Odisha Police receives suicide threat: ଓଡ଼ିଶା ପୁଲିସକୁ ଆତ୍ମହତ୍ୟା ଚିନ୍ତା: ୧୫ ବର୍ଷରେ ୧୯ ଜଣଙ୍କ ଆତ୍ମହତ୍ୟା, ୧୦ ଜଣ ସର୍ଭିସ ରିଭଲଭର୍‌ରେ ମରିଛନ୍ତି

Advertisment

ଓଡ଼ିଶା ପୁଲିସରେ ଗଲା ୧୫ ବର୍ଷ ଭିତରେ ୧୯ ଜଣ ଆତ୍ମହତ୍ୟା କଲେଣି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି।

ଓଡ଼ିଶା ପୁଲିସରେ ଗଲା ୧୫ ବର୍ଷ ଭିତରେ ୧୯ ଜଣ ଆତ୍ମହତ୍ୟା କଲେଣି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି।

fghkhfhkfvmm

ଚିରଂଜୀବୀ କର
କଟକ: ଓଡ଼ିଶା ପୁଲିସରେ ଗଲା ୧୫ ବର୍ଷ ଭିତରେ ୧୯ ଜଣ ଆତ୍ମହତ୍ୟା କଲେଣି। ୪ ଜଣ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। କର୍ମକ୍ଷେତ୍ରରେ ଚାପ, ତଦନ୍ତ ଚାପ, ପରିବାର ସହ ସମୟ କାଟିବାର ସୁଯୋଗ ନ ମିଳିବାରୁ ମାନସିକ ଚାପ ବଢ଼ିବା ଭଳି କାରଣରୁ ଆତ୍ମହତ୍ୟା ବଢୁଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ମତ ରଖୁଛନ୍ତି। 

୨୦୧୧ ଜୁଲାଇ ୬ରେ ମାଲକାନଗିରି ଜିଲ୍ଲାର କନେଷ୍ଟବଳ ପ୍ରଦୀପ ଘଡ଼େଇ ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିବା ବେଳେ ୨୦୧୩ ଜାନୁଆରି ୨୪ରେ ରାୟଗଡ଼ାର ଏକ ହୋଟେଲ୍‌ରେ ଏଏସ୍‌ଆଇ ଆର୍‌.ପି ସେଠୀ ସର୍ଭିସ ରିଭଲଭରରେ, ୨୦୧୩ ଜୁନ ୧ରେ ଏସ୍‌ଓଜି ଯବାନ ସୂର୍ଯ୍ୟନାରାୟଣ ସାହୁ କାଲିମେଳାର ଏକ କ୍ୟାମ୍ପରେ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ବେଳେ ୨୦୧୪ ମେ ୧୩ରେ କୋରାପୁଟରେ ପୁଲିସ କନେଷ୍ଟବଳ ନରେନ୍ଦ୍ର କନ୍ଦପାନ ସର୍ଭିସ ରିଭଲଭରରେ ଶ୍ବଶୁରଘରର ୪ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ୨୦୧୫ ନଭେମ୍ବର ୨୬ରେ ବ୍ରହ୍ମପୁର ଏସ୍‌ଡିପିଓ କାର୍ଯ୍ୟାଳୟର ମହିଳା କନେଷ୍ଟବଳ ଅଭାଗିନୀ ନାୟକ ବେକରେ ରଶି ବାନ୍ଧି ଝୁଲିପଡ଼ିଥିଲେ। ୨୦୧୮ ମାର୍ଚ୍ଚ ୨୯ରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପରେ ଯବାନ ପଙ୍କଜ କୁମାର ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୨୮ରେ ଗଞ୍ଜାମ ଜିଲ୍ଲା କରଡ଼ା ଥାନା କନେଷ୍ଟବଳ ଯାଜ୍ଞସେନୀ ବେହେରା ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୩୦ ରେ ଯାଜ୍ଞସେନୀଙ୍କ ସ୍ବାମୀ ତଥା ପୁଲିସ କନେଷ୍ଟବଳ ଟି. ଜନାର୍ଦ୍ଦନ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ୨୦୨୨ ଫେବ୍ରୁଆରି ୧୫ରେ ଅନୁଗୁଳ ଜିଲ୍ଲା କଣିହାଁର ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିରଞ୍ଚି ପ୍ରଧାନ ଆତ୍ମହତ୍ୟା କରିଥିଲେ।

Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

୨୦୨୨ ମାର୍ଚ୍ଚ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗ ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ୨୦୨୨ ଅଗଷ୍ଟ ୨୭ ତାରିଖରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ୨୦୨୩ ଏପ୍ରିଲ ୬ରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ଏମଭି-୪୨ ଗାଁରେ ପୁଲିସ ରିଜର୍ଭରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ହାଲଦାର, ୨୦୨୩ ଏପ୍ରିଲ ୨୦ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଧାନମଣ୍ଡଳରେ ସିଆରପିଏଫ୍ ଯବାନ ସୂର୍ଯ୍ୟକାନ୍ତ କୁଅଁର ଗଛରେ ଝୁଲି, ୨୦୨୩ ଏପ୍ରିଲ ୨୫ରେ ରାୟଗଡ଼ା ଜିଲ୍ଲା ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ସିଆରପିଏଫ୍ ଅଫିସର ବିହାରର ସୁନିଲ କୁମାର ସର୍ଭିସ ରିଭଲଭରରେ, ୨୦୨୩ ଜୁଲାଇ ୨୬ରେ କୋରାପୁଟ ଜିଲ୍ଲାର ଡେପୁଟି ସୁବେଦାର ନରେନ୍ଦ୍ର ବିଶ୍ବାଳ ଏକେ-୪୭ରେ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ଅଗଷ୍ଟ ୪ରେ ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିଲେ।

୨୦୨୪ ଅଗଷ୍ଟ ୩୧ରେ କଟକ ଓଏମ୍‌ପି ଷଷ୍ଠ ବାଟାଲିୟନରେ ହାବିଲଦାର ତ୍ରିଲୋଚନ ସେଠୀ ବେକରେ ଟାଵେଲ୍ ଗୁଡ଼ାଇ, ୨୦୨୫ ଏପ୍ରିଲ ୭ରେ ବାଲେଶ୍ବର ଜିଲ୍ଲା ପୁଲିସ ବାରାକରେ କନେଷ୍ଟବଳ ଯଶୋଦା ଦାସ ଆତ୍ମହତ୍ୟା କରିଥିଲେ। ୨୦୨୫ ଜୁନ ୧୯ରେ କେନ୍ଦୁଝରର ପୁଲିସ କନେଷ୍ଟବଳ ସୁବ୍ରତ କୁମାର ସାହୁ, ୨୦୨୫ ଅଗଷ୍ଟ ୧୬ରେ ନୂଆପଡ଼ା ରେଳଷ୍ଟେସନ ନିକଟ ଗଛରେ କନେଷ୍ଟବଳ ରୁକ୍ମଣୀ ନାଗ, ୨୦୨୬ ଫେବ୍ରୁଆରି ୫ରେ ନୟାଗଡ଼ ପୁଲିସ ବାରାକରେ କନେଷ୍ଟବଳ ସୁନିଲ ସେଠୀ ସର୍ଭିସ ରିଭଲଭରରେ, ୨୦୨୬ ଫେବ୍ରୁଆରି ୯ରେ ସୁନ୍ଦରଗଡ଼ କ୍ୟାମ୍ପରେ ରହୁଥିବା ଉତ୍ତରପ୍ରଦେଶର ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ସର୍ଭିସ ରିଭଲଭରରେ ଗୁଳି କରି ଆତ୍ମହତ୍ୟା କରିଥିଲେ। ୨୦୨୫ ମେ ୧୪ରେ ବାଲେଶ୍ବର ଜିଲ୍ଲା ବସ୍ତା ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରି ଅସୁସ୍ଥ ହୋଇଥିଲେ। 

Hockey: ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ର ଭାରତ ପର୍ଯ୍ୟାୟ ଆଜିଠୁ; ଯାଦୁ ଦେଖାଇବେ ୫ ଓଡ଼ିଆ

ଏସ୍‌ସିବି ମେଡିକାଲ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର କହିଛନ୍ତି ଯେ ପୁଲିସ ଅଫିସରମାନେ କାମ ଚାପରେ ରହୁଛନ୍ତି। ମନରେ ବିରକ୍ତି ସୃଷ୍ଟି ହେଉଛି। ତେଣୁ ଆତ୍ମହତ୍ୟାପ୍ରବଣତା ବଢୁଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ପୁଲିସ କର୍ମଚାରୀଙ୍କୁ କାଉନସେଲିଂ କରାଯିବା ନେଇ ପ୍ରସ୍ତାବ ଦିଆଯାଇଥିଲା। ଯେଉଁ ମାନଙ୍କର ମାନସିକ ସମସ୍ୟା ଲକ୍ଷଣ ରହୁଛି ସେମାନେ ଟେଲି ମାନସ ପ୍ରକଳ୍ପର ଦେୟମୁକ୍ତ ନମ୍ବର ୧୪୪୧୬ରେ ଯୋଗାଯୋଗ କରିପାରିବେ। ନଚେତ ଡାକ୍ତରଙ୍କୁ ଭେଟି ପରାମର୍ଶ ନେବା ଆବଶ୍ୟକ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe