ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଏକପ୍ରକାର ଲୁଚକାଳି ଖେଳ ଖେଳୁଛି। ପ୍ରାୟ ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଥରେ ଶୀତ ଆରମ୍ଭ ହୋଇଯାଇଛି। ଲୋକେ ଗରମ ପୋଶାକ ଓ ନିଆଁ ପାଖରେ ବସିବାକୁ ମନ କରୁଛନ୍ତି। କନ୍ଧମାଳ ସମେତ ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। 

Advertisment

ଚଳିତ ମାସର ୧୬ ତାରିଖରେ ୫.୮ଡିଗ୍ରି ତାପମାତ୍ରାକୁ ଖସିଥିଲା। ପ୍ରବଳ ଶୀତ ହୋଇଥିଲା। ଗତ ୧୭ତାରିଖ ଦିନ ୫.୪ଡିଗ୍ରିକୁ ପୁଣି ଖସି ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଥିବା ବେଳେ ପାଗ ବଦଳି ମେଘୁଆ ପାଗ ଆରମ୍ଭ ହେବା ଯୋଗୁଁ ୧୯ତାରିଖ ଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା। ୨୩ତାରିଖରେ ୧୫.୬ଡିଗ୍ରିକୁ ପହଁଚି ଯାଇଥିଲା ପୁଣି ୨୪ତାରିଖ ଠାରୁ ପାରଦ ଖସି ଆଜି ୮.୬ଡିଗ୍ରି ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: Badrinath Dham: ଶୀତଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ କପାଟ: ଜାଣନ୍ତୁ ଏହି ୬ ମାସ କେଉଁଠି ପାଇବେ ପୂଜା…

ଆଗକୁ ଆହୁରି ଶୀତ

ତେବେ ପାରଦ ତଳମୁଁହା ହେବା ଯୋଗୁଁ ପୁଣି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କିଛି ଦିନ ଧରି ପ୍ରବଳ କୁହୁଡି ସାଙ୍ଗକୁ ପବନ ବୋହିବାରେ ଲାଗିଥିଲା। ଯେମିତି ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବାର ଭ୍ରମ ସୃଷ୍ଟି କରୁଥିଲା। ଆଜି ପାଗ ଶୁଖିଲା ରହିବା ସହ ଥଣ୍ଡାର ପ୍ରକୋପ ବଢି ଜାଡ ଆରମ୍ଭ ହୋଇଯାଇଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଥଣ୍ଡାର ମଜା ନେବାକୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଆଗକୁ ପାରଦ ଆହୁରି ଖସିବା ସହ ଶୀତ ବଢିବା ଅନୁମାନ କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ: Kandhamal tourism: କନ୍ଧମାଳ ପର୍ଯ୍ୟଟନକୁ ଅଡୁଆ ଗଞ୍ଜେଇ ମାଫିଆ: ବାଉନ୍‌ସରଙ୍କ କବଜାରେ ଜଳପ୍ରପାତ