Gun in school bag: ବିହାର ପନ୍ଥା ଆପଣାଉଛି କି ଓଡ଼ିଶା: ସ୍କୁଲ ବ୍ୟାଗ୍‌ରେ ବହି ବଦଳରେ ବନ୍ଧୁକ, ଦୁଇ ମାସରେ ଦୁଇଟି ଜିଲ୍ଲାରୁ ଜବତ

Advertisment

୨୦୨୫ ଡିସେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟ। ଆଉ ଜାନୁଆରି ଶେଷ ସପ୍ତାହରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ଉଚ୍ଚବିଦ୍ୟାଳୟ।

୨୦୨୫ ଡିସେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟ। ଆଉ ଜାନୁଆରି ଶେଷ ସପ୍ତାହରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ଉଚ୍ଚବିଦ୍ୟାଳୟ।

gun in school bag

ଭୁବନେଶ୍ବର: ୨୦୨୫ ଡିସେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୋରୁଆ ସରକାରୀ ଉଚ୍ଚବିଦ୍ୟାଳୟ। ଆଉ ଜାନୁଆରି ଶେଷ ସପ୍ତାହରେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ଉଚ୍ଚବିଦ୍ୟାଳୟ। ଦୁଇ ମାସରେ ଦୁଇଟି ଉଚ୍ଚବିଦ୍ୟାଳୟ ଛାତ୍ରଙ୍କ ନିକଟରୁ ଜବତ ହେଲାଣି ବନ୍ଧୁକ। ଖେଳନା ନୁହେଁ, ବରଂ ସତସତିକା ବନ୍ଧୁକ। ଯେଉଁ ସମୟରେ ଛାତ୍ରଛାତ୍ରୀ କାନ୍ଧରେ ବ୍ୟାଗ୍‌ ପକାଇ ହାତରେ କଲମ ଧରିବା କଥା ସେତେବେଳେ ସେମାନଙ୍କ ନିକଟରୁ ବନ୍ଧୁକ ମିଳିବା ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥା କେଉଁ ସ୍ତରକୁ ଗଲାଣି ତାହା ଜଳଜଳ ହୋଇ ‌ଦିଶୁଛି। କେବଳ ସେତିକି ନୁହେଁ, ତିନି ଦିନ ତଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ମଦ ପିଇ ବିଦ୍ୟାଳୟ ଆସିଥିବା ଦୁଇଜଣ ସପ୍ତମ ଶ୍ରେଣୀ ଛାତ୍ର ଅଚେତ ହୋଇଥିବା ଖବର ମଧ୍ୟ ସାମନାକୁ ଆସିଛି। ଗୋଟିଏ ପଟେ ଭିତ୍ତିଭୂମି ଅଭାବରୁ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି; ଆଉ ଅନ୍ୟପଟେ ପିଲାମାନେ ମଧ୍ୟ ବାଟ ହୁଡ଼ିବାରେ ଲାଗିଲେଣି। ଲଗାତାର ତିନି ମାସରେ ତିନୋଟି ଜିଲ୍ଲାର ତିନୋଟି ବିଦ୍ୟାଳୟ ଘଟଣା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍‌ ନିର୍ମାଣ କରିବ ‘ହାଲ୍’

ଫେବ୍ରୁଆରି ପ୍ରଥମ ସପ୍ତାହରେ ବାଲେଶ୍ବର ରେମୁଣା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ହାଣିଥିବାର ଖବର ଚହଳ ସୃଷ୍ଟି କରିଛି। ଉଭୟ କେନ୍ଦ୍ରାପଡ଼ା ଓ ବାଲେଶ୍ବର ବନ୍ଧୁକ ଜବତ ଘଟଣାରେ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସେମାନଙ୍କୁ ଟିସି ଦିଆଯାଇ ସ୍କୁଲ ବାହାରର ରାସ୍ତା ଦେଖାଯାଇଛି ସତ। ମାତ୍ର ଏଭଳି ମାନସିକତା ରୋକିବା ଦିଗରେ ଗଣଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ସେଭଳି କୌଣସି ଠୋସ୍‌ ପଦକ୍ଷେପ ଉଠାଇ ନାହିଁ। ନିର୍ଦ୍ଦେଶାବଳୀ ଜାରି ହୋଇନି କି ପିଲାଙ୍କୁ ସଚେତନତା ଉପରେ ପ୍ରାଥମିକତା ଦିଆଯାଇ ନାହିଁ। ପିଲାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଆପରାଧିକ ମାନସିକତାକୁ ନେଇ ଶିକ୍ଷାବିତ୍‌ଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ପର୍ଯ୍ୟନ୍ତ ଚିନ୍ତା ପ୍ରକଟ କରିବା ସହ ରାଜ୍ୟ ସରକାର କଠୋର ଆଇନ ଆଣିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଛନ୍ତି।

ସ୍କୁଲ ବ୍ୟାଗ୍‌ରେ ବହି ବଦଳରେ ବନ୍ଧୁକ
ଦୁଇ ମାସରେ ଦୁଇଟି ଜିଲ୍ଲାରୁ ଜବତ
ମଦ୍ୟପାନ କରି କ୍ଲାସକୁ ଆସିଲେଣି ଛାତ୍ର
ଅଭିଭାବକଙ୍କୁ ସଚେତନ କରାଯିବ

ଶିକ୍ଷାବିତ୍‌ ଶରତ କୁମାର କର କହିଛନ୍ତି ଯେ ପରିବାର ସ୍ତରରୁ ପିଲାମାନଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ମା’ଙ୍କର ପ୍ରମୁଖ ଭୂମିକା ରହିଛି। ସ୍କୁଲ ବ୍ୟାଗ୍‌ରେ ପିଲାମାନେ କ’ଣ ନେଉଛନ୍ତି ମା’ମାନେ ତାହାକୁ ପ୍ରଥମେ ଯାଞ୍ଚ କରିବା ଦରକାର। ଏମିତି ଅନେକ ଅଭିଭାବକ ରହିଛନ୍ତି ଯେଉଁମାନେ ମାସମାସ ଧରି ପିଲାଙ୍କ ବ୍ୟାଗ୍‌ ଯାଞ୍ଚ କରୁନାହାନ୍ତି। ସାମାଜିକ ଗଣମାଧ୍ୟମ ବିଶେଷକରି ୟୁଟ୍ୟୁବ୍‌ରେ ଯେଉଁଭଳି ଭାବେ ବନ୍ଧୁକ ଚଳାଇବା ସମ୍ପର୍କିତ ଭିଡିଓ ଭାଇରାଲ୍‌ ହେଉଛି ତାହାର କୁପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି। କେବଳ ଯେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲେ ହେବ ନାହିଁ। ଅଭିଭାବକ ଓ ସରକାର ମଧ୍ୟ ସଚେତନ ହେବାର ସମୟ ଆସିଛି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ଉତ୍କଳ ଅଭିଭାବକ ମହାସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି, ଛାତ୍ରଙ୍କ ପାଖରୁ ବନ୍ଧୁକ ମିଳିବା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଚିନ୍ତାରେ ପକାଇଛି। ଯେଉଁ ବୟସରେ ପିଲାମାନେ ବ୍ୟାଗ୍‌ରେ ବହି ଧରି ବିଦ୍ୟାଳୟ ଆସିବା କଥା ସେତେବେଳେ ବନ୍ଧୁକ ମିଳୁଛି। ପିଲାଙ୍କ ମଧ୍ୟରେ ଏଭଳି ମାନସିକତା ଆସୁଛି କେଉଁଠୁ? ବିହାରରେ ପିଲାମାନେ ଯେଉଁଭଳି ବ୍ୟାଗ୍‌ରେ ବନ୍ଧୁକ ଆଣି ଆସୁଛନ୍ତି ଏବେ ଓଡ଼ିଶାରେ ସେହି ଧାରା ଆରମ୍ଭ ହୋଇଗଲାଣି। ଅଭିଭାବକ ଏବେଠାରୁ ସଚେତନ ହେବା ସହ ପିଲାଙ୍କୁ ପାଠପଢ଼ା ମନସ୍କ କରାନ୍ତୁ। ଦିନତମାମ ପିଲାମାନେ କ’ଣ କରୁଛନ୍ତି, କେଉଁମାନଙ୍କ ସହ ମିଶୁଛନ୍ତି, କ’ଣ ସବୁ ଶିକ୍ଷାଲାଭ କରୁଛନ୍ତି ତାହା ଉପରେ ଅଭିଭାବକ ନଜର ରଖନ୍ତୁ। ୟୁ-ଟ୍ୟୁବ୍‌ ଭଳି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଅପରାଧ ମନସ୍କ ଭିଡିଓ ହଟାଇବାର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ ବାଲେଶ୍ବର ଘଟଣା ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ମାନସମନ୍ଥନ କରିଛନ୍ତି। ଆଗାମୀ ଦିନରେ ବସିବାକୁ ଥିବା ଅଭିଭାବକ-ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବୈଠକରେ ଏସମ୍ପର୍କରେ ଆଲୋଚନା କରିବାକୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦିଆଯିବ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe