ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ସରକାରୀ ଘୋଷଣା ଅନୁସାରେ, ଇ-କେୱାଇସି କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ। ତେବେ ଆଗକୁ ରାଜ୍ୟ ସରକାର ଏହି ଅବଧିକୁ ବଢ଼ାଇବେ ନା ଆସନ୍ତାକାଲି ହିଁ ଶେଷ ହୋଇଯିବ, ସେ ସଂପର୍କରେ ଏ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ଇ-କେୱାଇସି କରି ନଥିବା ହିତାଧିକାରୀ ପୂର୍ବଭଳି ରାସନ ସାମଗ୍ରୀ ପାଇବା ଜାରି ରହିବ ବୋଲି ଜଣାପଡ଼ିଛି। ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହା ଭିତରେ ୩ କୋଟି ୧୨ ଲକ୍ଷ ଲୋକ ନିଜ ଇ-କେୱାଇସି କରିସାରିଛନ୍ତି। ଆହୁରି ୧୩ ଲକ୍ଷ ୪୨ ହଜାର ୪୫୩ ଜଣଙ୍କ ଏହି ପ୍ରକ୍ରିୟା ବାକି ରହିଛି। ରାଜ୍ୟ ବାହାରେ ରହୁଥିବା ୧ଲକ୍ଷ ୪୫ହଜାର ୪୪୬ ଜଣଙ୍କ ଇ-କେୱାଇସି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ, କଳାହାଣ୍ଡି ୭୧ ହଜାର, ବଲାଙ୍ଗୀର ୬୮ ହଜାର, ବାଲେଶ୍ବର ୬୪ ହଜାର, ମୟୂରଭଞ୍ଜ ୬୧ ହଜାର, ପୁରୀ ୬୨ ହଜାର, ଯାଜପୁରରେ ୬୦ ହଜାର ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୬୪୫୩ ଜଣଙ୍କ ଇ-କେୱାଇସି ହୋଇନାହିଁ।
E-KYC ହିତାଧିକାରୀଙ୍କ ପାଇଁ ଖୁସି ଖବର: ଡିସେମ୍ବର ୩୧ ସୁଦ୍ଧା କରାଇପାରିବେ ଇ-କେୱାଇସି
ତେବେ ଇ-କେୱାଇସିକୁ ନେଇ ରାଜ୍ୟ ସରକାର ଲଗାତାର ଭାବେ ଅବଧି ବୃଦ୍ଧି କରି ଚାଲିଛନ୍ତି। ତେଣୁ ଏଥର ମଧ୍ୟ ଏହି ଅବଧି ଆଉ କିଛି ଦିନ ବଢ଼ିବ ବୋଲି ଆଶା କରାଯାଉଛି। ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇ-କେୱାଇସି ଏକ ଗତିଶୀଳ ପ୍ରକ୍ରିୟା। ଆସନ୍ତାକାଲି ଅବଧି ଶେଷ ହେବ ନା ବଢ଼ିବ, ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେବେ। କୋଭିଡ୍ ସମୟରେ ରାସନ କାର୍ଡ ହିତାଧିକାରୀଙ୍କୁ ନେଇ ସୁପ୍ରିମକୋର୍ଟରେ ମାମଲା ହେବା ପରେ ସର୍ବୋଚ୍ଚ କୋର୍ଟ ନିୟମିତ ବ୍ୟବଧାନରେ ଏହା ଉପରେ ସୂଚନା ନେଉଛନ୍ତି। ତେଣୁ ଇ-କେୱାଇସି ପ୍ରକ୍ରିୟା ଜାରି ରଖାଯାଇଛି। ତେବେ ଯେଉଁମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି ସେମାନେ ଯେପରି ରାସନ ସାମଗ୍ରୀରୁ ବଞ୍ଚିତ ନ ହେବେ ତାହା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି।
Chakrasana yoga: ସୁସ୍ଥତା ପାଇଁ କରନ୍ତୁ ଚକ୍ରାସନ
ଅପରପକ୍ଷରେ ନୂଆବର୍ଷଠାରୁ ରାଜ୍ୟ ସରକାର ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନିକଟକୁ ୧୫.୩୩ ଲକ୍ଷ ଆବେଦନ ଆସିଥିଲା, ଏହାଭିତରେ ୬.୩୯ଲକ୍ଷ କାର୍ଡ ବଣ୍ଟାଯାଇଛି। ଏହା ଭିତରେ ରାଜ୍ୟ ସରକାର ବେଆଇନ ଭାବେ ରାସନ କାର୍ଡ ହାତେଇଥିବା ସରକାରୀ କର୍ମଚାରୀ, ମୃତକ ଓ କରଦାତାଙ୍କୁ ମିଶାଇ ୮ ଲକ୍ଷରୁ ଅଧିକ ଅଯୋଗ୍ୟ ଲୋକଙ୍କ କାର୍ଡକୁ କାଟି ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଆହୁରି ୧୫ ଲକ୍ଷ କାର୍ଡକୁ ଅନୁମୋଦନ ଦେଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ।
Follow Us