ପେସା ଗ୍ରାମସଭା ପକ୍ଷରୁ କେଜିରୁ ପିଜି ସାନ୍ତାଳୀ ମାଧ୍ୟମିକ ଖୋଲିବା ପାଇଁ ଦାବି

Advertisment

ସ୍ବାଧୀନତାର ୭ ଦଶନ୍ଧି ପରେ ବି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବିକାଶର ଗାଡି ଅଧା ବାଟରେ ବାଟ ହୋଇଯାଇଛି। ସାଧାରଣ ଭାବରେ ଆଦିବାସୀମାନେ ନୀରିହ ନିଷ୍କପଟ ସରଳ ଭାବରେ ଜୀବନ ଯାପନ କରୁଥିଲେ....

Updated On

ସ୍ବାଧୀନତାର ୭ ଦଶନ୍ଧି ପରେ ବି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ବିକାଶର ଗାଡି ଅଧା ବାଟରେ ବାଟ ହୋଇଯାଇଛି। ସାଧାରଣ ଭାବରେ ଆଦିବାସୀମାନେ ନୀରିହ ନିଷ୍କପଟ ସରଳ ଭାବରେ ଜୀବନ ଯାପନ କରୁଥିଲେ....

ଅଦ୍ୟତନ ହୋଇଛି
Pesa Gram Sabha demands opening of KG to PG Santali Secondary School

Pesa Gram Sabha demands opening of KG to PG Santali Secondary School Photograph: (sambad.in)

ରାଇରଙ୍ଗପୁର: ସ୍ବାଧୀନତାର ୭ ଦଶନ୍ଧି ପରେ ବି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର  ବିକାଶର ଗାଡି  ଅଧା ବାଟରେ ବାଟ ହୋଇଯାଇଛି। ସାଧାରଣ ଭାବରେ  ଆଦିବାସୀମାନେ ନୀରିହ ନିଷ୍କପଟ ସରଳ ଭାବରେ ଜୀବନ ଯାପନ କରୁଥିଲେ ମଧ୍ଯ କୁଟନୈତିକ ଓ ରାଜନୈତିକତାର ପାରା କାଷ୍ଠ  ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ମାଟି ଡାହାର ଡିହି ଦାଣ୍ଡବୋଷ ଗାଁକୁ ବୁଝାଯାଏ । ହେଲେ ଏହି ଗାଁ ଆଜି ବି ଅବହେଳିତ ଅବସ୍ଥାରେ ରହିଛି ।

ଯେଉଁ ମାଟିକୁ ନମନ କରି ଆଦିବାସୀ ମାନେ ଅନେକ ଐତିହାସିକ ଗୌରବ ମଣ୍ଡନ କରିଥିବା ବେଳେ ଆଜି ଏହି ପବିତ୍ର ଭୂମି ବିକାଶ ପାଇଁ ସପ୍ନ ଦେଖୁଛି। ନିଜର ଐତିହାସିକ ପାରମ୍ପରିକ ଆଦିବାସୀ ସଂସ୍କୃତି ବଜାଇ ରଖିବା ପାଇଁ  ମଞ୍ଚଟିଏ ଖୋଜୁଛି । ଯିଏ ଏହି ମାଟିରୁ  ଆଶୀର୍ବାଦ ନେଇ ବଡ ମଣିଷ ଟିଏ ହେଲା  ସିଏ ଭୂଲିଗଲା  ନିଜର କର୍ତ୍ତବ୍ଯ ।

କେବଳ ଆଦିବାସୀଙ୍କ ନାମରେ ଚାଲିଛି ରାଜନୀତି  ହେଲେ ବିକାଶ ଏଠି ଅଧାରେ ଅଟକି ରହିଛି। ଏଭଳି ପରିସ୍ଥିତିରେ ଚଳିତ ମାସ ଅଲଚିକି ଲିପି ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜୟନ୍ତୀ ପାଳନ ଅବସରରେ  ଆନନ୍ଦପୁର ପେସା ଗ୍ରାମ ସଭା ତରଫରୁ  ଖାତା ନଂ ୮୨ ପ୍ଲଟ ନଂ ୬୯୫ ରେ ଆଦିବାସୀଙ୍କ ବିକାଶ ନିମନ୍ତେ  ସାନ୍ତାଳୀ ସମ୍ପ୍ରଦାୟର କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ତଥା ଭିତ୍ତିଭୂମି ସ୍ଥାପନା ପାଇଁ  ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ଯରେ ଏକ ଲିଖିତ ଦାବିପତ୍ର  ପ୍ରଦାନ  କରିଥିଲେ ।

ଅଧିକ ପଢ଼ନ୍ତୁ: ହାଇକୋର୍ଟରେ ପାଠାଗାର ଅଧିନିୟମ କାର୍ଯ୍ୟକାରୀ ପ୍ରସଙ୍ଗ ଜବାବ ଦାଖଲ ପାଇଁ ସମୟ ଲୋଡ଼ିଲେ ରାଜ୍ୟ ସରକାର

ତେବେ  ଆନନ୍ଦପୁର ପେସା ଗ୍ରାମସଭା କହିବା ଅନୁସଯାୟୀ ଯେଉଁଠି ସରକାର ରୁଙ୍ଗୁଟା ଶିଳ୍ପ ପ୍ରତିଷ୍ଠାନ କରିବା ପାଇଁ ଯୋଜନା କରୁଥିବା ବେଳେ ତହାକୁ ବାତିଲ କରି ସରକାର ଆଦିବାସୀଙ୍କ ପାଇଁ ଶିକ୍ଷାର ମନ୍ଦିରଟିଏ  ନିର୍ମାଣ  କରିବା ପାଇଁ  ନିବେଦନ କରିଛନ୍ତି ।

ପେସାଗ୍ରାମ ସଭା କହିଛନ୍ତି ଯଦି ରୁଙ୍ଗୁଟା ଶିଳ୍ପ ପ୍ରତିଷ୍ଠାନ କରାଗଲେ  ଆଦିବାସୀଙ୍କ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଐତିହ୍ୟ କୀର୍ତି  ସହିତ ଆଦିବାସୀମାନଙ୍କର ସ୍ଥିତି ମାଟିରୁ ବିଲୁପ୍ତ ହୋଇଯିବ ବୋଲି ଆଶଙ୍କା ଉପୁଜିଛି। ତେଣୁ ସରକାର ଆଦିବାସୀଙ୍କ ଐତିହ୍ୟକୁ କ୍ଷୁର୍ଣ୍ଣ ନ କରି  ଶିକ୍ଷାର ବିକାଶ ମନ୍ଦିର ଖୋଜିବା  ପାଇଁ  ନିବେଦନ କରିଥିବା ଜଣାପଜିଛି। ଦାବି ପତ୍ର ପ୍ରଦାନ ସମୟରେ ସିଧଲାଲ ମୁର୍ମୁ,ସୁନ୍ଦର ମୋହନ ମାଝୀ,ମାଧ ମୁର୍ମୁ ,ବେର ସୁନ୍ଦର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ: ଭାରତର ଏୟାର ଷ୍ଟ୍ର‌ାଇକ୍ ପରେ ପାକିସ୍ତାନ ମିଛ କହିଲା, ଭାରତର ୧୫ ସ୍ଥାନରେ ପ୍ରତିଆକ୍ରମଣ କରାଯାଇଥିବା ଦାବି କଲା

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe