ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ କୌଣସି ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ

ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ଶନିବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି...

No proposal to provide health insurance to lawyers: Law Minister

No proposal to provide health insurance to lawyers: Law Minister Photograph: (sambad.in)

ଭୁବନେଶ୍ବର: ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ଶନିବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।

କଟକ ବରବାଟୀ ବିଧାୟକ ସୋଫିଆ ଫିରଦୌସ୍: ପଚାରିଥିଲେ ଯେ, ସରକାରୀ ଆଇନ ବ୍ୟବସ୍ଥାରେ ଆଇନଜୀବୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସ୍ୱାସ୍ଥ୍ୟସେବା ପାଇବାରେ ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ସ୍ୱୀକାର କରି ସେମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ବିଷୟରେ ସରକାର ବିଚାର କରୁଛନ୍ତି କି? ଯଦି ହଁ, ତେବେ ଏପରି ଯୋଜନା ପ୍ରଣୟନ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଏହି ସ୍ୱାସ୍ଥ୍ୟବୀମାରୁ ଆଇନଜୀବୀମାନେ ଲାଭ ପାଇବା ପାଇଁ ଯୋଗ୍ୟତା ମାନଦଣ୍ଡ କ’ଣ ରହିଛି ?

ଅଧିକ ପଢ଼ନ୍ତୁ: ଲାଲଗଡ଼ରେ ଗର୍ଜିଲା ଯବାନଙ୍କ ବନ୍ଧୁକ: ଗୁଳିରେ ଟଳିଲେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ

ଏହାର ଉତ୍ତରରେ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଥିଲେ ଯେ, କଲ୍ୟାଣ ପାଣ୍ଠି ଆଇନ, ୧୯୮୭ର ଧାରା ୯ ଏବଂ ୧୬ ଅନୁଯାୟୀ ଆଇନଜୀବୀ ଏବଂ ସେମାନଙ୍କ ମନୋନୀତ ବ୍ୟକ୍ତିମାନଙ୍କୁ ଓକିଲ କଲ୍ୟାଣ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ।

ତଥାପି, ସମ୍ପ୍ରତି ସେମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। 

ଏହା ଯଦି ଭବିଷ୍ୟତରେ ଆରମ୍ଭ ହୁଏ ତେବେ ପରବର୍ତ୍ତୀ ସମୟରେ ‌ଯୋଗ୍ୟତା ମାନଦଣ୍ଡ ଏବଂ ଏହା ସହ ଜଡ଼ିତ ଅନ୍ୟ ବିଷୟ ଗୁଡ଼ିକ ସମ୍ପର୍କରେ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ଅଧିକ ପଢ଼ନ୍ତୁ: ୯ ଓଏଏସ୍ ଅଧିକାରୀଙ୍କୁ ନୂତନ ପଦବୀ: ମୃଣାଳ କାନ୍ତି ଦାସ ସିଏଚଏସଇ ଅଧ୍ୟକ୍ଷ ନିଯୁକ୍ତ

Prithviraj Harichandan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe