ଭୁବନେଶ୍ୱର: ଏପ୍ରିଲ ପହିଲା ପର୍ଯ୍ୟନ୍ତ ପ୍ରଦୂଷଣ ‎ସାର୍ଟିଫିକେଟ୍‌ ନଥିଲେ ଜରିମାନା ନ ଲଗାଇବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଆଜି ରାଜ୍ୟ ପରିବହନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଟୋଲ୍‌ ଗେଟ୍‌ରେ ଇ-‎ଡିଟେକ୍ସନ୍‌ରେ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖିବାକୁ କୁହାଯାଇଛି। ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ହଜାର ଟଙ୍କା ଜରିମାନାକୁ କମାଇବା ନେଇ ତର୍ଜମା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କର ଦାୟିତ୍ୱ। ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ‎ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ। ଓଡ଼ିଶାରେ ମାତ୍ର ୨୧% ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଂଘନ ‎କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି। ‎ହେଲେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ‎ଏବେ କୋହଳ କରାଯାଇଛି। ଏହି ସମୟ ଅବଧିରେ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମନ୍ତ୍ରୀ ଶ୍ରୀ ଜେନା ‎କହିଛନ୍ତି।

Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା