ଜଙ୍ଗଲରୁ ଜବତ ୧୯୨୦ କିଲୋଗ୍ରାମ ଗଞ୍ଜେଇ କୋର୍ଟରେ ପ୍ରଦର୍ଶିତ କଲେ ପୁଲିସ

Advertisment

ବୌଦ୍ଧ ପୁଲିସ ପକ୍ଷରୁ ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜବତ ହୋଇଥିବା ୧୯୨୦ କିଲୋଗ୍ରାମ ଗଞ୍ଜେଇକୁ ଶନିବାର ଦିନ କୋର୍ଟରେ ପ୍ରଦର୍ଶନ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି...

ବୌଦ୍ଧ ପୁଲିସ ପକ୍ଷରୁ ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜବତ ହୋଇଥିବା ୧୯୨୦ କିଲୋଗ୍ରାମ ଗଞ୍ଜେଇକୁ ଶନିବାର ଦିନ କୋର୍ଟରେ ପ୍ରଦର୍ଶନ କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି...

Police display 1920 kg of ganja seized from forest in court

Police display 1920 kg of ganja seized from forest in court Photograph: (sambad.in)

ବୌଦ୍ଧ: ବୌଦ୍ଧ ପୁଲିସ ପକ୍ଷରୁ ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜବତ ହୋଇଥିବା ୧୯୨୦ କିଲୋଗ୍ରାମ ଗଞ୍ଜେଇକୁ ଶନିବାର କୋର୍ଟରେ ପ୍ରଦର୍ଶନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ  ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୁଲିସ ପକ୍ଷରୁ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ସକାଳେ ଚଢାଉ କରା ଯାଇଥିଲା।

ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଫେରାର ହୋଇଥିବା ବେଳେ ପୁଲିସ ସେଠାରେ ଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଥିଲା। 

ଅଧିକ ପଢ଼ନ୍ତୁ: ହୋଲି ହେଲା କାଳ: ସମୁଦ୍ରରେ ଗାଧୋଇବା ସମୟରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ଜବତ ହୋଇଥିବା ଗଞ୍ଜେଇ ପରିମାଣ ୧୯୨୦ କିଲୋଗ୍ରାମ ବୋଲି ଜଣାପଡ଼ିଥିଲା। ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏନଡିପିଏସ ଆକ୍ଟରେ ୧୫୧/୨୦୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଆଇଆଇସି ରଞ୍ଜିତ କୁମାର ମୁନୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ହୋଲିରେ ଜଳିଲା ପଶ୍ଚିମ ଓଡ଼ିଶା: ତାପମାତ୍ରା ରେକର୍ଡ ଭାଙ୍ଗିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe