Odisha Renewable Energy: ଓଡ଼ିଶା ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ: ୬୭ହଜାର କୋଟିର ପୁଞ୍ଜିନିବେଶ ପ୍ରତିଶ୍ରୁତି

Advertisment

ଦେଶର ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ। ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍‌ କ୍ଷମତା ବିଶିଷ୍ଟ ଅଣ-ଜୀବାଶ୍ମ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି।

ଦେଶର ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ। ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍‌ କ୍ଷମତା ବିଶିଷ୍ଟ ଅଣ-ଜୀବାଶ୍ମ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି।

sfhfshfhxbvbvbv

ଭୁବନେଶ୍ବର: ଦେଶର ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ। ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ୍‌ କ୍ଷମତା ବିଶିଷ୍ଟ ଅଣ-ଜୀବାଶ୍ମ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି। ତାହାକୁ ନଜରରେ ରଖି ଓଡ଼ିଶା ଏଥିରେ ଯୋଗଦାନ କରୁଛି। ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ସୌର ଓ କ୍ଷୁଦ୍ର ଜଳବିଦ୍ୟୁତ୍‌ ସହିତ ପବନ ଶକ୍ତି ବିକାଶ ପାଇଁ ସମ୍ଭାବନା ରହିଥିବା ଓଡ଼ିଶା ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀକୁ ଉଦ୍‌ଘାଟନ କରି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ରାଜ୍ୟର ଅକ୍ଷୟ ଶକ୍ତି ନିବେଶକୁ ତ୍ୱରାନ୍ୱିତ କରିବାକୁ ଗ୍ରିଡ୍‌କୋ ଲିମିଟେଡ୍‌ ଓ ଶକ୍ତି ବିଭାଗ ଦ୍ୱାରା ହୋଟେଲ୍‌ ମେ’ଫେୟାରଠାରେ ଅନୁଷ୍ଠିତ ଏହି ଦୁଇଦିନିଆ ନିବେଶକ ସମ୍ମିଳନୀର ପ୍ରଥମ ଦିବସରେ ୬.୮ ଗିଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ରାୟ ୬୭ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି।

Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି

୫ହଜାର ମେଗାୱାଟ୍‌ ଭାସମାନ ସୌର ପ୍ରକଳ୍ପ
୧୮ହଜାର ମେଗାୱାଟ୍‌ ପମ୍ପଡ୍‌ ଷ୍ଟୋରେଜ୍ ପ୍ରକଳ୍ପ
୫୦୦ ଏମ୍‌ଡବ୍ଲ୍ୟୁଭି ବ୍ୟାଟେରି ଷ୍ଟୋରେଜ୍‌ ପ୍ରକଳ୍ପ

ଉଦ୍‌ଘାଟନୀ ଉତ୍ସବରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ କହିଲେ ଆମର ଉଦ୍ଦେଶ୍ୟ କେବଳ ଅକ୍ଷୟ ଶକ୍ତିର କ୍ଷମତା ବୃଦ୍ଧି ନୁହେଁ, ବରଂ ସିଷ୍ଟମର ଇଣ୍ଟିଗ୍ରେସନ। ନବୀକରଣ ସହିତ ପମ୍ପଡ୍ ଷ୍ଟୋରେଜ୍ ଓ ବ୍ୟାଟେରି ସିଷ୍ଟମକୁ ଆଗକୁ ବଢ଼ାଇ ଆମେ ଗ୍ରିଡ୍ ସ୍ଥିରତା ଓ ଦୀର୍ଘକାଳୀନ ଶକ୍ତି ସୁରକ୍ଷା ସୁନିଶ୍ଚିତ କରୁଛୁ। ଏସ୍‌ଇସିଆଇର ପରିଚାଳନା ନିର୍ଦ୍ଦେଶକ ଆକାଶ ତ୍ରିପାଠୀ ଯୋଗଦେଇ ଭାସମାନ ସୌର ଓ ପବନ କ୍ଷେତ୍ରରେ ଓଡ଼ିଶାରେ ଯଥେଷ୍ଟ ସମ୍ଭାବନା ରହିଛି ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ମାଧ୍ୟମରେ ଏକ ପ୍ରମୁଖ ସଂରକ୍ଷଣ କେନ୍ଦ୍ର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ‘ଆଇଫରେଷ୍ଟ’ର ସିଇଓ ଚନ୍ଦ୍ର ଭୂଷଣ ଯୋଗଦେଇ ଭାସମାନ ସୌର, ପମ୍ପଡ୍ ଷ୍ଟୋରେଜ୍ ଓ ବ୍ୟାଟେରୀ ଷ୍ଟୋରେଜ୍ ସମାଧାନ ବିକାଶ ପାଇଁ ଓଡ଼ିଶାର ସକ୍ରିୟ ଆଭିମୁଖ୍ୟ ଭାରତର ଅକ୍ଷୟ ଶକ୍ତି ପ୍ରସାରଣର ପରବର୍ତ୍ତୀ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ କାର୍ଯ୍ୟ କରିବ ବୋଲି କହିଥିଲେ।

Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଫାଇନାଲ୍‌ରେ ବୋର୍ଡ ଅଫ୍‌ ରେଭିନ୍ୟୁ-ଭୁବନେଶ୍ବର ବାର୍‌

ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ କହିଲେ ଅକ୍ଷୟ ଶକ୍ତି ନୋଡାଲ୍ ଏଜେନ୍ସି ସେଲ୍ ମାଧ୍ୟମରେ ଗ୍ରିଡ୍‌କୋ ପ୍ରକଳ୍ପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶକୁ ସହଜ କରୁଛି। ଆମେ ସ୍ୱଚ୍ଛ କ୍ରୟ, ସମୟୋଚିତ ବିଡ୍‌ ପ୍ରକ୍ରିୟାକୁ ସକ୍ଷମ କରିବାକୁ ପ୍ରତିବଦ୍ଧ। ୫ହଜାର ମେଗାୱାଟ୍‌ରୁ ଅଧିକ ଭାସମାନ ସୌର ଫଟୋଭୋଲଟାଇକ୍(ଏଫ୍‌ଏସ୍‌ପିଭି) ପ୍ରକଳ୍ପ, ୩୬ଟି ଚିହ୍ନଟ ସ୍ଥାନରେ ୧୮ହଜାର ମେଗାୱାଟ୍‌ର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ(ପିଏସ୍‌ପି), ୫୦୦ ଏମ୍‌ଡବ୍ଲୁଏଚ୍‌ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ରହିଛି, ଯାହା ଭାୟାବିଲିଟି ଗ୍ୟାପ୍ ପାଣ୍ଠି ଦ୍ୱାରା ସମର୍ଥିତ। ପବନ ଶକ୍ତି, ଆବଣ୍ଟିତ ଅକ୍ଷୟ ଶକ୍ତି, କ୍ଷୁଦ୍ର ଜଳବିଦ୍ୟୁତ୍‌, କୃଷି ଓ ଅପଚୟରୁ ଶକ୍ତି କ୍ଷେତ୍ରରେ ଉଦୀୟମାନ ସୁଯୋଗଗୁଡ଼ିକ ଉପରେ ସମ୍ମିଳନୀରେ ଆଲୋକପାତ କରାଯାଇଥିଲା। ଓପିଟିସିଏଲ ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରିଡ୍‌କୋ ଓ ନିବେଶକଙ୍କ ମଧ୍ୟରେ ୫ଟି ବୁଝାମଣାପତ୍ର ସ୍ୱାକ୍ଷରିତ ସହ ରାଜ୍ୟର ପ୍ରଥମ ପବନଚାଳିତ ୧୫୦ମିଟର ମାଷ୍ଟ ଓ ୬ଟି ସହର ପାଇଁ ସିଟି ଆସେଲିରେଟର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ନିବେଶକ, ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଓ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ଅନ୍ତର୍ଜାତୀୟ ସଂସ୍ଥା ‘ଆଇଫରେଷ୍ଟ’ ନଲେଜ ପାର୍ଟନର ଭାବେ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe