Quad City: କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ ଯୋଜନା ନାହିଁ: ମୁଖ୍ୟମନ୍ତ୍ରୀ

Advertisment

କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ କେଯଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି। ତେବେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ କ୍ୱାଡ୍ ସିଟି ବିକଶିତ ହେବ ବୋଲି କହିଛନ୍ତି...

କଟକ-ଭୁବନେଶ୍ୱର ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ କେଯଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି। ତେବେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ କ୍ୱାଡ୍ ସିଟି ବିକଶିତ ହେବ ବୋଲି କହିଛନ୍ତି...

No plan for development of Cuttack-Bhubaneswar twin city administrative area

No plan for development of Cuttack-Bhubaneswar twin city administrative area Photograph: (sambad.in)

ଭୁବନେଶ୍ବର: କଟକ-ଭୁବନେଶ୍ୱର  ଟୁଇନ୍ ସିଟି ପ୍ରଶାସନିକ କ୍ଷେତ୍ର ବିକାଶ ପାଇଁ କେଯଣସି ଯୋଜନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି। ତେବେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ  କ୍ୱାଡ୍ ସିଟି ବିକଶିତ ହେବ ବୋଲି କହିଛନ୍ତି।

କଟକ ବାରବାଟୀ ବିଧାୟକ ସୋଫିଆ ଫିରଦୋସ୍ ପଚାରିଥିଲେ ଯେ, ସରକାର କଟକ ଏବଂ ଭୁବନେଶ୍ୱରକୁ ଏକୀକୃତ କମିସନରେଟ୍ ପୁଲିସ ବ୍ୟବସ୍ଥା ପରି ଏକୀକୃତ ଦ୍ୱୈତନଗରୀ(ଟୁଇନ୍ ସିଟି) ପ୍ରଶାସନିକ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ କୌଣସି ପ୍ରସ୍ତାବ କରିଛନ୍ତି କି?

ଆହୁରି ପଢ଼ନ୍ତୁ:"SWAK" Members Meet Collector: ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ "ସ୍ୱାକ" ସଦସ୍ୟ

ସମନ୍ୱିତ ସହରାଞ୍ଚଳ ଯୋଜନା, ଉନ୍ନତ ସଂଯୋଗୀକରଣ, ବୃଦ୍ଧି ପାଇଥିବା ଜମି ଉପଲବ୍ଧତା ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ପର୍କରେ କୌଣସି ସମ୍ଭାବ୍ୟତା ଅଧ୍ୟୟନ କିମ୍ବା କମିଟି ରିପୋର୍ଟ ଅଛି କି ? ଏବଂ ଯଦି ଅଛି, ତେବେ ଦୁଇଟି ସହରର ଏପରି ସମନ୍ୱିତ ବିକାଶ ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପ୍ରସ୍ତାବିତ ରୋଡମ୍ୟାପ୍ କ’ଣ ରହିଛି।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, H&UD ବିଭାଗର ସୂଚନା ଅନୁଯାୟୀ, କଟକ ଏବଂ ଭୁବନେଶ୍ୱରକୁ ଏକୀକୃତ କମିସନରେଟ୍ ପୁଲିସ ବ୍ୟବସ୍ଥା ଧାରାରେ ଏକୀକୃତ ଦ୍ୱୈତନଗରୀ ପ୍ରଶାସନିକ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ନଗର ଯୋଜନା ବିଭାଗରେ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ।

H&UD ବିଭାଗର ସୂଚନା ଅନୁଯାୟୀ, ସମନ୍ୱିତ ସହରାଞ୍ଚଳ ଯୋଜନା, ଉନ୍ନତ ସଂଯୋଗୀକରଣ, ଜମି ଉପଲବ୍ଧତା ବୃଦ୍ଧି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶ ସମ୍ପର୍କରେ, ନୀତି ଆୟୋଗ ଅନେକ ଆଲୋଚନା ଏବଂ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିବା ପରେ ଏକ ବିସ୍ତୃତ ଅଧ୍ୟୟନ କରିଛି।

ଆହୁରି ପଢ଼ନ୍ତୁ:Costliest Book In Patna: ୩ଘଣ୍ଟା ୨୪ମିନିଟ୍‌ରେ ୪୦୮ ପୃଷ୍ଠା ଲେଖିଦେଲେ ଲେଖକ, ଦାମ୍‌ ରଖିଲେ ୧୫କୋଟି

BCPPER  ବିଚାରାଧୀନ ରହିଛି

ଏହି ଡକ୍ୟୁମେଣ୍ଟଟି ଖୁବ୍ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି। ସେହି ଆଧାରରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ BCPPER ନାମକ ଏକ ଦୃଶ୍ୟମାନ ଅର୍ଥନୈତିକ କ୍ଷେତ୍ର ଭାବରେ ଗ୍ରହଣ କରି ଏକ କ୍ୱାଡ୍ ସିଟି ବିକଶିତ କରିବା ପାଇଁ କାର୍ଯ୍ୟ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER)ଭାବେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe