ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଗୁରୁବାର ଦିନ ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିବା ସହ ଏନେଇ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଆହୁରି ଅଧିକ ତତ୍ପର ହେବାକୁ ପରାମର୍ଶ ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ମହାଲିଂ ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ସମୟରେ ଜିଲ୍ଲାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଘୋର ଅଭାବ ସହ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ ଓ କାନ୍ଧରେ ବୋହି ମୃତ ଶରୀର ନିଆଯାଉଥିବା ସମ୍ପର୍କରେ ଉତ୍ତର ରଖି ସ୍ବୀକାର କରିଥିଲେ। ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଅଭାବ ରହିଛି। ଆଗାମୀ ଦିନରେ ଏହାର ପୁରଣ ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ସରକାର ନୂତନ ଭାବେ ସବୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି। ଫଳରେ ପିଏଚସି ଓ ସିଏଚସି ସ୍ତରରେ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ଦୂର ହୋଇ ପାରିବ।
ଆହୁରି ପଢ଼ନ୍ତୁ: Girl Child: ଅଳିଆଗଦାରୁ ଉଦ୍ଧାର ଶିଶୁକନ୍ୟା ଡାକ୍ତରଖାନାରେ ଭର୍ତ୍ତି
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରୟାଣ ପରିବର୍ତ୍ତେ ଖୁବ୍ ଶୀଘ୍ର ଆଗାମୀ ଦୁଇ ମାସ ମଧ୍ୟରେ ମୃତଶରୀର ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଜିଲ୍ଲାର ସମସ୍ତ ୧୪୯ ଗୋଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ। ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୬ ଟିକୁ ଉନ୍ନିତ କରାଯିବ। ୨୧ଟି ପ୍ରଥମିକ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଉନ୍ନିତ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଆହୁରି ପଢ଼ନ୍ତୁ: Murder: ପାରିବାରିକ ବିବାଦରୁ ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଅଟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/29/untitled-17jpg-2026-01-29-16-18-32.jpeg)