ରାଉରକେଲା: ରାଉରକେଲା ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି)ରୁ ବାହାରୁଥିବା ଛାତ୍ରଛାତ୍ରୀ ନିଜସ୍ବ ଷ୍ଟାର୍ଟଅପ୍ ଜରିଆରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେବାରେ ସମର୍ଥ। ଜଳବାୟୁ ପରିବର୍ତ୍ତନ କିମ୍ବା ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ଗବେଷଣା ନୂଆ ଦିଗ ଦେଖାଇବ। ରାଉରକେଲା ଇସ୍ପାତ କାରଖାନା ଓ ଏନ୍ଆଇଟିର ମିଳିତ ସହଯୋଗରେ ଭାରତର ଅର୍ଥନୀତି ସୁଦୃଢ଼ ହେବ। ଏନ୍ଆଇଟି ଓଡ଼ିଶା ଓ ଭାରତ ଅଭିବୃଦ୍ଧିର ଇଞ୍ଜିନ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଉରକେଲା ଏନ୍ଆଇଟିରେ ୨୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ କହିଛନ୍ତି, ରାଉରକେଲାରେ ସ୍ଥାପିତ ଏନ୍ଆଇଟି ଏନ୍ଆଇଆର୍ଏଫ୍ ରୢାଙ୍କିଂରେ ଦେଶର ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ଅନୁଷ୍ଠାନ ମଧ୍ୟରେ ୧୩ତମ ସ୍ଥାନରେ ଅଛି। ଅନୁସନ୍ଧାନ ନ୍ୟାସ୍ନାଲ ରିସର୍ଚ୍ଚ ଫାଉଣ୍ଡେସନ୍ର ପ୍ରତିଷ୍ଠିତ ପେୟାର କାର୍ଯ୍ୟକ୍ରମ ଅଧୀନରେ ଏନ୍ଆଇଟି ରାଉରକେଲାକୁ ଦେଶର ୭ଟି ହବ୍ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ ଭାବେ ଚୟନ କରାଯାଇଛି।
Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ
ଅନୁଷ୍ଠାନର ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଓ ବିଶ୍ୱଜିତ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠିତ ‘କୋରାଟିଆ ଟେକ୍ନୋଲୋଜି’ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଛି। ଅଣ୍ଡର-ୱାଟର୍ ରୋବୋଟିକ୍ସରେ ପାରଦର୍ଶିତା ହାସଲ କରିଥିବା ଏହି ଷ୍ଟାର୍ଟଅପ୍ ୧୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହାସଲ କରିଛି। ଏହି କମ୍ପାନି ଭାରତୀୟ ନୌସେନାକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଣ୍ଡର ଵାଟର୍ ରିମୋଟ୍ଲି ଅପରେଟେଡ୍ ଭେଇକିଲ୍ (ୟୁଡବ୍ଲୁଆରଓଭି) ଯୋଗାଇବା ପାଇଁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଛି। ଏହା ଦେଶର ସମସ୍ୟା ସମାଧାନର କେନ୍ଦ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ
ସେ ଆହୁରି କହିଥିଲେ ଯେ ଆର୍ଏସ୍ପିରୁ ୨୦୩୦ ସୁଦ୍ଧା ଏହାକୁ ୯.୮ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ପାଖାପାଖି ୩୫ରୁ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ୩୫ କୋଟିରେ ଲୋକାର୍ପିତ ଇନ୍ଡୋର୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା, ସାଂସ୍କୃତିକ କ୍ଷେତ୍ରରେ ନୂତନ ଶିଖରରେ ପହଞ୍ଚାଇବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ. ଉମା ମାହେଶ୍ବର ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
Follow Us