Advertisment

Capital Hospital: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ: ଡାକ୍ତରଙ୍କ ହାତ ଭାଙ୍ଗିଦେଲେ, ଡ୍ରେସର୍‌ଙ୍କ ଥୋମଣା ଫଟେଇଦେଲେ

Advertisment

ହାତ ଭାଙ୍ଗିଯାଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନା ଆସିଥିଲେ। ମାତ୍ର ଓପିଡି ସମୟ ସରିଯାଇଥିବାରୁ ଡାକ୍ତର ଚିକିତ୍ସା ନ କରି ରୋଗୀଙ୍କୁ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ।

ହାତ ଭାଙ୍ଗିଯାଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନା ଆସିଥିଲେ। ମାତ୍ର ଓପିଡି ସମୟ ସରିଯାଇଥିବାରୁ ଡାକ୍ତର ଚିକିତ୍ସା ନ କରି ରୋଗୀଙ୍କୁ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ।

fhsfhfhxvvbvb

ଭୁବନେଶ୍ବର: ହାତ ଭାଙ୍ଗିଯାଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନା ଆସିଥିଲେ। ମାତ୍ର ଓପିଡି ସମୟ ସରିଯାଇଥିବାରୁ ଡାକ୍ତର ଚିକିତ୍ସା ନ କରି ରୋଗୀଙ୍କୁ ଆଶୁ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ହାତ ଭାଙ୍ଗିଥିବାରୁ ରୋଗୀଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତେଣୁ ସମ୍ପର୍କୀୟମାନେ ବହୁ କାକୁତିମିନତି କରି ଡାକ୍ତରଙ୍କୁ ଚିକିତ୍ସା କରିବାକୁ କହିଥିଲେ। କିନ୍ତୁ ଡାକ୍ତର ଶୁଣିଲେ ନାହିଁ। ଏତିକିରେ ରୋଗୀ ସମ୍ପର୍କୀୟଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ହେଲ୍‌ମେଟ୍‌ରେ ପିଟି ଡାକ୍ତରଙ୍କ ହାତ ଭାଙ୍ଗିଦେଲେ। ଏତିିକିବେଳେ ଡାକ୍ତରଙ୍କୁ ରକ୍ଷା କରିବାକୁ ଡ୍ରେସର୍‌ ଧାଇଁ ଆସିଥିଲେ। ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ତାଙ୍କୁ ମଧ୍ୟ ହେଲ୍‌ମେଟ୍‌ରେ ଆକ୍ରମଣ କରିବା ଫଳରେ ଡ୍ରେସର୍‌ଙ୍କ ଥୋମଣା ଫାଟିଯାଇଥିଲା। ଆଜି ଅପରାହ୍ଣରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତ ରୋଗୀଙ୍କ ସମ୍ପର୍କୀୟ ନିମାପଡ଼ା ଅଞ୍ଚଳର ବିନ୍ଦୁସାଗର ରାଉତକୁ ଗିରଫ କରିଛି। ଘଟଣାଟି ଆଜି ରାଜଧାନୀରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। 

Horoscope 2026 January 17: ଜାଣନ୍ତୁ ଆଜିର ରାଶିଫଳ

ଘଟଣାଟି ଥିଲା ଏମିତି। ଆଜି ଅପରାହ୍ଣରେ ନିମାପଡ଼ାର ଜଣେ ବ୍ୟକ୍ତି କ୍ୟାପିଟାଲ୍‌ ହସ୍ପିଟାଲ-ପିଜିଆଇଏମ୍‌ଇଆର୍‌ର ଅର୍ଥୋପେଡିକ୍‌ ବିଭାଗକୁ ଆସିଥିଲେ। ତାଙ୍କ ହାତ ଭାଙ୍ଗି ଯାଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସେତେବେଳକୁ ଓପିଡି ସମୟ ସରିଯାଇଥିବାରୁ ଡାକ୍ତରମାନେ ଡ୍ୟୁଟି ସାରି ଫେରୁଥିଲେ। ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଜନ୍ମେଜୟ ମିଶ୍ରଙ୍କୁ ଚିକିତ୍ସା କରିବାକୁ କହିଥିଲେ। ମାତ୍ର ଓପିଡି ବନ୍ଦ ହୋଇଯାଇଥିବାରୁ ଡାକ୍ତର ମିଶ୍ର ରୋଗୀଙ୍କୁ କାଜୁଆଲିଟିରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ରୋଗୀଜଣକ ଭୀଷଣ ପୀଡ଼ାରେ କଲବଲ ହେଉଥିବାରୁ ସମ୍ପର୍କୀୟମାନେ ଚିକିତ୍ସା କରିବା ପାଇଁ ବାଧ୍ୟ କରିଥିଲେ। ଡା. ମିଶ୍ର ମନା କରିବାରୁ ରୋଗୀ ସମ୍ପର୍କୀୟ ବିନ୍ଦୁସାଗର ଧୈର୍ଯ୍ୟହରା ଓ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ହାତରେ ଧରିଥିବା ହେଲ୍‌ମେଟ୍‌ରେ ଆକ୍ରମଣ କରି ଡାକ୍ତରଙ୍କ ହାତ ଭାଙ୍ଗିଦେଇଥିଲେ। ଏତିକିବେଳେ ସେଠାରେ ଉପସ୍ଥିତ ଥିବା ଡ୍ରେସର୍‌ ରତିକାନ୍ତ ବଳ ଡାକ୍ତରଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିବାବେଳେ ତାଙ୍କୁ ମଧ୍ୟ ଅଭିଯୁକ୍ତ ହେଲମେଟ୍‌ରେ ଆକ୍ରମଣ କରି ଲହୁଲୁହାଣ କରିଥିଲା। ବିନ୍ଦୁସାଗରର ଉନ୍ମତ୍ତକାଣ୍ଡ ଦେଖି ସୁରକ୍ଷାକର୍ମୀମାନେ ଧାଇଁଆସି ତାକୁ କାବୁ କରି କ୍ୟାପିଟାଲ ଥାନା ପୁଲିସ ଜିମା ଦେଇଥିଲେ। ଏହି ଗଣ୍ଡଗୋଳ ଭିତରେ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମେତ ଅନ୍ୟ ଜଣେ ଆକ୍ରମଣକାରୀ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।

Business : ବଢ଼ୁଛି ବାଣିଜ୍ୟିକ ନିଅଣ୍ଟ: ଡିସେମ୍ବରରେ ଆମଦାନି ୮.୮% ବୃଦ୍ଧି, ରପ୍ତାନିରେ ମାତ୍ର ୧.୮୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe