Pickup truck-bike collision in Dala: Two bikers killed
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା-ବୁଟୁପାଲି ରାସ୍ତାର ଭେଜିମାଳ ଗ୍ରାମ ନିକଟରେ ଏକ ଡାଲା ପିକଅପ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଓ ଲକ୍ଷ୍ମୀପ୍ରସାଦ ଗ୍ରାମର ନିତ୍ୟାନନ୍ଦ ଜଟି ଏକ ବାଇକ ଯୋଗେ ବଢିଗାଁ ଛକ ପଟରୁ ନକୁଆ ନାଳୀ ଆଡକୁ ଯାଉଥିଲେ।
ବଘିଆପଡା ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ଏକ ଡାଲା ପିକଅପ୍ (ଓଡି ୨୭ ସି ୮୮୭୭) ସହ ଭେଜିମାଳ ଗ୍ରାମ ନିକଟରେ ବୁଧବାର ଅପରାହ୍ନ ୩:୩୦ ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଅଧିକ ପଢ଼ନ୍ତୁ: ରାସନ ଡିଲରଙ୍କ ବକେୟା କୋଭିଡ୍ ଦେୟ କେବେ ମିଳିବ: ମନ୍ତ୍ରୀ ଦେଲେ ସୂଚନା
ଉଭୟ ବାଇକ ଆରୋହୀଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଡାକ୍ତର ଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ।
ଡାକ୍ତର ପରୀକ୍ଷା କରିବା ପରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପିକଅପ୍ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ୩୭ବର୍ଷ ପୂର୍ବର ଦସ୍ତାବିଜ ବଦଳାଇ ଦେଲା ଭାଗ୍ୟ
Follow Us