ରାଉରକେଲା: ଯୋଗାଣ ଗୋଦାମରୁ ଲୋଡିଂ ପିଡିଏସ୍ ଚାଉଳ ସିଧାସଳଖ କଣ୍ଟ୍ରୋଲ ଦୋକାନରେ ଅନ୍ଲୋଡିଂ ପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଗଳିକନ୍ଦିରେ ରାସ୍ତାରେ ଛୋଟ ଗାଡ଼ିରେ ସମାନ ଦିନରେ ପହଞ୍ଚିବା କଥା। ହେଲେ ରାଉରକେଲାରେ ଏହା ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ପରିବହନ ଠିକାସଂସ୍ଥା ଆର୍ଆର୍ସି ଗୋଦାମରୁ ଲୋଡିଂ ପିଡିଏସ୍ ଚାଉଳ କଣ୍ଟ୍ରୋଲ ଦୋକାନରେ ଦେବା ପରିବର୍ତ୍ତେ ନିଜ ଗୋଦାମରେ ଗଚ୍ଛିତ ରଖୁଛନ୍ତି। ଦିନେ ଦୁଇ ଦିନ ପରେ କଣ୍ଟ୍ରୋଲ ଦୋକାନରେ ପହଞ୍ଚୁଛି।
ଆହୁରି ପଢ଼ନ୍ତୁ:PDS Rice: ଗୋଦାମରେ ପଶୁଛି ପୋକରା ପିଡିଏସ୍ ଚାଉଳ: ସନ୍ଦେହ ଘେରରେ ପିଆଇ ଓ ପରିବହନ ଠିକସଂସ୍ଥା
ପୂର୍ବରୁ ଅନେକଥର ଏମିତି ହୋଇଛି। ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ଏହା ସତ୍ବେ ମଧ୍ୟ ପରିବହନ ଠିକାସଂସ୍ଥା ସରକାର ନିୟମବିରୋଧୀ କାମ କରିଚାଲୁଥିବା ଅଭିଯୋଗ ହେଉଛି। ତାଙ୍କୁ ତଦାରଖ ଦାୟିତ୍ବରେ ପିଆଇ କିମ୍ବା ଯୋଗାଣ ବିଭାଗର ଅଧିକାରୀଙ୍କୁ ରୋକଯାଉ ନାହିଁ। ଆଜି ପୁଣି ସମାନଘଟଣାର ପୁନରାବୃତ୍ତି ହୋଇଛି।
ଘରୋଇ ଗୋଦାମରେ ପିଡିଏସ୍ ଚାଉଳ
ଗତକାଲି ଏଫ୍ସିଆଇ ଆର୍ଆର୍ସି ଗୋଦାମରୁ ଓଡି୧୪ଡବ୍ଲ୍ୟୁ ୫୯୧୦ ଓ ଓଡି ୧୪ୟୁ ୬୪୨୯ ଦୁଇଟି ଟ୍ରକ୍ରେ ପିଡିଏସ୍ ଚାଉଳ ଲୋଡିଂ ହୋଇ ସେକ୍ଟର ଓ ପ୍ଲାଣ୍ଟସାଇଟ୍ କିଛି ଅଞ୍ଚଳ କିଛି କଣ୍ଟ୍ରୋଲ ଦୋକାନକୁ ଯିବାର ଥିଲା। ପରିବହନ ଠିକାସଂସ୍ଥା କଣ୍ଟ୍ରୋଲ ଦୋକାନରେ ଚାଉଳ ନ ପହଞ୍ଚାଇ ପାୱାରହାଉସ୍ରୋଡସ୍ଥ ନିଜସ୍ବ ଗୋଦାମରେ ଅନ୍ଲୋଡିଂ କରୁଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଲୋକ ପିଡିଏସ୍ ଚାଉଳ ଘରୋଇ ଗୋଦାମରେ ରହୁଥିବା ଦେଖି ଯୋଗାଣ ଅଧିକାରୀ ଓ ପାନପୋଷ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ।Rourkela PDS rice irregularities, Odisha ration scam, Rourkela supply department, PDS rice transport violation, private warehouse storage, RRRC transport contractor, Odisha food supply inquiry, Panposh Sub-Collector report, Jyotsnarani Karna inspection, Rourkela ration distribution issue, Odisha government norms violation, PDS rice delayed delivery, food supply blacklisted contractor, Rourkela control shop rice diversion, PDS malpractice Odisha
ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଯୋଗାଣ ଅଧିକାରୀଙ୍କୁ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ କର୍ଣ୍ଣ ଓ ତାଙ୍କ ଟିମ୍ ପାର୍କିଂ ପହଞ୍ଚି କରି ଯାଞ୍ଚ କରିବା ପରେ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପୂର୍ବରୁ ଏମିତି ବେଆଇନ କାର୍ଯ୍ୟ ପାଇଁ ଏକ ପରିବହନ ଠିକାସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଥିଲା। କଳା ତାଲିକାଭୁକ୍ତ ହେବାପରେ ଠିକାସଂସ୍ଥାର ମାଲିକ ତାଙ୍କର କର୍ମଚାରୀଙ୍କ ନାଁରେ ଯୋଗାଣ ପରିବହନ କାମ ହାତେଇ ପୁଣି ଏମିତି କାମ କରୁ ଅଭିଯୋଗ ହୋଇଛି।
ଆଶ୍ଚର୍ଯ୍ୟ କଥା, ପାୱାରହାଉସ୍ ରୋଡରେ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ନିକଟରେ ଗୋଦାମ ପ୍ରତିମାସ ପିଡିଏସ୍ ଚାଉଳ ଗଚ୍ଛିତ ରଖାଯାଉଛି। ସେଠାରୁ ଦିନେ ଦୁଇ ଦିନ ପରେ କଣ୍ଟ୍ରୋଲ ଦୋକାନକୁ ଯାଉଛି। ପିଆଇ ଓ ଅନ୍ୟ ଅଧିକାରୀମାନେ ଜାଣୁ ନଥିଲେ ହେଁ, ସମ୍ପୃ୍କ୍ତ ସଂସ୍ଥାକୁ ଦାଗିଦ୍ କରିବା ପରିବର୍ତ୍ତେ ଚୁପ୍ ରହୁଛନ୍ତି।
ପୂର୍ବରୁ ରାଉରକେଲା ପିଡିଏସ୍ ଚାଉଳ ଡେଲିମାର୍କେଟ ଯିବା ପରିବର୍ତ୍ତେ ଝିରପାଣିରେ ପହଞ୍ଚିଥିଲା। ରାଉରକେଲାରୁ ପିଡିଏସ୍ ଚାଉଳ ମହାନଗର ନିଗମ ଅଞ୍ଚଳରେ ବଣ୍ଟାଯିବା ପରିବର୍ତ୍ତେ ନୂଆଗାଁରେ ବ୍ଲକ୍ରେ ପହଞ୍ଚିବା ପରେ ଯୋଗାଣ ବିଭାଗ ଜବତ କରିଥିଲା।
ଆହୁରି ପଢ଼ନ୍ତୁ:Doctor Performs Surgery Watching Videos: ୟୁଟ୍ୟୁବ ଦେଖି ରୋଗୀଙ୍କ ଆସ୍ତ୍ରୋପଚାର କରୁଥିଲେ ମାମୁଁ-ଭଣଜା
ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀମତୀ କର୍ଣ୍ଣ କହିଛନ୍ତି, ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିଛୁ। କଣ୍ଟ୍ରୋଲ ଦୋକାନୀଗୁଡ଼ିକୁ ଟ୍ରକ ଯିବାକୁ ରାସ୍ତା ନଥିବାରୁ ଠିକାସଂସ୍ଥା ଗୋଦାମରେ ପିଡିଏସ୍ ଚାଉଳ ରଖିବା ପରେ ଛୋଟ ଗାଡ଼ିରେ ସେଠାକୁ ପଠାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/11/1pds-rice-in-transport-infrastructure-warehouses-2025-12-11-15-34-45.jpg)