Rath Yatra: ଅଦିନିଆ ରଥଯାତ୍ରା ସବୁଠୁ ବଡ଼ ଆହ୍ବାନ: ଗଜପତି

Advertisment

କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଯଦି ଆମେ ଏହାକୁ ମାନିଲେ ନାହିଁ, ତା ହେଲେ ଆମେ କି ଜଗନ୍ନାଥ ଭକ୍ତ? ଏଭଳି ବ୍ୟତିକ୍ରମକୁ ଯଦି ଆମେ ପ୍ରତିବାଦ କରୁନାହୁଁ....

କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଯଦି ଆମେ ଏହାକୁ ମାନିଲେ ନାହିଁ, ତା ହେଲେ ଆମେ କି ଜଗନ୍ନାଥ ଭକ୍ତ? ଏଭଳି ବ୍ୟତିକ୍ରମକୁ ଯଦି ଆମେ ପ୍ରତିବାଦ କରୁନାହୁଁ....

fffdffvcvc

ପୁରୀ: କେଉଁ ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ଯାତ୍ରା ହେବ, ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକଥା ମହର୍ଷିଙ୍କ ମାଧ୍ୟମରେ କହିଛନ୍ତି। ଯଦି ଆମେ ଏହାକୁ ମାନିଲେ ନାହିଁ, ତା ହେଲେ ଆମେ କି ଜଗନ୍ନାଥ ଭକ୍ତ? ଏଭଳି ବ୍ୟତିକ୍ରମକୁ ଯଦି ଆମେ ପ୍ରତିବାଦ କରୁନାହୁଁ, ତେବେ ଆମେ କି ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛେ ବୋଲି ‘ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ଗଜପତି ମହାରାଜ କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ସାଂପ୍ରତିକ ସମୟର ସବୁଠୁ ବଡ଼ ଆହ୍ବାନ ହେଉଛି ‘ବିଦେଶରେ ଅଦିନିଆ ରଥଯାତ୍ରା’। ଏହା ଏକ ନମ୍ବର ଅପପ୍ରଚାର। ଯଦି ଏହାକୁ ସମାଧାନ ନକରି ଚୁପ୍‌ ରହିବା, ଶ୍ରୀଜଗନ୍ନାଥ ପରମ୍ପରାର ବଡ଼ ବ୍ୟତିକ୍ରମ ଘଟିବ। ଲୋକେ ଭାରତ ବାହାରେ ମନଇଚ୍ଛା ଅଦିନିଆ ରଥଯାତ୍ରା କରିଚାଲିବେ। ସମଗ୍ର ଜଗତରେ ଯଦି ବିଶ୍ବ ନିୟନ୍ତାଙ୍କର ଯାତ୍ରା ହେଉଛି ତେବେ ବିଧି, ପରମ୍ପରା, ଶାସ୍ତ୍ର ଆଧାରରେ ହେଉ। ଏହା ଉପରେ ଶ୍ରୀଜଗନ୍ନାଥ ପ୍ରଚାର ପ୍ରତିଷ୍ଠାନ ଗୁରୁତ୍ବ ଦିଅନ୍ତୁ। ଇସ୍କନର ସବୁ ଯୁକ୍ତିକୁ ଆମ ବିଦ୍ବାନମାନେ ଖଣ୍ଡନ କଲେ। ଶାସ୍ତ୍ର ଅନୁମୋଦିତ ୯୭ ପୃଷ୍ଠାର ମତ ଦେବା ପରେ ମଧ୍ୟ ସବୁ ନିଷ୍ଫଳ ହେଲା। ଏବେ ଧର୍ମଗୁରୁ, ଆଚାର୍ଯ୍ୟ ଏବଂ ଭକ୍ତମାନଙ୍କୁ ଏ ଦିଗରେ କିଛି କରିବାକୁ ପଡ଼ିବ। ଭାରତ ବାହାରେ ହେଉଥିବା ଅଦିନିଆ ରଥଯାତ୍ରାରେ ଆମ ଓଡ଼ିଆମାନେ ସାମିଲ ହେଉଛନ୍ତି, ଦାନ ଦେଉଛନ୍ତି। ସେମାନେ ଭାବୁଛନ୍ତି ଏହା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେଉଛି। ମାତ୍ର ସେମାନେ ଯେ ଶାସ୍ତ୍ର ବିରୋଧୀ କାର୍ଯ୍ୟ କରୁଛନ୍ତି, ଏକଥା ବୁଝାଇବାକୁ ପଡ଼ିବ। 

fshhfxvbbbv

‘ବ୍ୟତିକ୍ରମକୁ ସହ୍ୟ କର ନାହିଁ’ 
ବିଦେଶରେ ଅଦିନିଆ ରଥଯାତ୍ରାରେ ଓଡ଼ିଆମାନେ ସାମିଲ ହେଉଛନ୍ତି
ବ୍ରଜକିଶୋର ସ୍ବାଇଁଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ସ୍ବାମୀ ମାଧବାନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ତତ୍ତ୍ବ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜ, କେନ୍ଦ୍ରୀୟ ସଭାପତି ସଚ୍ଚିଦାନନ୍ଦ ଦାସ ବାବାଜୀ ଓ ମହାସଚିବ ଡ.ନରେଶ ଚନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଫେସର ବ୍ରଜକିଶୋର ସ୍ବାଇଁଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ଡ.ଉମେଶ ଚନ୍ଦ୍ର ଚିହ୍ନରାଙ୍କୁ ଗବେଷକ ସମ୍ମାନ, ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ରଙ୍କୁ ପ୍ରଚାରକ ସମ୍ମାନ, କଳାହାଣ୍ଡି କଲମପୁରର ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଆନ୍ଧ୍ର ବିଶାଖାପାଟଣାର ଶ୍ରୀଜଗନ୍ନାଥ ମନ୍ଦିରକୁ ସଂଗଠନ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା-୧୫’କୁ ଅତିଥିମାନେ ଲୋକାର୍ପଣ କରିଥିଲେ। ମହାପ୍ରଭୁଙ୍କର ୫ ଜଣ ସେବକ ଓ ପରିବାର ସଦସ୍ୟଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଡ. ଅସିତ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୁଦର୍ଶନ ନାୟକ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡ. ଶ୍ରୀନିବାସ ଆଚାର୍ଯ୍ୟ ଶାନ୍ତି ପାଠ କରିଥିଲେ। ସନ୍ତୋଷ କୁମାର ପାତ୍ର ଅତିଥି ପରିଚୟ, ଶ୍ରୀହର୍ଷ ମହାପାତ୍ର ପ୍ରାରମ୍ଭିକ ପର୍ବ ସଂଯୋଜନା କରିଥିଲେ। ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ହରେକୃଷ୍ଣ ପ୍ରତିହାରୀ, ସୂର୍ଯ୍ୟନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe