ମୁକୁନ୍ଦୁପୁର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍

ରାୟଗଡ଼ା କୋଲନରା ବ୍ଲକ ମୁକୁନ୍ଦୁପୁର ଘାଟିରେ ଗୁରୁବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଘାଟିର ବୁଲାଣିରେ ଟର୍ଣ୍ଣିଂ ବେଳେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା...

Passenger bus overturns at Mukundupur pass

Passenger bus overturns at Mukundupur pass Photograph: (sambad.in)

ରାୟଗଡ଼ା: ରାୟଗଡ଼ା କୋଲନରା ବ୍ଲକ ମୁକୁନ୍ଦୁପୁର ଘାଟିରେ ଗୁରୁବାର ଭୋର୍ ସମୟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଘାଟିର ବୁଲାଣିରେ ଟର୍ଣ୍ଣିଂ ବେଳେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ବ୍ରହ୍ମପୁର ହିଞ୍ଜିଳିକାଟୁରୁ ରାୟଗଡ଼ା ଟିକିରି ଅଭିମୁଖେ ଆସୁଥିବା ଓଡି-୨୧-ଏ-୩୭୭୭ ନମ୍ବର ବିଶିଷ୍ଟ ତୋଫାନ ନାମକ ବସ୍ ଓଲଟି ପଡ଼ିଛି। ବସ୍‌ର ଡ୍ରାଇଭର ଠିକ୍ ଭାବେ ଗାଡ଼ି ଚଳାଉ ନଥିବା ଯାତ୍ରୀ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏଟିଏମ୍‌ରୁ ଟଙ୍କା ମିଳୁନି

ବସ୍ ଓଲଟିବାରୁ ୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଅନ୍ୟ ଆହତମାନଙ୍କା ଚିକିତ୍ସା ମଧ୍ୟ ଜାରି ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ: ବ୍ୟାଙ୍କିଙ୍ଗ ସେବା ଲୋକଙ୍କ ପକେଟ ଲୁଟୁଛି: ଆପ୍ ସାଂସଦ

Rayagada | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe