Devotion And Faith: ତୋ କରୁଣା ବାରି ବରଷି ଦେ: କାଳିଆ ଠାକୁରଙ୍କ ଆଗରେ କାନି ପାତି ପୁଅର ଜୀବନ ଭିକ୍ଷା କଲେ ମା’

ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭକ୍ତି ଓ ବିଶ୍ବାସର ଏକ ନିଆରା ଦୃଶ୍ୟ ରବିବାର ସକାଳେ ଦେଖିବାକୁ ମିଳିଛି। ବାପ ମା’ ଅସୁସ୍ଥ କୁନି ପୁଅକୁ ସିଂହଦ୍ବାର ଆଗରେ ଶୁଆଇ ଦେଇ କାଳିଆ ଠାକୁରଙ୍କ ଆଗରେ କାନ୍ଦୁଛନ୍ତି। ମୋ ପୁଅକୁ ସୁସ୍ଥ କରି ଦିଅ ମହାପ୍ରଭୁ। ଆଖିରେ ଆଖିଏ ଲୁହ...

Please show mercy and rain: Mother pleads for son's life in front of Kalia

Please show mercy and rain: Mother pleads for son's life in front of Kalia Photograph: (sambad.in)

ପୁରୀ: ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭକ୍ତି ଓ ବିଶ୍ବାସର ଏକ ନିଆରା ଦୃଶ୍ୟ ରବିବାର  ସକାଳେ ଦେଖିବାକୁ ମିଳିଛି। ବାପ ମା’ଅସୁସ୍ଥ କୁନି ପୁଅକୁ ସିହଦ୍ବାର ଆଗରେ ଶୁଆଇ ଦେଇ କାଳିଆ ଠାକୁରଙ୍କ ଆଗରେ କାନ୍ଦୁଛନ୍ତି । ମୋ ପୁଅକୁ ସୁସ୍ଥ କରି ଦିଅ ମହାପ୍ରଭୁ।

ସିଂହଦ୍ବାରରେ ମା’ଙ୍କ ଗୁହାରି

ଆଖିରେ ଆଖିଏ ଲୁହ ନେଇ ମହାପ୍ରଭୁଙ୍କୁ ନିଜର ଦୁଖଃ ଜଣାଉଛନ୍ତି ମା’। କଥାରେ ଅଛି  ସେ ଜଗତର ନାଥ ଜଗନ୍ନାଥ। ଦୁଇ ହାତ ଟେକି  ହେ ମହାପ୍ରଭୁ ବୋଲି ଡାକିଦେଲେ ନିମିଷକେ ଦୂର ହୋଇଥାଏ ଜୀବନର ସବୁ ଦୁଃଖ ଆଉ କଷ୍ଟ । ହେ ମହାପ୍ରଭୁ ଦୁନିଆ ସାରାର ଦଉଃଖ ତ ବୁଝୁଛ।  ଟିକେ ମୋ କୁନି ପୁଅ ଆଡ଼କୁ ନିଘା ରଖ ବୋଲି ମା’ ଗୁହାରି କରୁଥିବାର ଦେଖିବାକୁ ମିଳିଛି।

କାଳିଆ ଠାକୁରଙ୍କୁ ଦଣ୍ଡ ପ୍ରଣାମ କଲେ ମା’

ଆହୁରି ପଢ଼ନ୍ତୁ:Elephant terror: ମଢପ ଗାଁରେ ହାତୀ ଆତଙ୍କ: ଦୁଇ ଘର ଧ୍ଵସ୍ତ, ରାତିସାରା ଭୟରେ ଅନିଦ୍ରା ଗ୍ରାମବାସୀ

ରବିବାର ଭୋରରେ ସିଂହଦ୍ଵାର ଫିଟିବା ପରେ ବଡି ଭୋରରୁ ବାପା ମା’, ଛୁଆକୁ ସିଂହଦ୍ଵାର ନିକଟକୁ ଆଣି କାଳିୖା ଠାକୁରଙ୍କ ଆଗରେ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିଥିଲା।  ଦଣ୍ଡ ପ୍ରଣାମ କରି ମା’ ଜଣକ ସିଂହଦ୍ଵାର ନିକଟରେ ନିଜ ଛୁଆ ପାଇଁ ଗୁହାରି କରିଛନ୍ତି ।

ପୁଅର ସୁସ୍ଥତା କାମନା କରିବା ସହ ପଣତ କାନି ଦେଖାଇ ମହାପ୍ରଭୁଙ୍କୁ ଗୁହାରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଶିଶୁଟିର କ’ଣ  ହୋଇଛି ତାହା ଜଣାପଡିନାହିଁ। ସେମାନେ କେଉଁ ଅଞ୍ଚଳରୁ ଆସିଛନ୍ତି ତାହା ମଧ୍ୟ ଜଣାପଡ଼ି ନାହିଁ। 

ନଭେମ୍ବର ୮ ତାରିଖ ଦିନ ମଧ୍ୟ ସମାନ ଢଙ୍ଗରେ ଶ୍ରୀମନ୍ଦିର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜସ୍ଥାନରୁ ଜଣେ ବ୍ୟକ୍ତି ଅସୁସ୍ଥ ପୁଅକୁ ଆଣି ମହାପ୍ରଭୁଙ୍କ ନିକଟରେ ଶରଣ ପଶିଥିଲେ ।

ପିଲାଟି ସାମାନ୍ୟ ସୁସ୍ଥ ହେବା ପରେ ଗତକାଲି ପୁଣି ମହାପ୍ରଭୁଙ୍କୁ ଦର୍ଶନ କରି ପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ । କୋମାରେ ଥିବା ପୁଅ ମହାପ୍ରଭୁଙ୍କ ଆଶୀର୍ବାଦରୁ ସାମାନ୍ୟ ସୁସ୍ଥ ହୋଇଥିଲା। ପରେ ଅତ୍ୟଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ:Low Pressure Over Bay Of Bengal: ବଙ୍ଗୋପସାଗରରେ ଲଘୁଚାପ: ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe