେ ବାପା ବି ହଷ୍ଟେଲକୁ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ବି ତାଙ୍କ କୌଣସି ପତ୍ତା ମିଳିନି। ବାପା ଗାଁକୁ ଯାଇ ଖୋଜାଖୋଜି କରି ନିରାଶ ହୋଇଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି।
-
Feb 17, 2026 12:16 IST
ଦୁର୍ଘଟଣାରେ ପୁଣି ଜଣେ ମୃତ, ଦୁଇ ଗୁରୁତର ଆହତ
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ତ କୁଟିଙ୍ଗାରେ ଶିବରାତ୍ର ଅବସରରେ ସୋମବାର ରାତିରେ ନାଟକ ଦେଖିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଛି | ଏଥିରେ ଜଣେ ବାଇକ ଆରୋହୀ ଠିଆ ହୋଇଥିବା ଯୁବକକୁ ଧକ୍କା ଦେଇଥିଲେ | ଧକ୍କା ଦେବା ପରେ ବାଇକରେ ବସିଥିବା ଦୁଇଜଣ ଛିଟିକି ପଡ଼ିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ | ଆହତମାନଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | ଆହତମାନଙ୍କ ମଧ୍ୟରୁ କିଛି ସମୟ ତଳେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ଚାଲିଛି |
-
Feb 17, 2026 12:10 IST
ଚମ୍ପୁଆରେ ସିରିଜ ଦୁର୍ଘଟଣା
କେଉଁଝର ଜିଲ୍ଲା ଚମ୍ପୁଆ ଥାନା ୫୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ ଦୁର୍ଘଟଣା। କାର ଉପରେ ଓଲଟି ପଡିଲା ଟ୍ରକ। ଏକ ବାଇକ ଦୁର୍ଘଟଣାଗ୍ରସ୍ତ କାର ପଛରେ ପିଟି ହେବାରୁ ବାଇକ୍ ଆରୋହୀ ସହିତ କାରରେ ବସିଥିବା ଚାରି ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଂଚି ଥିବା ବେଳେ ଆହତମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
-
Feb 17, 2026 11:09 IST
କରତ କଳରେ ଚଢ଼ାଉ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଏ ବରିଡା ଗ୍ରାମରେ ବହୁତ ବର୍ଷ ଧରି ଚାଲିଥିବା ତିନୋଟି ବେଆଇନ କରତକଳ ଉପରେ ବନ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଚଢାଉ କରାଯାଇଛି । ଚଢାଉରେ ବହୁତ ପରିମାଣର ମୁଲ୍ୟବାନ କାଠ ସହ ବହୁତ ପରିମାଣର ସରଞ୍ଜାମ ଜବତ କରାଯାଇଛି । ଏହି ଚଢାଉରେ ପୋଲସରା, ବୁଗୁଡା ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିବା ବେଳେ କବିସୂର୍ଯ୍ୟନଗର ପୋଲସରା ଓ ପୁରୁଷୋତ୍ତମପୁର ଥାନା ପୋଲିସ କର୍ମଚାରୀମାନେ ମଧ୍ଯ ସାମିଲ ହୋଇଥିବାର ଜଣାପଡିଛି ।
-
Feb 17, 2026 09:31 IST
ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ
/sambad/media/post_attachments/437e683e-bfb.png)
ନୂଆଦିଲ୍ଲୀ: ସାରା ଦେଶରେ ମଙ୍ଗଳବାର ଦିନ ସିବିଏସଇର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଅନୁଯାୟୀ ଚଳିତ ବର୍ଷ ମୋଟ 43,67,870 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିମଧ୍ୟରୁ 25,08,319 ଜଣ ଦଶମ ଶ୍ରେଣୀ ପାଇଁ ଏବଂ 18,59,551 ଜଣ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଦେଉଛନ୍ତି। 14,08,546 ଜଣ ପୁଅ ଏବଂ 10,99,773 ଜଣ ଝିଅ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଦେବେ। ଏହି ସମୟରେ, 10,27,552 ଜଣ ପୁଅ ଏବଂ 8,31,999 ଜଣ ଝିଅ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଦେବେ। ଏଥର, ୮୩ଟି ବିଷୟରେ ଦଶମ ଶ୍ରେଣୀ ପରୀକ୍ଷା କରାଯିବ ଏବଂ ୧୨ଟି ବିଷୟରେ ୧୨୦ଟି ବିଷୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ। ସାରା ଦେଶରେ ଦଶମ ଶ୍ରେଣୀ ପାଇଁ ମୋଟ ୮,୦୭୫ ଜଣ ଏବଂ ୧୨ଶ୍ରେଣୀ ପାଇଁ ୭,୫୭୪ ଜଣ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି।
