ଭୁବନେଶ୍ବର: ଏପ୍ରିଲ୍ ୨ରୁ ଯୁକ୍ତ୨ ଖାତାଦେଖା। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ। ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ କରାଯିବ। ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏପ୍ରିଲ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ତୃତୀୟ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।
Women's Day: ମହିଳା ଦିବସ ସ୍ବତନ୍ତ୍ର: ଓଡ଼ିଶା ଡିସକମ୍ର ‘ନୂଆ ଆରମ୍ଭ’ ଅଭିଯାନ
ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ମୂଲ୍ୟାୟନ ପାଇଁ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ସେଥିମଧ୍ୟରେ ଅଫ୍ଲାଇନ୍ ପାଇଁ ୭୬ ଓ ଅନ୍ଲାଇନ୍ ପାଇଁ ୭୫ଟି କେନ୍ଦ୍ର ରହିଛି। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନରେ ଅନ୍ଲାଇନ୍ ଖାତା ଦେଖିବାକୁ ୩,୫୦୦ ଏବଂ ଅଫ୍ଲାଇନ୍ ପାଇଁ ୪,୫୦୦ ଅଧ୍ୟାପକ ଅଧ୍ୟାପିକା ରହିବେ। ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନରେ ୮ ହଜାର ମୂଲ୍ୟାୟନକାରୀ ସାମିଲ ହେବେ। ଏବର୍ଷ ପ୍ରାୟ ୨୫ ଲକ୍ଷ ଖାତା ମୂଲ୍ୟାୟନ ହେବ। ଯେଉଁଥିରେ ଅଫ୍ଲାଇନ୍ରେ ୧୫ ଲକ୍ଷ ଓ ଅନ୍ଲାଇନ୍ରେ ପ୍ରାୟ ୧୦ ଲକ୍ଷ ଉତ୍ତର ଖାତା ରହିଛି। ୪ଟି ଯାକ ବିଭାଗର ଉତ୍ତର ଖାତାଗୁଡ଼ିକ ଏକାଥରେ ଦେଖାହେବାକୁ ଥିବାରୁ ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Child Marriage: ମା’ଙ୍କ ଠାରୁ ପ୍ରେରଣା ପାଇ ବାଲ୍ୟବିବାହ ବନ୍ଦ କରିବା ଅଭିଯାନରେ ଉମା
ନିଷ୍ପତ୍ତି ଅନୁଯାୟୀ ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ। ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ। ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ରହିବ। ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ସୁରକ୍ଷା ଲାଗି ମୂଲ୍ୟାୟନ କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟମାନେ ପୁଲିସର ସହାୟତା ନେବେ। ଅନ୍ୟପକ୍ଷରେ ବାକିଥିବା ବିଷୟଗୁଡ଼ିକର ପରୀକ୍ଷା ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି। ସମସ୍ତ ପରୀକ୍ଷା ପରିଚାଳନା ହବ୍ରେ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ପହଞ୍ଚିଥିବା ଜଣାପଡ଼ିଛି। କପି ରୋକିବାରେ ପରିଷଦକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ମାତ୍ର ୧୪ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ୍(ଏମ୍ପି) ଧରାପଡ଼ିଛନ୍ତି ବୋଲି ପରୀକ୍ଷା ନିୟନ୍ତ୍ରକ ଶ୍ରୀ ପରିଡ଼ା କହିଛନ୍ତି।
RM Nachamai: କାର୍ଯ୍ୟକ୍ଷମ ଆଣବିକ ଶକ୍ତି କେନ୍ଦ୍ରର ନେତୃତ୍ୱ ନେଉଥିବା ପ୍ରଥମ ମହିଳା ହେଲେ ଆର୍ଏମ୍ ନାଚମ୍ମାଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/09/exam-2026-03-09-02-06-25.jpg)