ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୬ତମ ପାଳି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳେ ଭୁବନେଶ୍ବର ୟୁନିଟ୍‌-୨ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ୭ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ୩୦ ଜଣ ଦିବ୍ୟାଙ୍ଗ ଓ ଦୁରାରୋଗ୍ୟ  ପୀଡ଼ିତଙ୍କ ସମସ୍ୟା ଶୁଣିଥିଲେ। ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜୀକୃତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ। ଜଟିଳ ରୋଗରେ ପୀଡ଼ିତ କେନ୍ଦୁଝର ଜିଲ୍ଲାର ପପୁନ ମହାରଣା, ଖୋର୍ଦ୍ଧା ଜିଲ୍ଲାର ପ୍ରିୟବ୍ରତ ପ୍ରଧାନ ଓ କଟକ ଜିଲ୍ଲାର ଦୀପ୍ତିମୟୀ ଦାଶଙ୍କ ପାଇଁ ସିଙ୍ଗିଲ୍‌ ୱିଣ୍ଡୋ ସିଷ୍ଟମ ଜରିଆରେ ମୁଖ୍ୟମନ୍ତ୍ରୀ ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି ।

Advertisment

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ୧୫ଟି ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୩ହଜାର ୩୫୮ଟି ଅଭିଯୋଗ ମଧ୍ୟରୁ ୧୨ହଜାର ୭୪୮ଟି ଅଭିଯୋଗର ସମାଧାନ କରାଯାଇଛି। ଅର୍ଥାତ୍‌ ସମାଧାନ ହାର ୯୫% ରହିଛି। ଆଜି ସୁଦ୍ଧା ପ୍ରାୟ ୫୬ ହଜାରରୁ ଅଧିକ ଲୋକ ଜନଶୁଣାଣି ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଜଣାଇଛନ୍ତି। ଏହାସହ ଜନ ଶୁଣାଣି ପୋର୍ଟାଲ୍‌ ଓ ଡାକ ଇତ୍ୟାଦି ଯୋଗେ ଆସିଥିବା ୧ଲକ୍ଷ ୪୯ହଜାର ୪୧୮ ଅଭିଯୋଗ ଭିତରୁ ୧ଲକ୍ଷ ୩୦ହଜାର ୮୪୫ ଅର୍ଥାତ୍‌ ୮୮% ଅଭିଯୋଗର ସମାଧାନ କରାଯାଇଛି। 

୧୫ ପାଳି ସୁଦ୍ଧା ଆସିଥିବା ୯୫% ଅଭିଯୋଗର ସମାଧାନ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ୫୬ ହଜାରରୁ ଅଧିକ
ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ୭ ମନ୍ତ୍ରୀ ଓ ସଚିବ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଲୋକଙ୍କର ବହୁଦିନର ସମସ୍ୟାର ସମାଧାନ ହୋଇପାରୁଛି। ସାଧାରଣ ଲୋକମାନେ ନ୍ୟାୟ ପାଉଛନ୍ତି। ଏଥିପାଇଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ବଢ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ଅନ୍ୟ ବିଭାଗର ସଚିବସ୍ତରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ।  ଆଜିର ଜନଅଭିଯୋଗ ଶୁଣାଣି ସମୟରେ ଜଣେ ପ୍ରଶଂସକ ନିଜର ଖୁସିକୁ କବିତା ମାଧ୍ୟମରେ ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ, କିନ୍ତୁ ଅସାଧାରଣ ପ୍ରତିଭାଶାଳୀ ବ୍ୟକ୍ତିଭାବେ ବର୍ଣ୍ଣନା କରିଥିଲେ।