ବଜ୍ରପାତରେ ଜଣେ ମୃତ, ଜଣେ ନିର୍ବାକ୍

କୋରେଇ ଥାନା ରଗଡ଼ି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ନିର୍ବାକ୍ ପାଲଟିଯାଇଛନ୍ତି। ବଜ୍ରପାତରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି...

Truck driver killed in lightning strike,helper left speechless

Truck driver killed in lightning strike,helper left speechless Photograph: (sambad.in)

ଯାଜପୁର: କୋରେଇ ଥାନା ରଗଡ଼ି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ନିର୍ବାକ୍ ପାଲଟିଯାଇଛନ୍ତି। ବଜ୍ରପାତରେ ଖଲାସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଟ୍ରକ୍‌ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଖାଇବା ପାଇଁ ହୋଟେଲ ନିକଟରେ ଟ୍ରକ୍‌ ରଖି ଉଭୟ ସିମେଣ୍ଟ କୁଣ୍ଡରେ ଗାଧୋଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। 

ମୃତକ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ ସାଇଟ ଥାନା ଅନ୍ତର୍ଗତ ବଜ୍ରୋକୋଟ ଗ୍ରାମର ଧୋଳେଶ୍ବର ନାୟକଙ୍କ ପୁଅ ଦିଲ୍ଲୀପ ନାୟକ(୨୪)। ଆହତ ଟ୍ରକ୍‌ ଚାଳକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କଲଣ୍ଡା ଗ୍ରାମର ରାମଚନ୍ଦ୍ର ଖୁଣ୍ଟିଆଙ୍କ ପୁଅ ପପୁ ଖୁଣ୍ଟିଆ(୨୭)। ସେ ଓଡି ୦୯ ଏବି ୯୭୩୩ ଟ୍ରକ୍‌ ଚଳାଇ ଆସୁଥିଲାବେଳେ ସୋମବାର ଅପରାହ୍ଣ ପ୍ରାୟ ଅଢ଼େଇଟା ସମୟରେ ରାଜପଥ କଡ଼ରେ ମା’ଭଗବତୀ ହୋଟେଲ ନିକଟରେ ଗାଡ଼ି ଅଟକାଇଥିଲେ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସ୍ଥାନ ସଂଶୋଧନ କଲା ବିସିସିଆଇ: ବାରବାଟୀରେ ପ୍ରଥମ ଟି-୨୦

ଟ୍ରକ୍ ଚାଳକ ଓ ଖଲାସୀ ଖାଇବାକୁ ଯିବା ପୂର୍ବରୁ ଗାଧୋଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଦିଲୀପ ସେହିଠାରେ ହିଁ ଟଳିପଡ଼ିଥିଲେ। ନିକଟରେ ଥିବା ଅନ୍ୟ ଜଣେ ବର୍ତ୍ତିଯାଇଥିଲେ ମଧ୍ୟ ଭୟରେ ନିର୍ବାକ୍‌ ହୋଇଯାଇଥିଲେ। ସେ ନିର୍ବାକ୍‌ ହୋଇ ଏବେ ନିଜ ନାଁ ମଧ୍ୟ କହିପାରି ନଥିଲେ।

କେନ୍ଦୁଝରରୁ ଲୁହାପଥର ନେଇ ଟ୍ରକ୍‌ ପାରାଦୀପ ଯାଉଥିବାବେଳେ ଏହି ଅଘଟଣ ଘଟିଛି। ଖବର ପାଇ ଯାଜପୁରରୋଡ ଦମକଳ ବାହିନୀ ଓ କୋରେଇ ପୁଲିସ ପହଞ୍ଚି ଶବ ଜବତ କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। 

କୋରେଇ ଅଞ୍ଚଳରେ ସୋମବାର ଅପରାହ୍ଣରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଏଥିରେ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ବଜ୍ରାଘାତରେ କେଉଁଠି ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି ତ ଆଉ କେଉଁଠି ପଙ୍ଖା, ଇନଭର୍ଟର ଓ ଅନ୍ୟ ବିଦ୍ୟୁତ୍‌ ଉପକରଣ ପୋଡ଼ି ଯାଇଛି।

ଅଧିକ ପଢ଼ନ୍ତୁ: ବଜ୍ରପାତରେ ମୃତ୍ୟୁ

 Jajpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe