ମଳୟ ରଞ୍ଜନ ସାହୁ

ରାଉରକେଲା: ଚାଲିଛି ପିକ୍‌ନିକ୍‌ ଋତୁ। କେଉଁଠି ଡ୍ୟାମ୍‌, ଜଳପ୍ରପାତ ତ ଆଉ କେଉଁଠି ନଦୀ ଓ ଖାଦାନରେ ପର୍ଯ୍ୟଟକମାନେ ମଜା ଉଠାଉଛନ୍ତି। ବିପଦସଙ୍କୁଳ ଏସବୁ ସ୍ଥାନ ମୁଣ୍ଡ ନେଉଛି।ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିଲେ ମଧ୍ୟ ସୁରକ୍ଷା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ବିଶ୍ରାର ଅକ୍ଷୟଶିଳା, ଗୁରୁଣ୍ଡିଆର ବାଦଲଗିରି ଜଳପ୍ରପାତ, ରାଉରକେଲା ମନ୍ଦିରା ଡ୍ୟାମ୍‌ ଆଦି ସ୍ଥାନରେ ପାଣିରେ ବୁଡ଼ି ପ୍ରତିବର୍ଷ ସର୍ବାଧିକ ଜୀବନ ଯାଉଛି। 

Advertisment

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

୨୦୨୩ରେ ମନ୍ଦିରା ଡ୍ୟାମ୍‌ରେ ସାଙ୍ଗମାନଙ୍କ ସହ ମଜା ଉଠାଉଥିଲାବେଳେ ଏନ୍‌ଆଇଟିର ଦୁଇ ଛାତ୍ରଙ୍କ ଜୀବନ ଯାଇଥିଲା। ୨୦୨୪ ଅକ୍ଟୋବରରେ ସୁନ୍ଦରଗଡ଼ ଇବ୍‌ ନଦୀରେ ବୁଡି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ନଭେମ୍ବର ମାସରେ ତରକେରା ଡ୍ୟାମ୍‌, କୋଏଲ ନଦୀରେ ପିକ୍‌ନିକ୍‌ କରିବାକୁ ଯାଇ ଏକାଧିକ ଯୁବକ ଓ ଛାତ୍ରଙ୍କ ଜୀବନ ଯାଇଛି। ୨୦୨୨ରୁ ୨୦୨୫ ଗତ ୪ ବର୍ଷ ଅର୍ଥାତ୍‌ ୪୮ ମାସରେ ୩୩୦ରୁ ଅଧିକ ଜୀବନ ଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ମହିଳା। ସୁନ୍ଦରଗଡ଼ ଜିଲ୍ଲାରେ ନଦୀରେ ବୁଡ଼ି ୨୦୨୨ରେ ୧୨, ୨୦୨୩ରେ ୨୮ ଓ ୨୦୨୪ରେ ୧୪ ଜଣଙ୍କ ଜୀବନ ଯାଇଛି। ଡ୍ୟାମ୍‌ରେ ୨୦୨୨ରେ ୧୧, ୨୦୨୩ରେ ୬, ୨୦୨୪ରେ ୪ ଜଣଙ୍କର ଜୀବନ ଯାଇଛି। ଜଳପ୍ରପାତ, ଖାଦାନ ଓ ଅନ୍ୟାନ୍ୟ ସ୍ଥାନରେ ବୁଡ଼ି ତିନି ବର୍ଷରେ ମୋଟ ୭୩ ଜଣଙ୍କ ଜୀବନ ଯାଇଛି। ସେହିପରି ତିନି ବର୍ଷରେ ପୋଖରୀରେ ବୁଡ଼ି ୭୩ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୫ରେ ନଦୀ, ଡ୍ୟାମ୍‌, ଜଳପ୍ରପାତ, ପୋଖରୀରେ ବୁଡ଼ି ୩୦ରୁ ଅଧିକ ଜୀବନ ଯାଇଛି।

Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ

ଗତ ଡିସେମ୍ବରରେ ବାଲିଶଙ୍କରା ବ୍ଲକ୍‌ ଅନ୍ତର୍ଗତ କନାକୁଣ୍ଡରେ ବୁଡ଼ି ଏନ୍‌ଆଇଟି ଛାତ୍ରଙ୍କ ଜୀବନ ଯାଇଥିଲା। ସେଲ୍‌ଫି ନେବାବେଳେ ଜଣେ ଯୁବତୀ ଭାସିଯାଇ ପ୍ରାଣ ହରାଇଥିଲେ। ରାଉରକେଲାରେ ୨୦୨୨ରେ ୨୭, ୨୦୨୩ରେ ୩୮ ଓ ୨୦୨୪ରେ ନଦୀ, ଡ୍ୟାମ୍‌, ଜଳପ୍ରପାତ ଓ ଅନ୍ୟ ଜଳାଶୟରେ ବୁଡ଼ି ୨୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୨ରେ ସର୍ବାଧିକ ୮ଜଣ ମୃତ୍ୟୁବରଣ କରିଛନ୍ତି ରଘୁନାଥପାଲି ଅଞ୍ଚଳରେ। ୨୦୨୩ରେ ଲହୁଣିପଡ଼ା ଥାନା ଅଞ୍ଚଳରେ ସର୍ବାଧିକ ୧୦ ଜଣଙ୍କର ଜୀବନ ଯାଇଛି। ୨୦୨୪ରେ ବଣାଇ ଥାନା ଅନ୍ତର୍ଗତ ବିଭିନ୍ନ ଡ୍ୟାମ୍‌, ନଦୀ ଓ ଜଳାଶୟରେ ସର୍ବାଧିକ ୭ ଜଣଙ୍କ ଜୀବନ ଯାଇଛି। ୨୦୨୫ରେ ବିଶ୍ରା ଅକ୍ଷୟଶିଳା ଜଳପ୍ରପାତ, ଝିରପାଣି କୋଏଲ ନଦୀ, ବେଦବ୍ୟାସ ଘାଟ, ନଦୀଟୋଲା ବ୍ରାହ୍ମଣୀନଦୀ, ତରକେରା ପମ୍ପ ହାଉସ୍‌, କଂସର ନଦୀ, ଗୁରୁଣ୍ଡିଆ ଦେଓଧର ପିକ୍‌ନିକ୍‌ ସ୍ପଷ୍ଟ, ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ମୋଟ ୬୧ ଜଣଙ୍କ ଜୀବନ ଯାଇଛି।