Operation 'Sand Thunder': ଅପରେସନ୍ ‘ବାଲୁ ବଜ୍ର’: ୪୬ ହାଇଵା, ୩ ଏକ୍ସକାଭେଟର୍‌ ଜବତ, ଖୋଲିଲା ବାଲି ଚୋରି ସିଣ୍ଡିକେଟ୍‌ର ଗୁମର

ଲଘୁ ଖଣିଜ ଚୋରା କାରବାର ରୋକିବା ଲାଗି ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଅପରେସନ୍ ‘ବାଲୁ ବଜ୍ର’। ଲିଜ୍‌ ସୈରାତରୁ କିଭଳି ବାଲି ଲୁଟ୍‌ ହେଉଛି ଜଗତସିଂହପୁର ଜିଲ୍ଲା ମହାନଦୀ କିଲିପାଳ ଘାଟରେ ଗତକାଲି ରାତିରେ ହୋଇଥିବା ଚଢ଼ଉରୁ ସ୍ପଷ୍ଟ ହୋଇଛି।

dgadgddggdgd

ଜଗତସିଂହପୁର: ଲଘୁ ଖଣିଜ ଚୋରା କାରବାର ରୋକିବା ଲାଗି ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଅପରେସନ୍ ‘ବାଲୁ ବଜ୍ର’। ଲିଜ୍‌ ସୈରାତରୁ କିଭଳି ବାଲି ଲୁଟ୍‌ ହେଉଛି ଜଗତସିଂହପୁର ଜିଲ୍ଲା ମହାନଦୀ କିଲିପାଳ ଘାଟରେ ଗତକାଲି ରାତିରେ ହୋଇଥିବା ଚଢ଼ଉରୁ ସ୍ପଷ୍ଟ ହୋଇଛି। କଟକ-ପାରାଦୀପ ରାସ୍ତାର ତିର୍ତ୍ତୋଲ ଥାନା ବାଲିପାଟଣା ଅଞ୍ଚଳର ବାମପାର୍ଶ୍ବରେ ଥିବା ମହାନଦୀ କିଲିପାଳ ଘାଟରେ ପୁଲିସ ଓ ପ୍ରଶାସନ ପକ୍ଷରୁ ହୋଇଥିବା ଚଢ଼ଉ ରାଜ୍ୟର ସବୁଠାରୁ ବଡ଼ ଚଢ଼ଉ ବୋଲି କୁହାଯାଉଛି। ଏଠାରୁ ଏକାଥରକେ ୪୬ ହାଇଵା ଓ ବାଲି ଉତ୍ତୋଳନରେ ବ୍ୟବହୃତ ୩ଟି ଏକ୍ସକାଭେଟର୍‌ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ରାଜନେତା, ଠିକାଦାରଙ୍କର ଗାଡ଼ି ରହିଥିବା ଜଣାପଡ଼ିଛି। ଏହି ଚୋରା କାରବାରରେ ଏକ ବଡ଼ ସିଣ୍ଡିକେଟ୍‌ କାମ କରୁଥିବା କୁହାଯାଉଛି।
ଆଜି ଜିଲ୍ଲାପାଳ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଏସ୍‌ପି ଅଙ୍କିତ ବର୍ମା ଓ ଜିଲ୍ଲାପାଳ ଜେ. ସୋନାଲ ସୂଚନା ଦେଇ କହିଛନ୍ତି, ତିର୍ତ୍ତୋଲ ତହସିଲ ଅଧୀନ ମହାନଦୀର କିଲିପାଳ ଘାଟରେ ୧୩ ଏକର ବିଶିଷ୍ଟ ବାଲି ସୈରାତକୁ ୨୦୨୪ ଜୁଲାଇ ୨୪ରୁ ସରୋଜ କୁମାର ମହାନ୍ତି ଲିଜ୍‌ରେ ନେଇଛନ୍ତି। ଲିଜ୍ ଅଞ୍ଚଳଠାରୁ ପ୍ରାୟ ୨୦୦ରୁ ୩୦୦ ମିଟର ଦୂରରେ ଏକ୍ସକାଭେଟର୍‌ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ଜିପିଏସ୍ ସର୍ଭେରେ ଜଣାପଡ଼ିଛି।

ମହାନଦୀ କିଲିପାଳ ଘାଟରେ ଚାଲିଥିଲା ବାଲି ଲୁଟ୍‌
ଚଢ଼ଉରେ ସାମିଲ ଥିଲେ ଡିଆଇଜି, ଜିଲ୍ଲାପାଳ,ଏସ୍‌ପି 
୧୫.୨୮ କୋଟି ରାଜସ୍ବ ହରାଇଛନ୍ତି ସରକାର
ଲିଜ୍‌ଧାରୀ, ଗାଡ଼ି ମାଲିକଙ୍କୁ କରାଯିବ ନୋଟିସ୍, ୬ ଗିରଫ
ଖଣି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ

ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ

ଯାହା ଲିଜ୍‌ ସର୍ତ୍ତାବଳୀର ଖିଲାପ ଅଟେ। ଏଠାରୁ ବାର୍ଷିକ ୧୫ ହଜାର ୧୫୦ କ୍ୟୁବିକ୍ ମିଟର ବାଲି ଉତ୍ତୋଳନ ପାଇଁ ଅନୁମତି ରହିଛି। ବର୍ଷା ଦିନକୁ ବାଦ୍‌ ଦେଲେ ପ୍ରାୟ ୨୧୦ ଦିନ ବାଲି ଉତ୍ତୋଳନ କରିପାରିବେ। ସେହି ହିସାବରେ ଦୈନିକ ପ୍ରାୟ ୭୩ କ୍ୟୁବିକ୍‌ ମିଟର ବାଲି ଉତ୍ତୋଳନ ହୋଇପାରିବ। କିନ୍ତୁ ଏଠାରୁ ଦୈନିକ ଯଦି ୫୦ ହାଇଵାରେ ବାଲି ଚୋରାଚାଲାଣ କରାଯାଉଛି; ତା’ହେଲେ ଏହା ୭୫୦ କ୍ୟୁବିକ୍‌ ମିଟର ହେବ। ଯାହାକି ଅନୁମତିଠାରୁ ପ୍ରାୟ ୧୦ ଗୁଣା ଅଧିକ। ସେହିପରି ଲିଜ୍‌ଧାରୀ ୨୦୨୫-୨୬ ବର୍ଷ ପାଇଁ ୪୬ ଲକ୍ଷ ୨୦ ହଜାର ୭୦୦ ଟଙ୍କା ଦାଖଲ କରିଛନ୍ତି। ବାଲିର ମୂଲ୍ୟ ହାଇଵା ପିଛା ୧୫ ହଜାର ଟଙ୍କା ରହିଛି। ଦୈନିକ ୫୦ଟି ଗାଡ଼ିରେ ବାଲି ଚୋରାଚାଲାଣ ହେଲେ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ୨୧୦ ଦିନ ବାଲି ଉତ୍ତୋଳନ ହେଲେ ଏହାର ମୂଲ୍ୟ ୧୫.୭୫ କୋଟି ଟଙ୍କା ହେବ। ଫଳରେ ସରକାର ୧୫ କୋଟି ୨୮ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଅନ୍ୟ ସ୍ଥାନରେ ଉତ୍ତୋଳନ ଯୋଗୁଁ ପରିବେଶ ବିଗୁଡ଼ୁଥିବା ବେଳେ ନଦୀଗର୍ଭ ନଷ୍ଟ ହୋଇଯାଉଛି। ଅତ୍ୟଧିକ ଗର୍ତ୍ତ ସୃଷ୍ଟି ହେଉଛି। ନଦୀର ଜଳଧାରଣ କ୍ଷମତା କମୁଛି। ଆଖପାଖ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରଭାବିତ ହେବା ସହ ଭୂତଳ ଜଳସ୍ତର କମିକମି ଯାଉଛି। ଏଭଳି ବାଲି ଲୁଟ୍‌ ପାଇଁ ଲିଜ୍‌ଧାରୀ, ଗାଡ଼ି ମାଲିକଙ୍କୁ ଖୁବଶୀଘ୍ର ନୋଟିସ୍‌ କରାଯିବ। ଆବଶ୍ୟକ ପଡ଼ିଲେ ଲିଜ୍ ବାତିଲ ପାଇଁ ସୁପାରିସ କରାଯିବ। ଖଣି ଉପନିର୍ଦ୍ଦେଶକଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe