police flag march on eve of christmas Photograph: (sambad.in)
ଘୁ.ଉଦୟଗିରି: ରାତି ପାହିଲେ ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଉତ୍ସବ। ସ୍ଥାନୀୟ ସହରରେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ଫୋର୍ସ ଏବଂ ଅଫିସରଙ୍କ ସହ ସମସ୍ତ ଗାଡ଼ି ସାଇରନ ବଜାଉ ଫ୍ଲାଗମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି।
ବିଭାଗ ତରଫରୁ ମଙ୍ଗଳବାର ପୂର୍ବାହ୍ନ ୧୧ ଟା ବେଳେ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ଵରେ ଏସଆଇ ରୂପକ ଦଳେଇ,ଆଇଆରବି ଡେପୁଟି ସୁବେଦାର ବିନୟ ପ୍ରଧାନ,ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରା,ବଣ୍ଟି ଦଣ୍ଡିଆଙ୍କ ସମେତ ସଶସ୍ତ୍ର ପୁଲିସ ବାହିନୀ ଥାନାରୁ ବାହାରି ସହରରେ ଫ୍ଲାଗମାର୍ଚ୍ଚ କରିଥିଲେ।
ଆହୁରି ପଢ଼ନ୍ତୁ:Woman Dies In Karnataka: ସ୍ବାମୀଠୁ ଅଲଗା ହେବା ପରେ ପ୍ରେମରେ ପଡ଼ିଲେ, ପ୍ରେମିକ ଧୋକା ଦେବାରୁ ଜୀବନ ହାରିଲେ
ସୁରକ୍ଷା ଉପରେ କଡ଼ା ନଜର
ବଡ଼ଦିନ ପାଳନ ନିମନ୍ତେ ଅଞ୍ଚଳବାସୀ ଉତ୍ସାହିତ ଥିବା ସହ ଅଞ୍ଚଳରେ ଭାଇଚାରା ସହ ଡିସେମ୍ବର ୨୫ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରାଯିବ। ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ବିଭାଗ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଆଇଆଇସି ସୂଚନା ଦେଇଛନ୍ତି।
ଘୁ.ଉଦୟଗିରି ଆଖପାଖ ଅଞ୍ଚଳରେ ମଧ୍ୟ ପୁଲିସ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ପୁଲିସ ବିଭାଗ ତରଫରୁ ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଦିଆଯିବା ସହ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ, ତା ସହ ଆମ ଅଞ୍ଚଳରେ ସେପରି କୌଣସି ସମ୍ବେଦନଶୀଳ ସ୍ଥିତି ନାହିଁ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ:USA : ଆମେରିକାର ଟେକ୍ସାସ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ
Follow Us