ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ଏବେ ଅନେକ ଅନୁଦ୍‌ଘାଟିତ ଦିଗ ଉନ୍ମୋଚନ ହେବାରେ ଲାଗିଛି। ଜଣେ ନେତ୍ରୀଙ୍କ ସହ ନିଜ ବାସଭବନ ପ୍ରକୋଷ୍ଠରେ ଅସଂଯତ ଅବସ୍ଥାରେ ଥିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଏହି ସମୟରେ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିଲେ ତାଙ୍କରି ଦଳର ଆଉ ଜଣେ ନେତ୍ରୀ। କଥା କେବଳ ଏତିକି ବୋଲି ପୁଲିସକୁ ପ୍ରତ୍ୟକ୍ଷଦର୍ଶୀ ନେତ୍ରୀ ଜଣକ ବୟାନ ଦେଇଥିଲେ, ଯାହାକୁ ପୁଲିସ କୋର୍ଟରେ ଦାଖଲ କରିଥିବା ପ୍ରାଥମିକ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ହେଲେ ବିକ୍ରମଙ୍କ ସହିତ ଅନ୍ତରଙ୍ଗ ଭଙ୍ଗୀରେ ଥିବା ମହିଳାଙ୍କୁ ତଦନ୍ତକାରୀ ପୁଲିସ କିନ୍ତୁ ଚିହ୍ନଟ କରିସାରିଛି ଓ ତାଙ୍କୁ ପଚରାଉଚରା ବେଳେ ଫଟୋରେ ଥିବା ମହିଳା ସେ ନିଜେ ବୋଲି ସ୍ବୀକାରୋକ୍ତି ମଧ୍ୟ ଦେଇ ସାରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ହେଲେ କେଉଁ ତୃତୀୟ ବ୍ୟକ୍ତି ସେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଲା ଓ ତାହା ପୀତବାସଙ୍କ ପାଖକୁ କେମିତି ଗଲା ସେ ନେଇ ଅନେକ ପ୍ରଶ୍ନ ଉଠୁଛି। ବିକ୍ରମଙ୍କ ସହ ଫଟୋରେ ଥିବା ମହିଳା ଓ ଅଚାନକ ପ୍ରକୋଷ୍ଠରେ ପଶିଯାଇଥିବା ସେ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ ଅନ୍ୟତମ ନେତ୍ରୀଙ୍କ ଛଡ଼ା କୋଠରିରେ ଆଉ କିଏ ଥିଲା, ତାହା ଏବେ ବି ରହସ୍ୟରେ। 

Advertisment

Demand: ଭଦ୍ରକରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ?

ସବୁଠାରୁ ରୋଚକ କଥା ହେଲା, ପୀତବାସଙ୍କ ପଇତାରେ ଲାଗିଥିବା ଚାବିକାଠି ପାଇବାର ୧୭ ଦିନ ପରେ ପୀତବାସଙ୍କ ଘରକୁ ଯାଇ ପୁଲିସ ଏ ବିଷୟରେ ତନାଘନା କରିଛି। ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ହତ୍ୟାକାଣ୍ଡ ଘଟିଲା। ୭ ତାରିଖ ଦିନ ଶବ ବ୍ୟବଚ୍ଛେଦ ହୋଇ ମୃତଦେହ ପରିବାରକୁ ହସ୍ତାନ୍ତର କରାଗଲା। ସେ ସମୟରେ ବି ପୁଲିସ ପୀତବାସଙ୍କ ଘରକୁ ଯାଇଥିଲା। ଯଦିଓ ସେ ସମୟରେ ପରିବାର ଲୋକଙ୍କ ମାନସିକ ସ୍ଥିତି ଭଲ ନଥିବ, ତଥାପି ହତ୍ୟାକାଣ୍ଡ ଭଳି ସଂଗିନ ମାମଲାରେ ତଦନ୍ତକାରୀ ପୁଲିସ ପୀତବାସଙ୍କ ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ପଇତାରେ ଗଣ୍ଠି ପକା ଚାବିକାଠି ଜବତ ବିଷୟରେ ୧୭ ଦିନ ପରେ ଅବଗତ କରିବା ଓ ପଚରାଉଚରା କରିବା ପୂରା ଘଟଣାକୁ ଜଟିଳ କରିଦେଇଛି।

ଏ ବାବଦରେ ପୀତବାସଙ୍କ ପତ୍ନୀଙ୍କ ବୟାନ ହେଉଛି, ଅକ୍ଟୋବର ୨୫ ତାରିଖରେ ପୁଲିସ ଏକ ଚାବିକାଠି ଦେଖାଇ ତାଙ୍କୁ ଏ ବିଷୟରେ ପଚାରିଥିଲା। ଏହା ପୀତବାସଙ୍କ ଆଲମିରାର ସିକ୍ରେଟ୍‌ ଚାମ୍ବର ଚାବିକାଠି ବୋଲି ପତ୍ନୀ ସୁସ୍ମିତା କହିବା ସହ ଏହାକୁ ବ୍ୟବହାର କରି ଚାମ୍ବର ଖୋଲିଥିଲେ। ସେଥିରୁ ବିକ୍ରମ ପଣ୍ଡାଙ୍କ ସହ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ମିଳିଥିଲା। ତେବେ ୭ ତାରିଖରେ ଚାବିକାଠି ଜବତ କରିଥିଲେ ବି ୨୫ ତାରିଖ ଯାଏଁ ପୁଲିସ ଉକ୍ତ ଚାବିକାଠି ବିଷୟରେ କାହିଁକି ଛାନ୍‌ଭିନ୍‌ କରୁନଥିଲା? ୭ ତାରିଖରୁ ୨୫ ପର୍ଯ୍ୟନ୍ତ ୧୭ ଦିନ ଧରି ସେ ଚାବିକାଠି କାହା ପାଖରେ ଥିଲା? ଏ ନେଇ ପୁଲିସ ନିରବ।

Demand: ଭଦ୍ରକରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ?

ଉଲ୍ଲେଖନୀୟ ହେଲା, ଅକ୍ଟୋବର ୨୨ ତାରିଖରେ ବିକ୍ରମଙ୍କ ସମେତ ୧୨ ଜଣଙ୍କୁ ପୁଲିସ ଗିରଫ କଲା। ଏହାର ୩ ଦିନ ପରେ ପୀତବାସଙ୍କ ଘରକୁ ଯାଇ ୧୭ ଦିନ ପୂର୍ବେ ମୃତଦେହ ବ୍ୟବଚ୍ଛେଦ ବେଳେ ଜବତ ଚାବିକାଠି ଦ୍ବାରା ସିକ୍ରେଟ୍‌ ଚାମ୍ବର ଖୋଲି ଆପତ୍ତିଜନକ ଫଟୋ ଜବତ କଲା। ଏହାପରେ ବହୁବାର ପୀତବାସଙ୍କ ପତ୍ନୀ ଓ ଭାଇ ଗଣମାଧ୍ୟମରେ ବିଭିନ୍ନ ପ୍ରତିକ୍ରିୟା ରଖିଥିଲେ ବି ଆପତ୍ତିଜନକ ଫଟୋ ପ୍ରସଙ୍ଗ ସଂପର୍କରେ ଉଲ୍ଲେଖ କରିନଥିଲେ। ପୁଲିସ ବି ଏ ବାବଦରେ କେବଳ ଚାର୍ଜସିଟ୍‌ରେ ଉଲ୍ଲେଖ କରି ଚୁପ୍‌ ରହିଥିଲା। ଏକ ଜଘନ୍ୟ ହତ୍ୟାକାଣ୍ଡର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ କାହିଁକି ସମସ୍ତେ ଅସମ୍ଭବ ନିରବତା ଅବଲମ୍ବନ କରିଥିଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି।