No Incentives For Fish Farmers:ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ: ଆନ୍ଧ୍ର ମାଛ ଉପରେ ଭରସା

Advertisment

କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମାତ୍ର ଭଦ୍ରକ ଜିଲ୍ଲାରେ ମତ୍ସ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି.....

Updated On

କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମାତ୍ର ଭଦ୍ରକ ଜିଲ୍ଲାରେ ମତ୍ସ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି.....

ଅଦ୍ୟତନ ହୋଇଛି
No incentives for fish farmers

No incentives for fish farmers Photograph: (sambad.in)

ଭଦ୍ରକ: କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ମାତ୍ର ଭଦ୍ରକ ଜିଲ୍ଲାରେ  ମତ୍ସ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନଥିବାରୁ ଜିଲ୍ଲାରେ ଲୋକେ ମାଛ ଚାଷ ଆଡ଼ୁ ମୁଁହ ଫେରାଉଛନ୍ତି।

ଯେଉଁଥି ପାଇଁ ଜିଲ୍ଲାରେ ଏବେ ଅଧିକାଂଶ ଗ୍ରାମରେ ଆଉ ଆଗଭଳି ମାଛ ଚାଷ ହେଉନାହିଁ। ଖାଇବା ଲୋକ ଅଧିକ କିନ୍ତୁ ମାଛ ଉତ୍ପାଦନ କମ୍ ରହିଛି। ଜିଲ୍ଲାରେ ପୂର୍ବରୁ ଯେତିକି ଚାଷୀ ମାଛ ଚାଷ କରୁଥିଲେ ଏବେ ଏହି ସଂଖ୍ୟା କମିବାରେ ଲାଗିଛି। ଜିଲ୍ଲାରେ ଉତ୍ପାଦିତ ମାଛ ଜିଲ୍ଲାବାସୀଙ୍କ ଚାହିଦା ପୂରଣ କରି ପାରୁ ନ ଥିବା ବେଳେ ଲୋକେ ମାଛ ପାଇଁ  ପଡ଼ୋଶୀ ଆନ୍ଧ୍ର ଉପରେ ଭରସା କରୁଛନ୍ତି।

ଆହୁରି ପଢ଼ନ୍ତୁ:Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ

 ଆନ୍ଧ୍ର ଯୋଗାଉଛି କୁକୁଡ଼ା

ପ୍ରକାଶ ଥାଉ କି, ଭଦ୍ରକ ଜିଲ୍ଲାର ଲୋକସଂଖ୍ୟା ୧୮ ଲକ୍ଷ ଉପରେ ୧୮ ଲକ୍ଷ ଲୋକଙ୍କ ମଧ୍ୟରୁ ପ୍ରାୟ ୧୩ ଲକ୍ଷ ଲୋକ ମାଛ, ମାଂସ, ଅଣ୍ଡା ଉପରେ ନିର୍ଭର କରୁଛନ୍ତି । ମାଂସ ଓ ଅଣ୍ଡା  ପାଇଁ ଆନ୍ଧ୍ର କୁକୁଡ଼ା ଉପରେ ସଂପୂଣ୍ଣ ଭାବରେ ନିର୍ଭର କରୁଥିବା ବେଳେ ମାଛ ଉତ୍ପାଦନରେ ଭଦ୍ରକ ଏକ ପ୍ରମୁଖ ଜିଲ୍ଲା ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରୁ ମାଛ ଅତୀତରେ ବାହାରକୁ ଚାଲାଣ ହେଉଥିଲା। ମାତ୍ର ଏବେ ଏମିତି ହୋଇଛି ଆବଶ୍ୟକ ମାଛର ଚାହିଦା ମେଣ୍ଟାଇ ପାରୁନି ଜିଲ୍ଲାରୁ ଉତ୍ପାଦିତ ମାଛ । ବାଧ୍ୟ ହୋଇ ଭଦ୍ରକର ମାଛ ବେପାରୀମାନେ ଆନ୍ଧ୍ର ମାଛ ଉପରେ ଭରସା କରୁଛନ୍ତି।

ବିଭାଗୀୟ ତଥ୍ୟରୁ ଜଣାପଡିଛି ଯେ, ଭଦ୍ରକ ଜିଲ୍ଲାରେ ଆବଶ୍ୟକ ହେଉଛି ଦେଢ଼ଲକ୍ଷ କୁଣ୍ଟାଲ ମାଛ। ମାତ୍ର ଏଠି ଉତ୍ପାଦନ ନେଉଛି ୬୨ ହଜାର କ୍ୟୁଣ୍ଟାଲ ମାଛ।  ଅବଶିଷ୍ଟ ମାଛ ଆନ୍ଧ୍ରରୁ ଆମଦାନୀ କରାଯାଉଛି। ଜିଲ୍ଲାରେ ମାଛ ଖାଉଥିବା ୧୩ ଲକ୍ଷ ଲୋକଙ୍କ ପାଇଁ ୨୯ ହଜାର କ୍ୟୁଣ୍ଟାଲ ମାଛ ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ଆମଦାନୀ ହେଉଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ଜିଲ୍ଲାରେ ୭ଟି ବ୍ଲକ୍‌ରେ ପୋଖରୀରେ ଦେଶୀ ମାଛ ଛଡ଼ାଯାଇ ମାଛ ଚାଷ କରାଯାଉଛି। ସେନ୍ଦିପରି ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଳକର ଲୁଣା ଜଳରେ ମାଛ ଚାଷ କରାଯାଉଛି। ଭଦ୍ରକ ଜିଲ୍ଲାର ଲୋକମାନଙ୍କ ପାଟିରେ ବାଜୁନି ଲୁଣିମାଛ। ସମୁଦ୍ରରୁ ମାଛ ଉପାଦାନ କମ୍ ହେଉଥିବା ବେଳେ ଯାହା ମାଛ ମିଳୁଛି ତାକୁ ବାହାରକୁ ପଠାଯାଉଛି। ଜିଲ୍ଲାରେ ମଧୁର ଜଳରେ ଯେଉଁ ମାଛ, ଚିଙ୍ଗୁଡ଼ି ଘେରି ଓ ସମୁଦ୍ରରେ ଲୁଣା ମାଛ ଉତ୍ପାଦନ ହେଉଥିବା ବେଳେ ଏହି ମାଛରୁ ଅଧିକାଂଶ ମାଛ ବାହାରକୁ ଚାଲାଣ କରି ଦିଆଯାଉଛି। ଯେଉଁଥି ପାଇଁ ଭଦ୍ରକ ଜିଲ୍ଲାରେ ମାଛର ସଙ୍କଟ ଦେଖା ଦେଇଛି।

ଜିଲ୍ଲାରେ ଯେଉଁ ମାଛ ଚାଷ ହେଉଛି ସେଥିମଧ୍ୟରୁ ମୋ ପୋଖରୀ ଯୋଜନାରେ ଯେଉଁ ପୋଖରୀ ଖୋଲାଯାଇ ମାଛ  ଉତ୍ପାଦିତ ହେଉଥିବା ଭାକୁଡ, ରୋଗୀ, ସିଲଭର କଫ, ବାଟା, ମୀର୍ ମାଛ ଉପରେ ଲୋକଙ୍କର ଚାହିଦା ଅଧିକ ରହୁଛି । ମାତ୍ର ଏହି ଦେଶୀ ମାଛ ଚାଷ ଆଉ ଭଦ୍ରକ ଜିଲ୍ଲାରେ ବହୁଳ ଭାବରେ ଚାଷ ହେଉ ନାହିଁ। ଯେଉଁଥି ପାଇଁ ଜିଲ୍ଲାରେ ମଧୁର ଜଳର ଦେଶୀ ମାଛର ସଙ୍କଟ ଦେଖା ଦେଇଛି। ପୂର୍ବରୁ ଜିଲ୍ଲାରେ ସୀତା ଦିନେ ଗ୍ରାମାଞ୍ଚଳର ଗଢ଼ିଆ ପୋଖରୀରୁ ପ୍ରଚୁର ପରିମାଣରେ ଦେଶୀ ମାଛ ଉତ୍ପାଦିତ ହେଉଥିଲା।  

ଦେଶୀ ଭାକୁର, ରୋହୀ, ଦେଉଳ, ଗଡିଶ, ଚେଙ୍ଗ, ମାଗୁର, ସିଙ୍ଗୀ, ବାଲିଆ, ତୁଡି, ଥନ୍ତିଆ  ତୁଡି, ମହୁରାଲି, ଯହଲା, ଚାନ୍ଦୀ, ମାଳ ଚିଙ୍ଗୁଡ଼ି, ତାଟରା ଚିଙ୍ଗୁଡ଼ି ଭଳି ମାଛ ଆଉ ଦେଖିବାକୁ ମିଳୁନି କି ଲୋକଙ୍କ ପାଟିରେ ବାଜୁନି। ଏଭଳି ଦେଶୀ ମାଛ କ୍ରମେ ଜିଲ୍ଲାରୁ ଲୋପ ପାଇବାକୁ ବସିଛି।

ଏହାର କାରଣ ହେଉଛି। ଚାଷ ଜମିରେ ଅଧିକ ପରିମାଣରେ ସାର୍ ବିଷ ପ୍ରୟୋଗ କରାଯାଉଥିବାରୁ ମାଟି ବିଷାକ୍ତ ହୋଇଯାଇଛି। ଯାହାଫଳରେ ଏହି ଭଳି ଦେଢ଼ି ମାଛ ଆଉ ଲୋକଙ୍କର ଗାଡିଆ ପୋଖରୀରେ ମିଳୁ ନାହାନ୍ତି।

ଆହୁରି ପଢ଼ନ୍ତୁ:Young Man Jumped From Bridge ବ୍ରିଜ ଉପରୁ ଡେଇଁ ଯୁବକଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନ୍ୟ ପକ୍ଷେରେ ମଧୁର ଜଳରେ ଦେଶୀ ମାଛ ଚାଷ ପାଇଁ ସରକାରଙ୍କର ପ୍ରୋତ୍ସାହନ ନାହିଁ। ଯାହାକୁ ନେଇ ଭଦ୍ରକ ଜିଲ୍ଲାରେ ଜମୁଛି ମାଛ ଚାଷ। ମାଛ ଖାଇବାକୁ ଆନ୍ଧ୍ର ମାର୍କେଟ ଉପରେ ନିର୍ଭର କରିବାକୁ ପଡୁଛି।

ରିପୋର୍ଟ: ହରିହର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe