High Court
କଟକ: କୋଣାର୍କ ମନ୍ଦିର ପରିସରରେ କେବଳ ଏଏସଆଇ ସ୍ଵୀକୃତି ପ୍ରାପ୍ତ ଫଟୋଗ୍ରାଫର୍ ହିଁ ଫଟୋ ଉଠାଇ ପାରିବେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ୧୫୪ ଜଣ ଫଟୋଗ୍ରାଫର୍ ଏନେଇ ଏକ ମାମଲା କୋର୍ଟରେ ଦାଖଲ କରିଥିଲେ। ସେମାନେ ୨୦୧୭ ଏଏସଆଇ ପଲିସିକୁ ଏହି ଫଟୋଗ୍ରାଫର୍ମାନେ ବିରୋଧ କରିଥିଲେ ।
କେବଳ ଲାଇସେନ୍ସ ପ୍ରାପ୍ତ ଫଟୋଗ୍ରାଫର୍ ହିଁ ସୂର୍ଯ୍ୟ ମନ୍ଦିରରେ ଉଠାଇ ପାରିବେ ଫଟୋ । ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ହାଇକୋର୍ଟ କାଏମ୍ ରଖିଛନ୍ତି।
ଅଧିକ ପଢ଼ନ୍ତୁ: ତାମିଲନାଡୁ ଡ୍ରାଗନ୍ସର ବିଜୟଧାରା ଜାରି: ଦିଲ୍ଲୀ ଏସଜି ପାଇପର୍ସକୁ ହରାଇଲା
ପ୍ରତ୍ନତତ୍ତ୍ୱ ବିଭାଗରୁ ଲାଇସେନ୍ସ ପାଇଥିବା ଫଟୋଗ୍ରାଫର୍ଙ୍କୁ ଫଟୋ ଉଠାଇବାକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ବିନା ଲାଇସେନ୍ସରେ ଫଟୋ ଉଠାଉଥିବା ୧୫୪ ଜଣଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ୨୦୧୭ ମସିହା ନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଫଟୋଗ୍ରାଫର୍ଙ୍କୁ କେବଳ ଅନୁମତି ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ଏନସିପି(ଏସପି) ଅଧ୍ୟକ୍ଷ ପଦରୁ ହଟିବେ କି ଜୟନ୍ତ ପାଟିଲ!
Follow Us