ରାଜନଗର: ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରୁ ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ବସୁଛି। କେନ୍ଦ୍ର ସରକାର କଇଁଛ କରିଡର୍ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରୁଛନ୍ତି। ମାତ୍ର ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ମାଦଳି ମୁହାଣ ଯାଏଁ ଉପକୂଳରେ କୁଢ଼କୁଢ଼ ଅଲିଭ୍ରିଡ୍ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି। ଭିତରକନିକା ଜଙ୍ଗଲରେ ଶତାଧିକ କଇଁଛଙ୍କ ମୃତଦେହକୁ କୁକୁର ଝୁଣି ଖାଇବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବେଆଇନ ଟ୍ରଲର୍ ଚଳାଚଳ ଓ ଅସ୍ୱାଭାବିକ ପାଣିପାଗ ଯୋଗୁଁ ବର୍ଷକୁ ବର୍ଷ କଇଁଛଙ୍କ ଆଗମନ ହ୍ରାସ ପାଉଛି। ଅନ୍ୟପଟେ କଇଁଛଙ୍କ ମୃତ୍ୟୁହାର ବଢ଼ିବାରେ ଲାଗିଛି। ଅଲିଭ୍ରିଡ୍ଲେଙ୍କ ଆଗମନ ହ୍ରାସ ପାଇବା ସହିତ ମୃତ୍ୟୁସଂଖ୍ୟା ବଢ଼ିଲେ ଓଡ଼ିଶା ଉପକୂଳରେ ଦିନେ ଏହି ବିରଳ କଇଁଛ ଦେଖିବାକୁ ମିଳିବେନି ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Public Transport: ଫୁଲବାଣୀରୁ ମଣ୍ଡାସ ଚଳାଚଳ କରୁଥିବା ସରକାରୀ ବସ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ
ସାତଭାୟାରୁ ଏକକୂଳା ମଧ୍ୟରେ ସାତଭାୟା, ଗହୀରମଥା, ବାବୁବାଲି ଓ ହବାଳିଖଟିରେ ମଲା ଓ ମୁଣ୍ଡବିହୀନ କଇଁଛ କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ଅଧିକାଂଶ ସ୍ଥାନରେ ମୃତ କଇଁଛଙ୍କୁ କୁକୁର ଖାଉଛନ୍ତି। ଜଙ୍ଗଲରେ ଶତାଧିକ ଅଲିଭ୍ରିଡ୍ଲେ କଇଁଛଙ୍କ ମୃତଦେହ ପଡ଼ିରହିଛି। କଇଁଛ ମୃତ୍ୟୁକୁ ଲୁଚାଇବା ପାଇଁ ମୃତଦେହ ଉପରେ ଭଙ୍ଗା କାଠ ଓ ପ୍ଲାଷ୍ଟିକ୍ ଖଣ୍ଡ ଲଦି ଦିଆଯାଉଛି। ବନ କର୍ମଚାରୀମାନେ ମୃତ କଇଁଛଙ୍କୁ ନମ୍ବର କରିବା ପରେ ପୋତିବା କଥା। ମାତ୍ର ସରକାରୀ ଭାବେ କଇଁଛ ମୃତ୍ୟୁ ନ ଦେଖାଇ ଶହଶହ ମୃତ କଇଁଛ ଜଙ୍ଗଲରେ ଫିଙ୍ଗିଦେବା ଘଟଣା ଉଦ୍ବେଗ ସୃଷ୍ଟି କରିଛି। ୧୯୭୫ରୁ ଗହୀରମଥା ଉପକୂଳରେ ବିରଳ ସାମୁଦ୍ରିକ କଇଁଛଙ୍କ ଆଗମନ ହୋଇଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ।
Road Problem: ଅବଧି ସରିଲା, କାମ ସରୁନି, ୧୫ ପିଏମଜେଏସୱାଇ ରାସ୍ତା ଅଧାରେ: ୩୧ସୁଦ୍ଧା ନ ସରିଲେ ଫେରିଯିବ ଟଙ୍କା
ଏହାପରେ ସମୁଦ୍ର ଉପକୂଳରୁ ୨୦ କିମି ଯାଏଁ ଟ୍ରଲର୍ ସାହାଯ୍ୟରେ ମାଛଧରା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏପରିକି ପ୍ରତିବର୍ଷ ନଭେମ୍ବର ୧ରୁ ମେ’ ୩୧ଯାଏଁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଟ୍ରଲର୍ ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଉଛି। ଏହାସତ୍ତ୍ବେ ଶହଶହ ଟ୍ରଲର୍ ଚଳାଚଳ କରୁଛି। ଏ ସମ୍ପର୍କରେ ଫରେଷ୍ଟର ରଞ୍ଜନ କୁମାର ପାଣି କହିଛନ୍ତି ଯେ ଜୀବଜନ୍ତୁଙ୍କ ପାଇଁ ମୃତ କଇଁଛଗୁଡ଼ିକୁ ଜଙ୍ଗଲ ଭିତରେ ପକାଯାଇଛି। ମାତ୍ର ମୃତ କଇଁଛଙ୍କର କାହିଁକି ନମ୍ବର କରାଯାଇ ନାହିଁ ବୋଲି ପଚାରିବାରୁ ସେ ନିରବ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/10/dgjgdgjcbn-2026-03-10-01-57-42.jpg)