-
Feb 17, 2026 08:58 IST
ହରିୟାଣାରେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଗଳା କାଟି ହତ୍ୟା
/sambad/media/post_attachments/6a7c5a7c-f34.png)
ହିସାର: ବାହାଦୁରଗଡ଼ରେ ହାନ୍ସୀର ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ଗୁରୁଗ୍ରାମରେ କାମ କରୁଥିଲେ। ଘଟଣା ସମୟରେ ସେ ତାଙ୍କ ସ୍ୱାମୀ ଅଂଶୁଲଙ୍କ ସହ କାରରେ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ସ୍ୱାମୀ ଗୁରୁଗ୍ରାମରେ ସିଏ ଭାବରେ କାମ କରନ୍ତି ଏବଂ ସ୍ତ୍ରୀ ମଧ୍ୟ ସେଠାରେ ଏକ ବ୍ୟାଙ୍କରେ କାମ କରୁଥିଲେ। ଗତବର୍ଷ ସେପ୍ଟେମ୍ବରରେ ଏହି ଦମ୍ପତିଙ୍କର ବିବାହ ହୋଇଥିଲା। ରବିବାର ରାତି ପ୍ରାୟ ୭ଟାରେ ଏହି ଦମ୍ପତି ଗାଡ଼ି ଚଳାଇ ଗୁରୁଗ୍ରାମକୁ ଯାଉଥିଲେ ଯେତେବେଳେ କିଛି ଘଣ୍ଟା ପରେ ଘଟଣାଟି ଘଟିଥିଲା। ସ୍ୱାମୀ ନିଜେ ପୁଲିସକୁ ଫୋନ୍ କରିଥିଲେ। ହତ୍ୟା କିଏ କରିଛି ତାହା ଜାଣିବା ପାଇଁ ଘଟଣାସ୍ଥଳରେ ପୁଲିସ ତଦନ୍ତ କରୁଛି। -
Feb 17, 2026 08:15 IST
କୁହୁଡ଼ି ଯୋଗୁଁ ଅଜଣା ଟ୍ରକ୍ରେ ଧକ୍କା ହୋଇ ଜଣେ ମୃତ
/filters:format(webp)/sambad/media/media_files/2026/02/17/whatsapp-image-2026-02-17-08-14-57.jpeg)
ରାହାମା: କଟକ-ପାରାଦ୍ୱୀପ ରାଜରାସ୍ତା ସତ୍ୟ ସାଇ ଜ୍ଞାନ ବିକାଶ ଛକ ହମ୍ପସ ନିକଟରେ କମଳା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ରାତ୍ରି ଜଗୁଆଳି ଥିବା ଉତ୍ତମ ପରିଡା କାର୍ଯ୍ୟ ସାରି ସକାଳୁ ସକାଳୁ ଘରକୁ ଯିବା ବେଳେ ଘନ କୁହୁଡି ଯୋଗୁଁ ଅଜଣା ଟ୍ରକ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ରାଜରାସ୍ତା ଉପରେ ସାଇକେଲ, ଟ୍ରକ, ମୋବାଇଲ ସହିତ, ଉତ୍ତମ ପରିଡା ଟ୍ରକ ତଳେ ଚାପି ହୋଇଯିବା ଫଳରେ ମୁତ୍ୟୁ ବରଣ କରିଛନ୍ତି। ଏନେଇ କଟକ-ପାରାଦ୍ୱୀପ ରାଜରାସ୍ତାକୁ ବନ୍ଦ କରାଯାଇଛି। କୁଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
-
Feb 17, 2026 08:10 IST
ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଧାନାଙ୍କୁ ୨୦୨୫ ପାଇଁ ବିବିସି ଇଣ୍ଡିଆନ୍ ଶ୍ରେଷ୍ଠ ଖେଲାଳି ପୁରସ୍କାର ଦିଆଯାଇଛି। ମହିଳା ବିଶ୍ୱକପ-୨୦୨୫ରେ ଭାରତର ଐତିହାସିକ ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ସୋମବାର ଆୟୋଜିତ ଏକ ଚମତ୍କାର ଉତ୍ସବରେ ଦେଶ ସାରା ଅନେକ ମହିଳା ଖେଳାଳିଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ସ୍ମୃତି ମନ୍ଧାନା ବର୍ତ୍ତମାନ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତ କରୁଛନ୍ତି, ଯେଉଁଠାରେ ଦଳ ଏକ ବହୁ-ଫର୍ମାଟ୍ ସିରିଜ୍ ଖେଳୁଛନ୍ତି। ଏକ ଭିଡିଓ ବାର୍ତ୍ତାରେ, ସେ ଏହି ସମ୍ମାନ ପାଇଁ ବିବିସିକୁ ଧନ୍ୟବାଦ ଦେଇ କହିଛନ୍ତି ଯେ ୨୦୨୫ ମହିଳା କ୍ରିକେଟ୍ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ବର୍ଷ ଥିଲା ଏବଂ ସେ ଦଳର ବିଜୟରେ ଯୋଗଦାନ ଦେଇପାରି ଖୁସି।
୨୯ ବର୍ଷୀୟ ବାମହାତୀ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଆଜି ମହିଳା କ୍ରିକେଟ୍ରେ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ତାଙ୍କର ମହିଳା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଶତକ ଅଛି। ସେ ବର୍ତ୍ତମାନର ଖେଳାଳିମାନଙ୍କ ମଧ୍ୟରେ ବିଶ୍ୱର ତୃତୀୟ ସର୍ବାଧିକ ରନ ସ୍କୋରର ମଧ୍ୟ। ମହାରାଷ୍ଟ୍ରର ସାଙ୍ଗଲି ସହରରେ ଜନ୍ମଗ୍ରହଣ କରିଥିବା ସ୍ମୃତି ତାଙ୍କ ବାପା ଏବଂ ଭାଇଙ୍କଠାରୁ କ୍ରିକେଟ ଖେଳିବାର ପ୍ରେରଣା ପାଇଥିଲେ, ଯେଉଁମାନେ ନିଜେ ଜିଲ୍ଲା ସ୍ତରରେ କ୍ରିକେଟ ଖେଳିଛନ୍ତି।
-
Feb 17, 2026 07:14 IST
୧୦ଟି ରାଜ୍ୟରେ ବର୍ଷା ସମ୍ଭାବନା
/filters:format(webp)/sambad/media/media_files/2025/09/26/rain-2025-09-26-09-22-07.png)
ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବ୍ରୁଆରି ମାସରେ ମାର୍ଚ୍ଚ ପରି ଗରମ ଆରମ୍ଭ ହୋଇଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି ମଧ୍ୟରେ, ପାଣିପାଗ ବିଭାଗ ଆଜି ଏବଂ ଆଜି ଏବଂ ଫେବ୍ରୁଆରି ୧୮ ତାରିଖରେ ୧୦ଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଆଜିଠାରୁ ଫେବ୍ରୁଆରି ୧୯ ତାରିଖ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଯେଉଁ ରାଜ୍ୟଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ କଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ତାମିଲନାଡୁ।
-
Feb 17, 2026 07:10 IST
ଭୁବନେଶ୍ବରରେ ଘନ କୁହୁଡ଼ି
/filters:format(webp)/sambad/media/media_files/2026/02/17/fog-2026-02-17-07-10-03.jpeg)
- ଭୁବନେଶ୍ବରରେ ଆଜି ଘନକୁହୁଡ଼ି ଅନୁଭୂତ
- ସକାଳ ୭ଟାରେ କୁହୁଡ଼ି ପାଇଁ ଯାତାୟତ ପ୍ରଭାବିତ
- ଅନେକ ସ୍ଥାନରେ ଦୃଶ୍ୟମାନତା ୫୦ ମିଟରରୁ କମ୍
- ସତର୍କ ନରହିଲେ ଘଟିପାରେ ଦୁର୍ଘଟଣା
-
Feb 17, 2026 07:05 IST
ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ
ମୁମ୍ବାଇ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରୋନ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ଦିଲ୍ଲୀରେ ଚାଲିଥିବା ଏଆଇ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ମାକ୍ରୋନଙ୍କ ସହ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ, ମାକ୍ରୋନ ୨୦୨୬ ଫେବ୍ରୁଆରି ୧୯ ପର୍ଯ୍ୟନ୍ତ ଭାରତ ସରକାରୀ ଗସ୍ତରେ ଅଛନ୍ତି। ସେ ଭାରତରେ ଅନୁଷ୍ଠିତ ହେଉଥିବା ଏଆଇ ପ୍ରଭାବ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହା ରାଷ୍ଟ୍ରପତି ମାକ୍ରୋନଙ୍କ ଚତୁର୍ଥ ଭାରତ ଗସ୍ତ ଏବଂ ମୁମ୍ବାଇକୁ ତାଙ୍କର ପ୍ରଥମ ଗସ୍ତ।ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମାନୁଏଲ ମାକ୍ରୋନ ଆଜି ଅପରାହ୍ନ ୩ଟା ୧୫ରେ ମୁମ୍ବାଇର ଲୋକଭବନରେ ଏକ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକରେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାର ବିକାଶ ସମୀକ୍ଷା କରାଯିବ। ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ମଜବୁତ କରିବା ଏବଂ ଏହାକୁ ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଆହୁରି ବିବିଧ କରିବା ଉପରେ ଧ୍ୟାନ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱର ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ।
-
Feb 17, 2026 07:02 IST
ଆଜିଠୁ ବାଂଲାଦେଶରେ ରହମାନଙ୍କ ରାଜ୍
/sambad/media/post_attachments/aajtak/images/story/202602/69933f81e68c1-bangladesh-tarique-rahman-oath-ceremony-160204364-16x9-622409.png?size=948:533)
ଢାକା: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ରହମାନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାରମ୍ପରିକ ସ୍ଥାନ ବଙ୍ଗଭବନ ପରିବର୍ତ୍ତେ ଜାତୀୟ ସଂସଦର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଅପରାହ୍ନ ୪ଟାରେ ନୂତନ ମନ୍ତ୍ରିମଣ୍ଡଳରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସକାଳେ ମୁଖ୍ୟ ନିର୍ବାଚନ କମିସନର ଏଏମଏମ ନାସିର ଉଦ୍ଦିନ ସମସ୍ତ ୨୯୭ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବିଏନପି ଏକ ସଂସଦୀୟ ଦଳ ବୈଠକରେ ଆନୁଷ୍ଠାନିକ ଭାବରେ ଏହାର ନେତା ଚୟନ କରିବ ଏବଂ ରାଷ୍ଟ୍ରପତି ସେମାନଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବେ। ବିଏନପି ୨୯୭ ଆସନ ମଧ୍ୟରୁ ୨୦୯ ଆସନ ଜିତିଥିଲା। ଜମାତ-ଏ-ଇସଲାମି ୬୮ ଆସନ ପାଇଥିଲା।
-
Feb 17, 2026 06:57 IST
ଆଜିଠୁ ବିଧାନସଭା
/filters:format(webp)/sambad/media/media_files/2025/11/30/assembly-2025-11-30-02-04-11.jpg)
ଭୁବନେଶ୍ବର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୧୮ ଓ ୧୯ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ରେ ବଜେଟ୍ ପାରିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବାର ସମ୍ଭାବନା ଥିବାରୁ ଏନେଇ ବି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
-
Feb 17, 2026 06:56 IST
ଆଜି ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ୧୭ରୁ ୧୯ ଫେବ୍ରୁଆରି ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ଭାରତ ଦ୍ୱାରା ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ଏବଂ ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ। ଏହା ରାଷ୍ଟ୍ରପତି ମାକ୍ରନଙ୍କ ଚତୁର୍ଥ ଭାରତ ଏବଂ ପ୍ରଥମ ମୁମ୍ବାଇ ଗସ୍ତ ହେବ।
/filters:format(webp)/sambad/media/media_files/2026/02/16/modi-and-macron-2026-02-16-18-03-22.jpg)
ସେ ୧୭ ଫେବ୍ରୁଆରି ଅପରାହ୍ନ ପ୍ରାୟ ୩ଟା ୧୫ରେ ଦୁଇ ନେତା ମୁମ୍ବାଇର ଲୋକ ଭବନରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନା ସମୟରେ, ସେମାନେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ। ସେମାନଙ୍କର ଆଲୋଚନା ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଏହାକୁ ନୂତନ ତଥା ଉଦୀୟମାନ କ୍ଷେତ୍ରରେ ଆହୁରି ସମ୍ପ୍ରସାରିତ କରିବା ଉପରେ କେନ୍ଦ୍ରିତ ରହିବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ। ସନ୍ଧ୍ୟା ପ୍ରାୟ ୫:୧୫ ସମୟରେ ଦୁଇ ନେତା ଭାରତ-ଫ୍ରାନ୍ସ ନବଚାର ବର୍ଷ ୨୦୨୬ ଉଦ୍ଘାଟନ କରି ଉଭୟ ଦେଶର ବ୍ୟବସାୟିକ ନେତା, ଷ୍ଟାର୍ଟଅପ୍, ଗବେଷକ ଏବ ଅନ୍ୟାନ୍ୟ ଉଦ୍ଭାବକମାନଙ୍କୁ ସମ୍ବୋଧିତ କରିବେ।
Follow Us