ଭୁବନେଶ୍ବର: ନୂଆବର୍ଷ ହେଉ ବା ପ୍ରେମ ସପ୍ତାହ, ବିବାହ, ବ୍ରତ, ବିଭିନ୍ନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଶୁଭେଚ୍ଛା ପର୍ବରେ ଲୋଡ଼ା ପଡ଼େ ଗୋଲାପ ଫୁଲ। ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଦିନକୁ ଦିନ ରାଜ୍ୟରେ ଗୋଲାପ ଫୁଲର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହି ଚାହିଦାକୁ ମେଣ୍ଟାଇବାରେ ରାଜ୍ୟ ବିଫଳ ହୋଇଛି। ଗୋଲାପ ଚାଷ ଓ ଫୁଲ ଉତ୍ପାଦନରେ ରାଜ୍ୟ ସ୍ବାବଲମ୍ବୀ ହୋଇପାରିନାହିଁ। ଅନ୍ୟପଟେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଗୋଲାପ ଫୁଲର ସବୁଠାରୁ ବଡ଼ ରପ୍ତାନିକାରୀ ହୋଇଛି। ପଶ୍ଚିମବଙ୍ଗର କୋଲ୍କାତାରୁ ଦିଲ୍ଲୀ, ମୁମ୍ବାଇ, ଗୌହାଟୀ, ଜୟପୁର ଭଳି ଭାରତୀୟ ସହର ସହ ସିଙ୍ଗାପୁର, ମାଲେସିୟା, କୁଏତ, ଫିଲିପାଇନ୍ସ, ଦୁବାଇ ଆଦି ଦେଶକୁ ରପ୍ତାନୀ ହେଉଛି। ହେଲେ ଓଡ଼ିଶା ନିଜ ଆବଶ୍ୟକତାର ୨୦% ବି ଉତ୍ପାଦନ କରିବାରେ ବିଫଳ ହୋଇଛି। ଫଳରେ ଓଡ଼ିଶା ବର୍ଷତମାମ୍ ଗୋଲାପ ଫୁଲ ବିଶେଷ କରି ଫୁଲ ପାଇଁ କୋଲ୍କାତା ଓ ବେଙ୍ଗାଲୁରୁ ଉପରେ ନିର୍ଭରଶୀଳ।
Health: ଡବା ଖାଦ୍ୟରେ ବଞ୍ଚିଛି ୧୭ ବର୍ଷୀୟ ନାବାଳକର ଜୀବନ
ସୂଚନା ଅନୁଯାୟୀ, ରାଜ୍ୟର ସମୁଦାୟ ୯୮୩୦ ହେକ୍ଟର ଜମିରେ ଫୁଲ ଚାଷ ହେଉଥିବା ବେଳେ ମାତ୍ର ୧୬୦୭ ହେକ୍ଟର ଜମିରେ ଗୋଲାପ ଚାଷ ହେଉଛି। ଫଳରେ ରାଜ୍ୟ ଆବଶ୍ୟକତାର ମାତ୍ର ୧୦ରୁ ୧୫% ଚାହିଦା ରାଜ୍ୟର ଚାଷୀ ମେଣ୍ଟାଉଥିବା ବେଳେ ୮୦ରୁ ୯୦% ଗୋଲାପ ଫୁଲ କୋଲକାତା ଓ ବେଙ୍ଗାଲୁରୁରୁ ଓଡ଼ିଶାକୁ ଆମଦାନୀ ହେଉଛି। ସେହିଭଳି ଗୋଲାପ ଜଳ, ଗୋଲାପ ପାଖୁଡ଼ା ଜାମ୍, ଗୋଲାପ ସିରପ୍, ଗୁଲକନ୍ଦ ଓ ଅତର ଆଦି ଉତ୍ପାଦ ଉତ୍ପାଦନରେ ବି ରାଜ୍ୟ ବହୁ ପଛରେ ରହିଛି। ବିଶେଷଜ୍ଞଙ୍କ କହିବା ମୁତାବକ, ପାଖାପାଖି ୧୫ ବର୍ଷ ପୂର୍ବରୁ ଓଡ଼ିଶାର ବହୁ ନର୍ସରି ବିଭିନ୍ନ ପ୍ରଜାତିର ଗୋଲାପ ଗଛର କଲମୀ କରୁଥିଲେ। ହେଲେ ରାଜ୍ୟର ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପ ଚାରା ଓଡ଼ିଶାର ନର୍ସରୀମାନଙ୍କଠାରୁ ନ କିଣି ଟେଣ୍ଡର ହୋଇ ବାହାରୁ କିଣାଗଲା। ଫଳରେ ଏଠାକାର ନର୍ସରିଗୁଡ଼ିକ ଆଉ ନୂଆ ପ୍ରଜାତିର ଗୋଲାପ ଗଛ ତିଆରି ପାଇଁ ଆଗ୍ରହ ନେଲେ ନାହିଁ। କୋଲ୍କାତାର ନର୍ସରିଗୁଡ଼ିକ କିନ୍ତୁ ବିିଭିନ୍ନ ପ୍ରଜାତିର ଗୋଲାପ କାଣ୍ଡ ଓ ନାଡ଼ ଆଦିକୁ ନେଇ କଲମୀ କରି ଭିନ୍ନ ଭିନ୍ନ ପ୍ରଜାତିର ଗୋଲାପ ଗଛ ତିଆରି କରୁଛନ୍ତି। ଓଡ଼ିଶାର ନର୍ସରିଗୁଡ଼ିକ ସେମାନଙ୍କଠାରୁ ହିଁ ଗୋଲାପ ଗଛ ଆମଦାନୀ କରିଥା’ନ୍ତି। ଫଳରେ ଓଡ଼ିଶାର ପାଣିପାଗ ଗୋଲାପ ଚାଷ ପାଇଁ ଅନୁକୂଳ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅବହେଳା ଯୋଗୁଁ ଏ ଯାଏଁ ଗୋଲାପ ଚାଷରେ ରାଜ୍ୟ ସ୍ବାବଲମ୍ବୀ ହୋଇପାରିଲା ନାହିଁ।
Horoscope 2026 February 07 : ଜାଣନ୍ତୁ ଆଜିର ରାଶିଫଳ
ବିଶିଷ୍ଟ ଉଦ୍ୟାନବିତ୍ ପ୍ରଫେସର ଶଶିକଳା ବେଉରା କହିଛନ୍ତି, ସାରା ବିଶ୍ବରେ ଗୋଲାପର ୨୩ରୁ ଅଧିକ ପ୍ରଜାତି ରହିଥିବା ବେଳେ ଓଡ଼ିଶାରେ ସାଧାରଣତଃ ହାଇବ୍ରିଡ୍-ଟି, ଫ୍ଲୋରିବୁଣ୍ଡା, ପଲ୍ଲିଆନ୍ଥା, ମିନିଏଚର୍, କ୍ଲାଇମ୍ବର୍ ଆଦି ୫ ପ୍ରଜାତିର ଗୋଲାପ ଦେଖିବାକୁ ମିଳିଥାଏ। ଚାଷଜମି ସହ ଗ୍ରିନ୍ ହାଉସ୍ରେ ଏହି ସବୁ ପ୍ରଜାତିର ଗୋଲାପ ଚାଷ କରାଯାଇଥାଏ। କୋରାପୁଟ, ଖୋର୍ଦ୍ଧା, କଟକର ଟାଙ୍ଗୀ ଆଦି ବିଭିନ୍ନ ସ୍ଥାନରେ ପ୍ରାୟ ୩୫ ଏକର ଜାଗାରେ ଗ୍ରିନ୍ ହାଉସ୍ କରି ଗୋଲାପ ଉତ୍ପାଦିତ ହେଉଛି। ଛାଇ ପାଗ ସହ ଆର୍ଦ୍ରତା ଅଧିକ ଥିବା ଗ୍ରିନ୍ ହାଉସ୍ରେ ଲାଲ୍, ହଳଦିଆ, ଧଳା ଓ ଗୋଲାପୀ ଆଦି ରଙ୍ଗର ଗୋଲାପ ଚାଷ କରାଯାଉଛି। ଭାଲେଣ୍ଟାଇନ୍, ବିବାହ ଓ ନୂଆବର୍ଷ ସମୟରେ ଏହି ଫୁଲ ଅଧିକ ଚାହିଦାରେ ରୁହେ। ଓଡ଼ିଶାର ପାଣିପାଗ ଗୋଲାପ ଚାଷ ପାଇଁ ଉପଯୋଗୀ ହୋଇଥିଲେ ସୁଦ୍ଧା ଉତ୍ପାଦନରେ ପଡ଼ୋଶୀ ରାଜ୍ୟ ତୁଳନାରେ ଆମେ ବହୁ ପଛରେ ରହିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/dgdgdgzcvvc-2026-02-07-01-57-02.jpg)