ମାଲକାନଗିରି: ଓଡ଼ିଶାର କନ୍ୟା କୁମାରୀ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ମୋଟୁ ସୀମାନ୍ତର ମୁଗି ପଏଣ୍ଟ। ସିଲେରୁ ଓ ସାବେରୀ ନଦୀର ସଙ୍ଗମସ୍ଥଳ ଏହି ସ୍ଥାନ ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତରେ ରହିଛି। ସିଲେରୁ ଓ ସାବେରୀ ନଦୀର ସଂଗମସ୍ଥଳରୁ ସୃଷ୍ଟି ହୋଇଛି ଗୋଦାବରୀ ନଦୀ। ମୁଗି ପଏଣ୍ଟର ସିଲେରୁ ନଦୀର ଅପରପାର୍ଶ୍ବରେ ରହିଛି ଆନ୍ଧ୍ର ଓ ସାବେରୀ ନଦୀର ଅପରପାର୍ଶ୍ବରେ ରହିଛି ଛତିଶଗଡ଼। ସୂର୍ଯ୍ୟୋଦୟ ସମୟରେ ଉଭୟ ନଦୀର ଜଳରାଶିରେ ପଡ଼ୁଥିବା କିରଣ ଅତ୍ୟନ୍ତ ମନଲୋଭା ହୋଇଥିବାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଅନ୍ୟପକ୍ଷରେ ଜଳ ରାଶି ଉପରେ ମାଛରଙ୍କା ପକ୍ଷୀଙ୍କର ଲମ୍ଫ ମାରିବାର ଦୃଶ୍ୟ ମଧ୍ୟ ଅତି ମନୋରମ।
Jail warder's : ଜେଲ୍ ୱାର୍ଡ଼ରଙ୍କ ଝୁଲନ୍ତା ମୃତଦେହ ଜବତ
କୋରାପୁଟ ଜିଲ୍ଲାର ଜୟପୁରରୁ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ୨୦୦ କିମି ଦୂରରେ ରହିଛି ମୋଟୁ। ଓଡ଼ିଶାର ସୀମା ଏଠାରେ ଶେଷ ହେଉଥିବା ବେଳେ ସିଲେରୁ ଓ ସାବେରୀ ନଦୀ ମଧ୍ୟ
ଭାଗରେ ରହିଛି ମୁଗି ପଏଣ୍ଟ। ଏଠାରେ ଥିବା ସବୁଜ ବନାନୀ ପାର୍କର ଭ୍ରମ ସୃଷ୍ଟି କରେ। ୧୯୮୫ ମସିହାରେ ତତ୍କାଳୀନ ମୋଟୁ ତହସିଲଦାର ଗଦାଧର ପରିଡ଼ାଙ୍କ ପ୍ରଚେଷ୍ଟାରେ ଏଠାରେ କୁଳବୃଦ୍ଧ ମଧୁବାବୁ, ସହିଦ ଲକ୍ଷ୍ମଣ ନାୟକ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଯାହା ଓଡ଼ିଶାର ମୁକସାକ୍ଷୀ ଭାବେ ଗୌରବ ବହନ କରୁଛି। ବର୍ଷା ଦିନେ ଉଭୟ ନଦୀର ପାଣି ଏହି ପାର୍କ ଓ ମୁଗି ପଏଣ୍ଟକୁ ବୁଡ଼ାଇ ଦେଉଛି। ଉଭୟ ପଟୁ ମାଟି ଅତଡ଼ା ଖସୁଥିବାରୁ ପାର୍କ ସମେତ ମୁଗି ପଏଣ୍ଟ ପ୍ରତି ବିପଦ ସୃଷ୍ଟି ହୋଇଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ ପରେ ବର୍ଷା ଦିନରେ ଗୋଦାବରୀ ନଦୀର ପଛୁଆ ପାଣି ଏହି ଅଂଚଳକୁ ମାଡ଼ି ଆସୁଛି। ଗୋଦାବରୀ ପାଣିରେ ସିଲେରୁ ଓ ସାବେରୀ ନଦୀ ଫୁଲି ଉଠି ମୋଟୁ ସମେତ ସମଗ୍ର ଅଂଚଳ ବୁଡ଼ାଉଛି। ରକ୍ଷଣାବେକ୍ଷଣ ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ଆଉ କିଛି ବର୍ଷ ପରେ ମୁଗି ପଏଣ୍ଟ ଇତିହାସ ପାଲଟିବ ବୋଲି ବୁଦ୍ଧିଜୀବୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/07/untitled-10-2026-03-07-05-15-40.jpg)