Republic Day: ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଶବାସୀଙ୍କ ସାମ୍ନାରେ ଆମର ସମୃଦ୍ଧ ପରମ୍ପରାର ପରିଚୟ ଦେଇଛି: ମୁଖ୍ୟମନ୍ତ୍ରୀ

Advertisment

ଓଡ଼ିଶାର ପ୍ରଜ୍ଞାମେଢ଼ ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି। ଏହି ପ୍ରଜ୍ଞାପନ ମେଢ଼ ମାଧ୍ୟରେ ଓଡ଼ିଶାର ପରଂପରା ଏବଂ ପ୍ରଗତିକୁ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରାଯାଇଛି।

ଓଡ଼ିଶାର ପ୍ରଜ୍ଞାମେଢ଼ ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି। ଏହି ପ୍ରଜ୍ଞାପନ ମେଢ଼ ମାଧ୍ୟରେ ଓଡ଼ିଶାର ପରଂପରା ଏବଂ ପ୍ରଗତିକୁ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରାଯାଇଛି।

Mohan

ଭୁବନେଶ୍ବର: ଓଡ଼ିଶାର ପ୍ରଜ୍ଞାମେଢ଼ ଆଜି ୭୭ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ପ୍ରଦର୍ଶିତ ହୋଇଛି। ଏହି ପ୍ରଜ୍ଞାପନ ମେଢ଼ ମାଧ୍ୟରେ ଓଡ଼ିଶାର ପରଂପରା ଏବଂ ପ୍ରଗତିକୁ ଦେଶବାସୀଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ସାଧାରଣତନ୍ତ୍ର ଦିବସ ଅବସରରେ, କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସମଗ୍ର ଦେଶବାସୀଙ୍କ ସମ୍ମୁଖରେ ଆମର ସମୃଦ୍ଧ ପରମ୍ପରା ଓ ଅପାର ସାମର୍ଥ୍ୟର ପରିଚୟ ଦେଇଛି। ପରମ୍ପରାରୁ ପ୍ରଗତି କେବଳ ଏକ ନାରା ନୁହେଁ, ବରଂ ଆମର ସଂକଳ୍ପବଦ୍ଧ ବିକାଶ ଯାତ୍ରାର ଏକ ଜୀବନ୍ତ ପ୍ରତିଫଳନ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଆମର କୋରାପୁଟ କଫିର ବାସ୍ନା ଆଜି ବିଶ୍ୱ ବଜାରରେ ଆଦୃତ ହେଉଥିବା ବେଳେ, ଓଡ଼ିଶାର ବୈଷୟିକ ଜ୍ଞାନକୌଶଳ 'ସିଲିକନ୍ ଚିପ୍' ମାଧ୍ୟମରେ ଆଧୁନିକ ବିଶ୍ୱକୁ ନୂତନ ଦିଗଦର୍ଶନ ଦେବାକୁ ପ୍ରସ୍ତୁତ। କୋଣାର୍କର ଚକ୍ର ଓ ପଟ୍ଟଚିତ୍ରର ଶାଶ୍ୱତ ଶୈଳୀ ସହ ଭବିଷ୍ୟତର ଡିଜିଟାଲ୍ ବିପ୍ଳବର ଅପୂର୍ବ ସମନ୍ୱୟ ଆମ ମେଢ଼କୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: Secret Operation: ଶୌର୍ଯ୍ୟ ଚକ୍ର ପ୍ରଶସ୍ତି ପତ୍ର ମିଆଁମାରରେ ଭାରତୀୟ ସେନାର ଗୁପ୍ତ ଅପରେସନ୍ ବିବରଣୀ ପ୍ରକାଶ କଲା

ଚିତ୍ତାକର୍ଷକ ପ୍ରଦର୍ଶନ ପ୍ରମାଣିତ

ଏହି ଚିତ୍ତାକର୍ଷକ ପ୍ରଦର୍ଶନ ପ୍ରମାଣିତ କରିଛି ଯେ, ଓଡ଼ିଶା ନିଜର ଅନନ୍ୟ ଅସ୍ମିତାକୁ ବଜାୟ ରଖିବା ସହ ସେହି ମୂଳଦୁଆ ଉପରେ 'ଆତ୍ମନିର୍ଭର ଭାରତ'ର ଏକ ଶକ୍ତିଶାଳୀ ସାରଥି ଭାବେ ନିଜକୁ ପ୍ରତିଷ୍ଠିତ କରିଛି। କୃଷିରୁ କାରଖାନା ଏବଂ ସଂସ୍କୃତିରୁ ସିଲିକନ୍ ପର୍ଯ୍ୟନ୍ତ ଆମର ଏହି ଅପ୍ରତିହତ ଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅପାର ଗର୍ବ ଓ ଗୌରବର ବିଷୟ।

ଆହୁରି ପଢ଼ନ୍ତୁ: Maulana Azmal Statement: ଦେଶରେ ମୁସଲମାନ ସୁରକ୍ଷିତ, ହିନ୍ଦୁ ସେମାନଙ୍କ ସହ ଅଛନ୍ତି: ମୌଲାନା ବଦରୁଦ୍ଦିନ୍ ଅଜମଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe