Piped water supply: ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ୍‌ ପାଣି ଯୋଗାଣ: ମୁଖ୍ୟମନ୍ତ୍ରୀ

Advertisment

ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି....

ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି....

tap water

Photograph: (Down To Earth)

ଭୁବନେଶ୍ବର: ଆଗକୁ ଖରାଦିନ ଆସୁଥିବାବେଳେ ଏବେଠୁ ଗାଁଗାଁରେ ପିଇବା ପାଣି ସଙ୍କଟ ଦେଖାଦେଲାଣି। ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେଉ ନ ଥିବାରୁ ଗାଁଗାଁରେ ଅସନ୍ତୋଷ। ତେଣୁ ପାନୀୟ ଜଳ ପ୍ରକଳ୍ପ କିପରି ଶେଷ ହେବ, ପ୍ରତି ଘରେ ପାଇପ୍ ଯୋଗେ ପାଣି ପହଞ୍ଚିବ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଆଜି ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରତି ଗାଁରେ ପାଇପ୍ ଯୋଗେ ପାଣି ପହଞ୍ଚିବା ଦରକାର। ଏହି ସମୟ ସୁଦ୍ଧା କୌଣସି ରାଜସ୍ବ ଗାଁ ଯେପରି ବାଦ୍‌ ପଡ଼ିବନି ତାହାକୁ ନଜରରେ ରଖି ବିଭାଗ କାର୍ଯ୍ୟ କରୁ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣର ସମୀକ୍ଷା କରି କହିଛନ୍ତି, ଏହାକୁ ମିସନ୍‌ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉ।

Job: ବେକାରି ହାର ୬.୭%କୁ ହ୍ରାସ: ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଅଧିକ ଲୋକଙ୍କୁ ନିଯୁକ୍ତି

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବୈଠକରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ରାଜ୍ୟର ୪୬୫୩୧ଟି ଗ୍ରାମ ମଧ୍ୟରୁ ୨୧୭୨୧ଟି ଗ୍ରାମରେ ପାଇପ୍‌ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ ଅଛି। ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପଗୁଡ଼ିକ ନିର୍ମାଣାଧୀନ ଅଛି। ସେହିପରି ୨୦୧୭ରୁ ଜୁନ୍ ୧୨, ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜୁନ୍‌ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜୁନ୍‌ ୨୦୨୪ ପରେ ଅର୍ଥାତ୍ ୨୦ ମାସ ମଧ୍ୟରେ ରାଜ୍ୟରେ ୨୯୫୧ଟି ଏକକ ଗ୍ରାମ ପ୍ରକଳ୍ପ,୨୭୦୨ଟି ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ ଏବଂ ୨୬୧୩୭ଟି ନଳକୂପ ସ୍ଥାପିତ ହୋଇଛି।

Water Problem: ଖରାଦିନ ପୂର୍ବରୁ ଶୁଖିଲା ଦିଲ୍ଲୀର ଟ୍ୟାପ୍

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପାଇପ୍‌ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ୫୪ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି। ସେଥିରୁ ଜଳ ଜୀବନ ମିସନ୍‌ ଯୋଜନାରେ ୩୨୧୨୮ କୋଟି ଟଙ୍କାର ପ୍ରାବଧାନ ରହିଥିବା ବେଳେ ଅବଶିଷ୍ଟ ୨୧୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି। ଆଜିର ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍.ଏନ୍, ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe