ଭୁବନେଶ୍ବର: ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ସିବିଆଇ ଆଜି ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି, ସୁରେଶ ନାୟକ ଓ ସାଗର ଗୌଡ଼କୁ ଶୁକ୍ରବାରଠାରୁ ୪ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି। ପ୍ରଥମେ ସିବିଆଇର ୩ଟି ଟିମ୍ ଏହି ୩ ଜଣଙ୍କୁ ଜଣ ଜଣ କରି ଜେରା କରିଥିଲେ। ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଏମାନେ ପରସ୍ପରକୁ କେମିତି ଜାଣିଲେ, ପୂର୍ବରୁ ସରକାରୀ ପରୀକ୍ଷା ନେଇ ସେମାନଙ୍କ ଅଭିଜ୍ଞତା, ଏଥିରେ କେହି ବରିଷ୍ଠ ଅଧିକାରୀ ଓ ନେତାଙ୍କ ଅନୁକମ୍ପା ଅଛି କି ଯଦିଅଛି ସେମାନେ କିଏ, ପୂର୍ବ ସରକାରଙ୍କ ଭୂମିକା କ’ଣ ଓ ୧୦୦୦ କୋଟିର ଡିଲ୍ରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ସିବିଆର ଗୁଡ଼େଇତୁଡ଼େଇ ବହୁ ପ୍ରଶ୍ନ ପଚାରିଛି।
Pre-Christmas Festival: ଘୁ.ଉଦୟଗିରିରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ
ସିବିଆଇର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଶଙ୍କର ଓ ସୁରେଶ। ପ୍ରଥମ ଦିନ ଜେରାରୁ ସିବିଆଇକୁ ରୢାକେଟ୍ ସମ୍ପର୍କରେ ଅନେକ ତଥ୍ୟ ମିଳିଥିବା ତଥ୍ୟାଭିଜ୍ଞ ମହଲ ସୂତ୍ରରୁ ପ୍ରକାଶ। ଖାଲି ସେତିକି ନୁହେଁ ରୢାକେଟ୍ରେ ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ଙ୍କ ହାତ ଥିବା ମଧ୍ୟ ଜେରା ସମୟରେ ଜଣାପଡ଼ିଛି। ତେବେ ଏମାନଙ୍କ ବୟାନର ସତ୍ୟତାକୁ ନେଇ ସିବିଆଇ ତର୍ଜମା କରୁଛି। ସେହିପରି ସେମାନେ ଯେଉଁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ଧରିଛନ୍ତି, ତାଙ୍କୁ ମଧ୍ୟ ସ୍କାନର୍ରେ ରଖିଛି ସିବିଆଇ। ଶଙ୍କର ଓ ସୁରେଶ କେଉଁମାନଙ୍କ ନାଁ ସିବିଆଇ ଆଗରେ ଓଗାଳିଛନ୍ତି, ତାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଗକୁ ରିମାଣ୍ଡର ଅବଧି ଆହୁରି ୩ଦିନ ଥିବାରୁ କିଛି ବଡ଼ବଡ଼ିଆଙ୍କ ଚିନ୍ତା ବଢ଼ିଛି।
India vs South AfricaT20I: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନ୍ରେ ଜିତିଲା ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/cPjhdTfmJzveKdzZ4WfZ.jpeg)