ରାଇରଙ୍ଗପୁର: ଆଉଁରିଆ ବାତ ରୋଗୀଙ୍କୁ ଜୋତା ଶୁଙ୍ଘାଇ ଚିକିତ୍ସା। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ପୁଲିସ କର୍ମଚାରୀ ରୋଗୀଙ୍କୁ ଜୋତା ଶୁଙ୍ଘାଇଛନ୍ତି। ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ସମ୍ମୁଖରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ବ୍ୟକ୍ତି ଥାନା ସମ୍ମୁଖରେ ହଠାତ୍ ଅଚେତ ହୋଇ ପଡ଼ିଥିଲେ। ଏହି ସମୟରେ ଦୁଇଜଣ ପୁଲିସ କର୍ମଚାରୀ ଅଚେତ ବ୍ୟକ୍ତିଙ୍କ ଚେତା ଫେରାଇବା ପାଇଁ ତାଙ୍କ ଜୋତା ଖୋଲି ନାକରେ ଶୁଙ୍ଘାଇଥିଲେ। ହେଲେ, ବହୁସମୟ ଧରି ଚେଷ୍ଟା କରି ବିଫଳ ହେବାରୁ ଶେଷରେ ବାଧ୍ୟହୋଇ ପିସିଆର୍ ଭ୍ୟାନ୍ରେ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲା। ଏହି ବ୍ୟକ୍ତି ଜଣକ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଆଳି ଗ୍ରାମର ଦୁଃଖୁ ହେମ୍ବ୍ରମ। ତାଙ୍କ ସାଙ୍ଗ ନିଶାସକ୍ତ ଅବସ୍ଥାରେ ବାଇକ୍ ଚଳାଉଥିବାବେଳେ ପୁଲିସ ଗାଡ଼ିଟିକୁ ଆଣି ଥାନାରେ ରଖିଥିଲଶ। କେତେ ଟଙ୍କା ଜରିମାନା ହୋଇଛି, ତାହା ପଚାରି ବୁଝିବାକୁ ସାଙ୍ଗ ସହିତ ଥାନାକୁ ଆସିଥିଲେ।
SakhiGopal: ସାକ୍ଷୀଗୋପାଳ: ୩ ସ୍ଥାନରେ ଫୁଟିଲା ବୋମା, ଜଣେ ଅଟକ, ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍ପି
ବାତ ରୋଗରେ ଆକ୍ରାନ୍ତ ଥିଲେ
ଥାନା ସାମନାରେ ଅଚେତ ହୋଇଯାଇଥିଲେ
ହଠାତ୍ ସେଠାରେ ବାତ ବାହାରିବାରୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ନିବେଦିତା ମୁଣ୍ଡାରୀଙ୍କୁ ପଚାରିବାରୁ ଏହି ରୋଗର ଚିକିତ୍ସା ରହିଛି। ଜୋତା କିମ୍ବା ମୋଜା ଶୁଙ୍ଘାଇଲେ କୌଣସି ଲାଭ ହୋଇନଥାଏ। ତାହା ଅନ୍ଧବିଶ୍ବାସ। ସୂଚନାଯୋଗ୍ୟ, ଅନ୍ଧବିଶ୍ବାସଠାରୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ଗାଁ ଗାଁ ବୁଲି ସଚେତନତା ବାର୍ତ୍ତା ବାଣ୍ଟୁଥିବାବେଳେ ପୁଲିସ ପୁଣି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜୋତା ଶୁଙ୍ଘାଇବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।
I&PR Office: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଲିଛି ଯୋଜନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/21/fshhfhxbvbv-2025-12-21-03-38-46.jpg)