ଶୀଘ୍ର ହେବ ଓଟିଇଟି ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା‌ ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ...

OTET exam to be held soon: Minister of Schools and Mass Education

OTET exam to be held soon: Minister of Schools and Mass Education Photograph: (sambad.in)

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା‌ ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ  ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ।  ଏହାର ତଦନ୍ତ ଚାଲିଛି। ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରାଯିବ।

ଆଗାମୀ ଦିନରେ କେମିତି ସ୍ୱଛତା ସହ ପରୀକ୍ଷା ହେବ ସେନେଇ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି।  

ଅଧିକ ପଢ଼ନ୍ତୁ: ବନ୍ୟାଞ୍ଚଳ ବୁଲି ଦେଖିଲେ ପିସିସି ପ୍ରତିନିଧି ଦଳ

ସ୍ୱଚ୍ଛତା ସହ ପରୀକ୍ଷା ଦେଉଥିବା  ଶିକ୍ଷକଙ୍କ ପ୍ରତି ଅନ୍ୟାୟ ହୋଇଛି। ଦୋଷୀଙ୍କୁ ଦଣ୍ଡ ନିଶ୍ଚୟ ମିଳିବ। ଏନସିଟି  ଗାଇଡ଼ଲାଇନ ଅନୁସାରେ ପରୀକ୍ଷା ହେଉଛି। ୨୦୧୧ ପୂର୍ବରୁ ଯେଉଁମାନେ ଶିକ୍ଷକ ହୋଇଛନ୍ତି, ସେମାନଙ୍କ ପାଇଁ ଓଟିଇଟିର ଆବଶ୍ୟକ ନଥିବା ବିଜ୍ଞପ୍ତି ବାହାରିଥିଲା। ହେଲେ ଏନସିଟି ନିୟମ କଲା ପରୀକ୍ଷା କରିବାକୁ। ତେଣୁ ସ୍ପେସିଆଲ ଓଟିଇଟି କରାଯାଉଛି।  ଓଟିଇଟି ନଥିବାରୁ, ଶିକ୍ଷକମାନଙ୍କ ପଦୋନ୍ନତିରେ ଅସୁବିଧା ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖ ଦିନ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଆବଶ୍ୟକ ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ଦେବାକୁ ଓଟିଇଟି ପରୀକ୍ଷା ହୋଇଥାନ୍ତା। ହେଲେ ପରୀକ୍ଷା ପୂର୍ବରୁ ବୋର୍ଡ ଏହାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ରାତି ଅଧିଆ ପରୀକ୍ଷାକୁ ସ୍ଥଗିତ ରଖିଥିଲା, ଯାହାକୁ ନେଇ ପରୀକ୍ଷାର୍ଥୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିନା ସୂଚନାରେ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଘଟଣାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା। ପରୀକ୍ଷା ଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ଶତାଧିକ ପରୀକ୍ଷାର୍ଥୀ ନିଜନିଜ ପରୀକ୍ଷା କେନ୍ଦ୍ରକୁ ଆସୁଥିଲେ ହେଲେ ପରୀକ୍ଷା କେନ୍ଦ୍ର ଫାଟକରେ ତାଲା ଆଉ ଆଗରେ ଲାଗିଥିବା ନୋଟିସ ପରୀକ୍ଷାର୍ଥୀଙ୍କୁ ନିରାଶ କରିଥିଲା। ନୋଟିସରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ ହୋଇଥିବା ଉଲ୍ଲେଖ କରାଯାଇଥିବାବେଳେ, କାହିଁକି ଓ କେଉଁ କାରଣ ପାଇଁ ହଠାତ ପରୀକ୍ଷା ବାତିଲ ହେଲା ସେନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ରାତି ଅଧିଆ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।  ଏହାରି ମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ୬ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ବେହାଲ ହେଲା ସେୟାର ମାର୍କେଟ, ୩ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

Nityananda Gond | Special OTET-2025 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe