3 naxals killed Photograph: (sambad.in)
ଫୁଲବାଣୀ: ଗତ କିଛିଦିନ ଧରି କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋର୍ଦାର କମ୍ବିଂ ଅପରେସନ୍ ଜାରି ରହିଛି। ବୁଧବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସିଲ୍କସୁଗା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ତଲାସି ଅଭିଯାନ ବେଳେ ବିଏସ୍ଏଫ୍ ଯବାନମାନେ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଷ୍ଟିକ୍, ଡିଟୋନେଟର୍, ବ୍ୟାଟେରି, ବିଦ୍ୟୁତ୍ ତାର, ସୋଲାର ପ୍ଲେଟ୍ ଆଦି ଜବତ କରିଛନ୍ତି।
Accident: ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର
ବିଏସ୍ଏଫ୍ ୧୩୬ ବାଟାଲିୟନ୍ ପକ୍ଷରୁ ସିଲ୍କସୁଗା ଜଙ୍ଗଲରେ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ସେଠାରେ ଏକ ମାଓ ଶିବିର ଠାବ କରାଯାଇଥିଲା। ଏଠାରେ ମାଓବାଦୀମାନେ ଆଇଇଡି ପ୍ରସ୍ତୁତ କରୁଥିବା ବିଏସ୍ଏଫ୍ ପକ୍ଷରୁ ସୂଚନା ମିଳିଛି। ପ୍ରକାଶଥାଉକି, ଛତିଶଗଡ଼ରେ ମାଓ ଦମନକୁ କଡ଼ାକଡ଼ି କରାଯିବା ଫଳରେ ନକ୍ସଲମାନେ ଓଡ଼ିଶାର କନ୍ଧମାଳ-କଳାହାଣ୍ଡି ଜଙ୍ଗଲକୁ ପଳାଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍କୁ ତ୍ବରାନ୍ବିତ କରାଯାଇଛି। ତେବେ ଏ ସଂପର୍କରେ ଅଧିକ କିଛି ତଥ୍ୟ ପ୍ରଦାନ କରିବାକୁ କନ୍ଧମାଳ ଏସ୍ପି ହରିଶ ବିସି ମନା କରିଦେଇଛନ୍ତି।
Rural Village: ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲାର ସୀମାରେ ରହିଛି ‘ଆମମୁଣ୍ଡା’ ଗାଁ, ମୌଳିକ ସୁବିଧାକୁ କରିଛନ୍ତି ଅପେକ୍ଷା
Follow Us