CM Mohan Charan Majhi requests OPSC. Photograph: (sambad.in)
ଭୁବନେଶ୍ବର: ଆମ ଯୁବଶକ୍ତି ହେଉଛନ୍ତି ଆମ ବିକଶିତ ଓଡ଼ିଶାର ସାରଥି। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ସଫଳତାର ପଥକୁ ପ୍ରଶସ୍ତ କରିବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ଅନୁରୋଧ କରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓପିଏସ୍ସି ଦ୍ୱାରା ପ୍ରକାଶିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ଓଏଏସ୍ ଓ ଓଆରଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ କ୍ୟାଡରରେ ପଦବି ନଥିବା ଯୋଗୁଁ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ସମ୍ପର୍କରେ ମୁଁ ଅବଗତ ହୋଇଥିଲି। ପିଲାମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସବୁ ପଦବି ସମ୍ପର୍କରେ ସମୀକ୍ଷା କରି ଖାଲି ପଦବି ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲି। ଆମ ସରକାର ଏହି ପରୀକ୍ଷାରେ ଅତିରିକ୍ତ ୧୫୧ଟି ପଦବି ସାମିଲ କରିବାକୁ ଓପିଏସ୍ସିକୁ ଅନୁରୋଧ କରିଛନ୍ତି। ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।
ବିଜ୍ଞପ୍ତିରେ କ’ଣ ଥିଲା?
ସୂଚନାଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ନିକଟରେ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ମୋଟ ୩୧୪ ପଦବି ମଧ୍ୟରୁ କେବଳ ୧୨ ପଦବି ଓଡ଼ିଶା ପୁଲିସ ସେବା ପାଇଁ ଗ୍ରୁପ୍ Aରେ ଅଛି। ସର୍ବାଧିକ ୧୭୬ ପଦବି ହେଉଛି ଗ୍ରୁପ୍ B ଅନ୍ତର୍ଗତ OTAS ପାଇଁ। ଏହି ପଦବିଗୁଡ଼ିକ ମଧ୍ୟରୁ ଅନେକ ପଦବି ପୂର୍ବରୁ ଖାଲି ଥିଲା। କାରଣ ମନୋନୀତ ପ୍ରାର୍ଥୀମାନେ ଯୋଗ ଦେଇ ନଥିଲେ। ଏଥିରେ କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଓ ଓଡ଼ିଶା ରାଜସ୍ବ ସେବା (ଓଆରଏସ୍) ଭଳି କେତେକ କ୍ୟାଡର ନେଇ କୌଣସି ଉଲ୍ଲେଖ ନଥିଲା। ୭ଟି ସେବାର ୩୧୪ଟି ପଦବି ପୂରଣ ପାଇଁ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପଦବି ପାଇଁ ଉଲ୍ଲେଖ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବି ସମ୍ପର୍କରେ ସମୀକ୍ଷା କରି ଖାଲି ପଦବି ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: Saudi Arabia New Advisory:ସାଉଦି ଆରବ ଯାତ୍ରା ଏବେ ନୁହେଁ ସହଜ, ନୂଆ ମାର୍ଗଦର୍ଶିକା ଜାରି
ଓପିଏସ୍ସିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଓଡିଶା ପ୍ରଶାସନିକ ସେବା (ଓଏଏସ୍)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ଓଆରଏସ୍)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (ଓଟିଏସ୍)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (ଓଡବ୍ଲ୍ୟୁଏସ୍)ରେ ୮ଟି ପଦବି ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବି ପାଇଁ ଅନୁରୋଧ କରାଯାଇଛି। ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ପାଇରିବେ ବୋଲି ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ: Murder Accused Detained ପେଚକସରେ ଆକ୍ରମଣ କରି ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ
Follow Us