Paddy purchase: ଆଜିଠାରୁ ସ୍ବାଭାବିକ ହେବ ଧାନ କିଣା: ସରକାରଙ୍କୁ ୧୫ଦିନ ସର୍ତ୍ତମୂଳକ ମହଲତ ଦେଲା ମିଲର୍ସ ସଂଘ

Advertisment

ଆସନ୍ତାକାଲିଠାରୁ ରାଜ୍ୟରେ ମଣ୍ଡି ସ୍ବାଭାବିକ ହେବ। ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି।

ଆସନ୍ତାକାଲିଠାରୁ ରାଜ୍ୟରେ ମଣ୍ଡି ସ୍ବାଭାବିକ ହେବ। ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି।

Paddy

Farmers cutting paddy in Nabarangpur district. Photograph: (sambad.in)

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ମଣ୍ଡି ସ୍ବାଭାବିକ ହେବ। ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି। ତେବେ ଆସନ୍ତା ୧୫ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନ କଲେ ମିଲର୍ସମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି। ମିଲର୍ସମାନଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ୩ଦିନ ହେବ ଧାନକିଣା ବନ୍ଦ ହୋଇଯାଇଛି। ଚାଷୀମାନେ ମଣ୍ଡିରେ ଧାନକୁ ଜଗି ଶୀତ କାକରରେ ପଡ଼ି ରହିଛନ୍ତି। ଅନେକ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଗଲାଣି। ଗତକାଲି ରାଜ୍ୟ ସରକାର ଓ ମିଲର୍ସଙ୍କ ଭିତରେ ହୋଇଥିବା ବୈଠକ ବିଫଳ ହେବା ପରେ ସମସ୍ୟା ଆହୁରି ବଢ଼ି ଯାଇଥିଲା। ତେବେ ଏହି ଅଚଳାବସ୍ଥାର ସମାଧାନ ହୋଇଛି। ରାଜ୍ୟରେ ଏବେ ଧାନ ଉଠାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ ମିଲର୍ସଙ୍କ ରହିଥିବା ଦାବିକୁ ସରକାର ମାନି ନେଇଛନ୍ତି। ତେଣୁ ଧାନ ଉଠାଇବା ଲାଗି ସେମାନେ ରାଜି ହୋଇଛନ୍ତି। ପୁଣିଥରେ ଧାନ ଉଠାଣ ଆରମ୍ଭ ହୋଇସାରିଛି। 

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ଅପରପକ୍ଷରେ ଆଜି ଅଲ୍‌ ଓଡ଼ିଶା ରାଇସ୍‌  ମିଲର୍ସ ଆସୋସିଏସନ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂଘର  ସାଧାରଣ ସଂପାଦକ ଲକ୍ଷ୍ମୀନାରାୟଣ ଦୀପକ ରଂଜନ ଦାସ କହିଲେ, ଦାବି ପୂରଣ ପାଇଁ ମିଲର୍ସମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସଂଘର ରହିଥିବା ପ୍ରମୁଖ ୪ଟି ଦାବି ଭିତରୁ କଷ୍ଟୋଡିଆନ୍‌ ରକ୍ଷଣାବେକ୍ଷଣା ଦରକୁ ସରକାର ୩ମାସ ପାଇଁ ମାନି ନେଇଛନ୍ତି। ପରିବହନ ବାବଦ ଖର୍ଚ୍ଚ ସଂପର୍କରେ ସରକାର ୧୫ଦିନ ସମୟ ମାଗିଛନ୍ତି। ଏହାସହ ଡ୍ରାଏଜ ପାଇଁ ଆଇଆଇଟିର ଏକ ଟିମ୍‌ ତର୍ଜମା କରୁଥିବା ସରକାର କହିଛନ୍ତି। ଏହି ଟିମ୍ ୧ମାସ ଭିତରେ ରିପୋର୍ଟ ଦେବ। ମିଲିଂ ଦର ପାଇଁ ମଧ୍ୟ ସରକାର ୧ମାସ ସମୟ ନେଇଛନ୍ତି। ତେଣୁ ସରକାର ଗୋଟିଏ ଦାବିକୁ ମାନିବା ପରେ ଏହାକୁ ସମ୍ମାନ ଜଣାଇ ଆଜି ୩୦ ଜିଲ୍ଲାରେ ଥିବା ମିଲର୍ସମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲିଠାରୁ ମଣ୍ଡି ସ୍ବାଭାବିକ ହେବ। ରାଜ୍ୟବ୍ୟାପୀ ମିଲର୍ସମାନେ ଧାନ ଉଠାଇବେ। ୧୫ଦିନ ଭିତରେ ସରକାର ଅନ୍ୟ ଦାବି ଉପରେ ପଦକ୍ଷେପ ନ ନେଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ୩୧ମାର୍ଚ୍ଚ ପର୍ଯ୍ୟନ୍ତ ଧାନ କିଣା ନେଇ ସରକାର ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ଏଥିରେ ମିଲର୍ସମାନେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe