ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ମିଳିବ ପେଟ୍ରୋଲ: ଯୋଗାଣ ମନ୍ତ୍ରୀ

ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମ ନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି...

Petrol will be available in glass bottles instead of plastic bottles: Supplies Minister

Petrol will be available in glass bottles instead of plastic bottles: Supplies Minister Photograph: (sambad.in)

ଭୁବନେଶ୍ବର: ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଛି। କିନ୍ତୁ  ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମ ନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଯେଉଁମାନେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିବେ ‌ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ଉ ହେବ ବୋଲି ମନ୍ତ୍ରୀ କହିଛନ୍ତି । 

ଅଧିକ ପଢ଼ନ୍ତୁ: ଦଲାଲ ମୁକ୍ତ ହୋଇନି ରେଜେଷ୍ଟ୍ରି ଅଫିସ୍: ସରପ୍ରାଇଜ୍ ଭିଜିଟ୍ ବେଳେ ମନ୍ତ୍ରୀ ଦେଖିଲେ

ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ମଧ୍ୟ ଦିଆଯିବ । ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ସିଜ୍ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅରଯିବ ବୋଲି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ମାସେ ବିତିଗଲାଣି ଭେଟିବା ପାଇଁ ଆସି ନାହାନ୍ତି ପରିବାରଲୋକ; ତଥାପି ସୋନମଙ୍କ ମନରେ ନାହିଁ କୌଣସି ପ୍ରକାର ଦୁଃଖ

 krushna chandra patra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe