କେନ୍ଦୁଝର: କେନ୍ଦୁଝର ଫୁଲବଡ଼ିରେ ବ୍ୟବହାର ହେଉଥିବା ମୁଖ୍ୟ ସାମଗ୍ରୀ ପେଯୁଆ ବିରିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଉପରେ ଗବେଷଣା କରୁଥିବା ଜୁଡ଼ିଆସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍ଆର୍ଟିଟିଏସ୍) ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଓୟୁଏଟିରେ ଦାଖଲ କରିଛି। ଓୟୁଏଟି ପକ୍ଷରୁ ଜିଆଇ ଟ୍ୟାଗ୍ ମାନ୍ୟତା ହାସଲ ପାଇଁ ଉଦ୍ୟମ କରାଯିବ ବୋଲି ଜଣାପଡ଼ିଛି।
Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି
କେନ୍ଦୁଝର ଜିଲ୍ଲାର ଫୁଲବଡ଼ି ସାରା ରାଜ୍ୟରେ ବେଶ୍ ପରିଚିତ। ଏଥିପାଇଁ ଆବଶ୍ୟକ ହେଉଥିବା ପେଯୁଆ ବିରି କେନ୍ଦୁଝର ବ୍ୟତୀତ ପ୍ରାୟ ଅନ୍ୟ କେଉଁଠି ଚାଷ ହୁଏନାହିଁ। ଏହା ଫୁଲବଡ଼ିର ସ୍ବାଦକୁ ବହୁଗୁଣିତ ହୋଇଥାଏ। ଏହାର ସଂରକ୍ଷଣ ଅତ୍ୟନ୍ତ ଜରୁରି ହୋଇଛି। ଦୁଇବର୍ଷ ତଳେ କେନ୍ଦୁଝର କୃଷି ଫାର୍ମକୁ ତତ୍କାଳୀନ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗସ୍ତ କରି ପେଯୁଆ ବିରି ଉପରେ ଅଧିକ ଗବେଷଣା କରିବା ପାଇଁ ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ଏ ଦିଗରେ ଗବେଷଣା ଆରମ୍ଭ ହୋଇଛି। ବିଶେଷତଃ ଜୁଆଙ୍ଗ ଜନଜାତି ବାସ କରୁଥିବା ଅଞ୍ଚଳରେ ଏହି ଚାଷ କରାଯାଉଛି। ସାଧାରଣ ବିରି ଅପେକ୍ଷା ଏଥିରେ ଅଧିକ ଫେଣ ହୋଇଥାଏ, ଯାହା ଫୁଲବଡ଼ିକୁ ନରମ ଓ ସୁସ୍ବାଦୁ କରିଥାଏ। ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳର ଜଳବାୟୁ ଏହି ଚାଷ ପାଇଁ ବେଶ୍ ଉପଯୋଗୀ ବୋଲି ଗବେଷକମାନେ କହିଛନ୍ତି। କିଛିବର୍ଷ ହେବ ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ପେଯୁଆ ବିରି ଚାଷ ହ୍ରାସ ପାଇଛି। ପ୍ରତିବର୍ଷ ବାଂଶପାଳ ବ୍ଲକ୍ରେ ୮୦ରୁ ୧୨୦ଏକର ଜମିରେ ଏହି ଚାଷ ହେଉଛି।
Indrabati: ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ
ତିନିରୁ ୪ମାସ ମଧ୍ୟରେ ଏହା ଅମଳ ହୋଇଥାଏ। ଅନ୍ୟ ସଙ୍କର ଜାତୀୟ ବିରି ଅପେକ୍ଷା ଏହା ଅମଳ କମ୍ ହେଉଥିବାରୁ ଏହାକୁ ଚାଷ କରିବାପାଇଁ ଚାଷୀମାନେ ଅମଙ୍ଗ ହେଉଛନ୍ତି। ତତ୍କାଳନୀ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦେଶ ପରେ ବୈଜ୍ଞାନିକମାନେ ଏହି ବିରିର ବିଭିନ୍ନ ନମୁନା ସଂଗ୍ରହ କରି ଗବେଷଣା ଚଳାଇଛନ୍ତି। ଏବେ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି। ଜିଆଇ ଟ୍ୟାଗ୍ ମିଳିଲେ ‘ପେଯୁଆ ବିରି’ ଚାଷ ବ୍ୟାପକ ହେବ ବୋଲି ଆଶା କରାଯାଉଛି।
Follow Us