Night falls, fear grows: ଗଡ଼ିଲେ ରାତି, ବଢ଼ୁଛି ଭୀତି: ରାତିଅଧରେ ଭାରୀଯାନଙ୍କ ଉତ୍ପାତ, ଲେନ୍‌ ଡ୍ରାଇଭିଂ ନିୟମ ମାନୁ ନାହାନ୍ତି

Advertisment

ରାଜଧାନୀରେ ରାତିରେ ଗାଡ଼ି ଚଳାଇବାକୁ ଡର ମାଡ଼ିଲାଣି। ଦ୍ରୁତଗାମୀ ହାଇୱା ଓ ବଡ଼ବଡ଼ କଣ୍ଟେନର୍‌ଗୁଡ଼ିକ ଲେନ୍‌ ମାନୁନାହାନ୍ତି। ସହରର ବିଭିନ୍ନ ଫ୍ଲାଏଓଭର୍‌ରେ ଗାଡ଼ିଗୁଡ଼ିକ ପରସ୍ପର ସହିତ ରେସିଂ ଲଗାଇବାକୁ ମଧ୍ୟ ପଛାଉନାହାନ୍ତି।

ରାଜଧାନୀରେ ରାତିରେ ଗାଡ଼ି ଚଳାଇବାକୁ ଡର ମାଡ଼ିଲାଣି। ଦ୍ରୁତଗାମୀ ହାଇୱା ଓ ବଡ଼ବଡ଼ କଣ୍ଟେନର୍‌ଗୁଡ଼ିକ ଲେନ୍‌ ମାନୁନାହାନ୍ତି। ସହରର ବିଭିନ୍ନ ଫ୍ଲାଏଓଭର୍‌ରେ ଗାଡ଼ିଗୁଡ଼ିକ ପରସ୍ପର ସହିତ ରେସିଂ ଲଗାଇବାକୁ ମଧ୍ୟ ପଛାଉନାହାନ୍ତି।

sfhhsfhfxbv

ଭୁବନେଶ୍ବର: ରାଜଧାନୀରେ ରାତିରେ ଗାଡ଼ି ଚଳାଇବାକୁ ଡର ମାଡ଼ିଲାଣି। ଦ୍ରୁତଗାମୀ ହାଇୱା ଓ ବଡ଼ବଡ଼ କଣ୍ଟେନର୍‌ଗୁଡ଼ିକ ଲେନ୍‌ ମାନୁନାହାନ୍ତି। ସହରର ବିଭିନ୍ନ ଫ୍ଲାଏଓଭର୍‌ରେ ଗାଡ଼ିଗୁଡ଼ିକ ପରସ୍ପର ସହିତ ରେସିଂ ଲଗାଇବାକୁ ମଧ୍ୟ ପଛାଉନାହାନ୍ତି। ବିଭିନ୍ନ ସ୍ଥାନରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ନିର୍ଦ୍ଧାରିତ ବେଗକୁ ଫୁ କରି ବେପରୁଆ ଗାଡ଼ି ଚାଳନା କରୁଛନ୍ତି ଏହି ଅମାନିଆମାନେ। ଏତେ ବେଗରେ ଏହି ଭାରୀଯାନଗୁଡ଼ିକ ଯାଉଛି ଯେ, ପଥଚାରୀମାନେ ଡରରେ ଗାଡ଼ିକୁ ରାସ୍ତାକଡ଼ରେ ଅଟକାଇ ଦେଉଛନ୍ତି। ଗାଡ଼ି ଖଣ୍ଡେ ଦୂରକୁ ଯାଇସାରିବା ପରେ ପଥଚାରୀ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଜାତୀୟ ରାଜପଥ ପାଟ୍ରୋଲିଂକୁ ଆଦୌ ଗୁରୁତ୍ବ ଦିଆଯାଉନାହିଁ। ଫଳରେ ଜାତୀୟ ରାଜପଥରେ ଗମନାଗମନରେ ଶୃଙ୍ଖଳା ଆସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।    

