ହାତୀ ପାଇଁ ରାତି ଉଜାଗର: ଲୋକଙ୍କୁ ଗୋଡ଼ାଉଛି ପିଲା ଦନ୍ତା

ଜଙ୍ଗଲୀ ହାତୀ ରଟିଙ୍ଗିଆ ପଞ୍ଚାୟତ ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଇଛି। ହାତୀ ପାଇଁ ଲୋକଙ୍କୁ ରାତି ତମାମ ଉଜାଗର ରହିବାକୁ ପଡୁଛି। ହାତୀ ପାଇଁ ବିଦ୍ୟୁତ କାଟ୍ ହେଉଛି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ମାସ ହେଲା ହାତୀଙ୍କ ଉପଦ୍ରବ ବଢ଼ି ଚାଲିଛି....

Night wakes up for elephant: calf tusker chasing people

Night wakes up for elephant: calf tusker chasing people Photograph: (sambad.in)

ଘୁ.ଉଦୟଗିରି: ଜଙ୍ଗଲୀ ହାତୀ ରଟିଙ୍ଗିଆ ପଞ୍ଚାୟତ ଅଞ୍ଚଳବାସୀଙ୍କ ନିଦ ହଜେଇ ଦେଇଛି। ହାତୀ ପାଇଁ ଲୋକଙ୍କୁ ରାତି ତମାମ ଉଜାଗର ରହିବାକୁ ପଡୁଛି। ହାତୀ ପାଇଁ ବିଦ୍ୟୁତ କାଟ୍ ହେଉଛି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ମାସ ହେଲା ହାତୀଙ୍କ ଉପଦ୍ରବ ବଢ଼ି ଚାଲିଥିବା ବେଳେ ବନବିଭାଗ କର୍ମଚାରୀ ଅଭାବରୁ ହାତୀ ଘଉଡାଇବା ହେଉ କି ହାତୀର ଗତିବିଧି ଜାଣିବା କଷ୍ଟସାଧ୍ୟ ହୋଇ ପଡିଛି।

ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ବିରାଟ ଜଙ୍ଗଲ ତା ସହିତ ଅନ୍ୟାନ୍ୟ କାର୍ଯ୍ୟ ବନ ସୁରକ୍ଷା ହେଉ କି ବୃକ୍ଷ ରୋପଣ ଏବଂ କାର୍ଯ୍ୟାଳୟରେ କେବଳ କାଗଜପତ୍ରରେ କାମ ହେଉଥିବା ଅଭିଯୋଗ ହେଉଛି। ଏହା ଭିତରେ ହାତୀ ପାଇଁ ବନ ବିଭାଗ କର୍ମଚାରୀ ରାତି ଅନିଦ୍ରା ରହୁଛନ୍ତି। କିଛି ଦିନ ହେଲା ଦୁଇଟି ମାଈ ଏବଂ ଗୋଟିଏ ପିଲା ଦନ୍ତା ରଟିଙ୍ଗିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉତ୍ପାତ ଚଳେଇଥିବା ବେଳେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରଟିଙ୍ଗିଆ ପଞ୍ଚାୟତର ଡଡ଼ାପଡା ପାହାଡ଼ରେ ଏହି ତିନି ହାତୀ ନିଜର ଡେରା ପକାଇ ସଞ୍ଜ ନଇଁଲେ ଗାଁ ମୁଁହା ହୋଇ ଘର ଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ତିନି ଦିନ ଭିତରେ ମଗରଗୁଡା ଗ୍ରାମର ଖଦାଳ ନାୟକ,ବଚନ ପ୍ରଧାନ ଏବଂ ଜୟ ଚନ୍ଦ୍ର ପ୍ରଧାନଙ୍କ ତିନିଗୋଟି ଘର ଭାଙ୍ଗି ଦେଇଥିବା ବେଳେ ଅଞ୍ଚଳରେ ଥିବା କଦଳୀ ବଗିଚା,ଆମ୍ବ ବଗିଚା,ବାଉଁଶ ଗଛ ସବୁ ଖାଇବା ସହ ନଷ୍ଟ କରିଦେଇଛି।

ଏହା ସହିତ ବର୍ତ୍ତମାନ ଚାଷବାସ ଆରମ୍ଭ ହୋଇଯାଇଥିବା ବେଳେ ଧାନ ତଳି ଗୁଡିକ ଦଳି ଦେବା ଯୋଗୁ ଚାଷୀ ଚିନ୍ତାରେ ପଡିଛନ୍ତି। ଡଡ଼ାପଡା, ବାକିକାମ୍ବା,ମଗରଗୁଡା ଏବଂ ଡକେଡି ଏହି ଗ୍ରାମର ଅଧିବାଦୀମାନେ ରାତି ସାରା ହାତୀ ଭୟରେ ଜୀବନ କାଟୁଥିବା ବେଳେ ବନବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି। ହାତୀଙ୍କୁ ସେଠାରୁ ତୁରନ୍ତ ଅନ୍ୟ ଜଙ୍ଗଲକୁ ଘଉଡ଼େଇବାକୁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: Night wakes up for elephant: calf tusker aggressive

ହାତୀ ପାଇଁ ସଞ୍ଜ ନଇଁଲେ ବିଦ୍ୟୁତ କାଟ୍ ହୋଇ ସକାଳୁ ବିଦ୍ୟୁତ ଆସୁଥିବା ଯୋଗୁ ଲୋକେ ରାତିରେ ଶୋଇ ପାରୁ ନାହାନ୍ତି କି ଦିନରେ କାମ କରିପାରୁ ନାହାନ୍ତି। ଦିନ ରାତି ଲୋକ‌େ ହାତୀ ଭୟରେ ରହୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି। ଅଞ୍ଚଳବାସୀଙ୍କ ଆର୍ଥିକ ମେରୁଦଣ୍ଡ ମୋଡ଼ି ଦେଲାଣି ହାତୀ। ଆମ୍ବ,ପଣସ,ସବୁ ଖାଇ ନଷ୍ଟ କରିଦେଲାଣି।

ଆମ୍ବ ପଣସରୁ ଅଞ୍ଚଳବାସୀ ବେଶ ଲାଭବାନ ହେଉଥିଲେ ହେଲେ ଏବେ ହାତୀ ପେଟକୁ ସବୁ ଆମ୍ବ ପଣସ ଯାଉଛି। ଆମ୍ବ ପଣସ ଲୋଭରେ ହାତୀ ପଲ ଏହି ଅଞ୍ଚଳ ଛାଡି ଯିବାର ନାଁ ଧରୁ ନାହାନ୍ତି। ତିନି ହାତୀ ମଧ୍ୟରୁ ପିଲା ଦନ୍ତା ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ଉଥିବା ଲୋକ କହିଛନ୍ତି। ଆକ୍ରମଣାତ୍ମକ ଧାରାରେ ଏହି ପିଲା ଦନ୍ତା ସବୁ ବେଳେ ରହୁଥିବା ବେଳେ କେତେବେଳେ କ’ଣ ଅଘଟଣ ଘଟିବ ତା ପୂର୍ବରୁ ବନ ବିଭାଗ ସତର୍କତା ଅବଲମ୍ବନ କରି ହାତୀଙ୍କୁ କନ୍ଧମାଳ ଜିଲ୍ଲାର ଜଙ୍ଗଲ ବାହାରକୁ କାଢ଼ିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଦିନକୁ ରୋଜଗାର କରୁଛନ୍ତି ୨.୫ ଲକ୍ଷ, ମାତ୍ର ୨୩ ବର୍ଷ ବୟସରେ ୪୧ କୋଟିର ମାଲିକାଣୀ ଏହି ଯୁବତୀ....

Kandhamal | Elephant

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe