ଭୁବନେଶ୍ୱର: ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଗୁରୁବାର ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି।
ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦକୁ ବିମାନ ସେବା ବାତିଲ କରାଯାଇଛି। ନିର୍ଦ୍ଦେଶକ କହିଛନ୍ତି ଯେ, ଦେଶର ପଶ୍ଚିମ ଅଞ୍ଚଳକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଛି।
ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନକୁ ମଧ୍ୟ ବାତିଲ କରାଯାଇଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଗୁରୁବାର ବିମାନବନ୍ଦରରେ ଉଡ଼ାଣ ବାତିଲକୁ ନେଇ କିଛି ଯାତ୍ରୀ ସମସ୍ୟାରେ ପଡ଼ିଥିଲେ। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଅଧିକ ପଢ଼ନ୍ତୁ: ବିଶ୍ୱ ରେଡକ୍ରସ ଦିବସରେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
Biju Patnaik International Airport | OperationSindoor
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/08/fy4Xl966uVZ0ckkuSiWA.jpeg)