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

ଚଳିତବର୍ଷ ଆରମ୍ଭରୁ ସଡ଼କ ସୁରକ୍ଷା ମାସରେ ଘଟିଥିବା ଦୁର୍ଘଟଣା ଦୁର୍ଘଟଣା ପରିବହନ ବିଭାଗର ଚିନ୍ତା ବଢ଼ାଉଥିବା ସମୟରେ ଏହାକୁ ହ୍ରାସ କରିବା ଦିଗରେ ତତ୍ପରତା ପ୍ରକାଶ ପାଉନାହିଁ। ମୁଖ୍ୟତଃ ଲେନ୍‌ ଡ୍ରାଇଭିଂ ଦ୍ବାରା ସ୍ବାଭାବିକ ଗାଡ଼ି ଚଳାଚଳ ହୁଏ। ତେବେ ଭାରୀଯାନଗୁଡ଼ିକ ମନଇଚ୍ଛା ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ରାତି ୧୧ଟା ପରେ ରାସ୍ତା ଟିକେ ଫାଙ୍କା ପାଇବା ମାତ୍ରେ, ଭାରୀଯାନ ଚାଳକମାନେ ଆକ୍ସିଲେଟର୍‌ ଉପରୁ ପାଦ ହଟାଉନାହାନ୍ତି। ଏପରିକି ଏହି ଗାଡ଼ିଗୁଡ଼ିକ ରାସ୍ତାର ବାମପାର୍ଶ୍ବକୁ ଅକ୍ତିଆର କରିଯାଉଛନ୍ତି। ରେସିଂ ଲଗାଇବା ଉଦ୍ଦେଶ୍ୟରେ ଗାଡ଼ି ଚଳାଉଛନ୍ତି। ବାଣୀବିହାରରୁ ଏହି ରେସିଂ ଆରମ୍ଭ ହୋଇ ବରମୁଣ୍ଡା ପର୍ଯ୍ୟନ୍ତ ଚାଲୁଛି। ମଝି ଲେନ୍‌ ଖାଲିପଡ଼ିଲେ ବି ଏହାଦେଇ ଛୋଟଗାଡ଼ି ନେବାକୁ କାହାର ସାହସ ନାହିଁ। ଓଭର୍‌ଟେକ୍‌ ସମୟରେ ଟିକେ ଏପଟ‌ସେପଟ ହେଲ ଦେୁର୍ଘଟଣା ସୁନିଶ୍ଚିତ। କେବଳ ଫ୍ଲାଏଓଭର୍‌ ନୁହେଁ, କିଛି ଅମାନିଆ ହାଇୱାଚାଳକ ସର୍ଭିସ୍‌ ରୋଡ୍‌ରେ ମଧ୍ୟ ଗାଡ଼ି ଚଳାଉଛନ୍ତି। ଫଳରେ ଛୋଟଗାଡ଼ିଗୁଡ଼ିକ କେଉଁବାଟେ ଯିବେ ସେ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି ବୋଲି ବିଳମ୍ବିତ ରାତିରେ ଖାଦ୍ୟ ଡେଲିଭରି କରୁଥିବା ବିଭୂତି ଜେନା ଓ ସୁକୁମାର ସ୍ବାଇଁ କୁହନ୍ତି। ଦୂରରୁ ଆସୁଥିବା ଅର୍ଡର୍‌ଗୁଡ଼ିକ ନିର୍ଦ୍ଧାରିତ ସମୟରେ ପହଞ୍ଚାଇବା ପାଇଁ ଓଭର୍‌ବ୍ରିଜ୍‌ରେ ଯିବା ସମୟରେ ଦ୍ରୁତ ଟ୍ରକ୍‌ ଚାଳନା କାରଣରୁ ତଳେ ଯିବାକୁ ପଡ଼ୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ

ସେହିଭଳି ବାଲିବୋଝେଇ ଗାଡ଼ିମାନେ କନାବାନ୍ଧି ନେବାର ନିୟମ ରହିଛି। ମାତ୍ର ଏହାକୁ ଯାଞ୍ଚ କରାଯାଉନାହିଁ। ଫଳରେ ବାଲି ଉଡ଼ି ଦୁଇଚକିଆ ଆରୋହୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ବାଲି ଯେପରି ନ ଉଡ଼େ ସେଥିପ୍ରତି ଡ୍ରାଇଭର୍‌ମାନେ ଦୃଷ୍ଟି ଦେବା କଥା। ମାତ୍ର ବାଲି ଉପରେ ଯେଉଁ ନେଟ୍‌କୁ ବ୍ୟବହାର କରାଯାଉଛି, ଏହା ଡାଲାକୁ ନିଅଣ୍ଟ ପଡ଼ୁଛି। ଫଳରେ ବାଲି ଲୋକଙ୍କୁ ଅକଳରେ ପକାଉଛି। ରାଜଧାନୀର କୌଣସି ଫ୍ଲାଏଓଭର୍‌ରେ କ୍ୟାମେରା ଲଗାଯାଉନାହିଁ। ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ନେଇ ବହୁ ଦୁର୍ଘଟଣା ମାମଲା ବନ୍ଦ ହେଉଥିବା ବେଳେ କ୍ୟାମେରା ଲଗାଇବାକୁ ପ୍ରଶାସନ କୁନ୍ଥକୁନ୍ଥ ହେଉଛି। କେବଳ ଚାଲାଣ କାଟିବା ପାଇଁ କ୍ୟାମେରା ଲଗାଯିବା ବଦଳରେ ଫ୍ଲାଏଓଭର୍‌ ଉପରେ ଗାଡ଼ିର ବେଗ ଓ ବାଲି ବୋଝେଇ ଗାଡ଼ିଗୁଡ଼ିକର ଯାଞ୍ଚ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe